ଦେଖନ୍ତୁ Viral ଭିଡିଓ : ମାମୁଁଙ୍କୁ ବାହା ହେବା ପାଇଁ ଭାଣେଜୀ ଜିଦରେ ଅଟଳ, ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ….

ନା ନା ମୁଁ ମାମୁଁଙ୍କୁ ହିଁ ବାହା ହେବି , ଦର୍ଶକବନ୍ଧୁ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିବେ କିନ୍ତୁ ଏହା କୌଣସି ଫିଲ୍ମୀ ବା ଯାତ୍ରାର ଡାଇଲକ ନହଁ । ବରଂ ଏହା ଜଣେ ଭାଣିଜୀଙ୍କ ଏକ ଜିଦ୍ , ଝିଅର ଜିଦ୍ ଆଗରେ ସମସ୍ତଙ୍କର ମୁଣ୍ଡ ଗୋଲ । କାରଣ ମାମୁଁଙ୍କ ବାହା ହେବା ଜିଦ ରେ ଅଟଳ ଭାଣିଜୀ , କାହାଣୀରେ ଟୁଇଷ୍ଟ ସେତେବେଳେ ଆସିଲା ଯେତେବେଳେ ମାନା କରିଦେଲେ ଲଭର । ଏବେ ମଙ୍ଗୁ ନାହାନ୍ତି ଯୁବକ , ପ୍ରେମ ପ୍ରତାରଣା ଏପରି ଅନେକ ଖବର ଆପଣ ମାନେ ପ୍ରତିଦିନ ଶୁଣିବାକୁ ପାଉଥିବେ । ମାତ୍ର ଆଜି ଆମେ ଯେଉଁ ସମ୍ପର୍କ ର କଥା କହୁଛୁ ତାହା ଶୁଣି ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ୍ୟ ଅଟେ ।

ପ୍ରଥମେ ଭଲ ପାଇବାର ନାଟକ କଲେ ପରେ ଭାଣୀଜିକୁୁ ଭଲ ପାଇବାର ପ୍ରତିଶ୍ରତି ଦେଇ ଫେରାର ହୋଇଗଲେ ମାମୁଁ । ଧରାଛୁଆ ନଦେବାରୁ ଏବେ ଥାନାରେ ମାମଲା , ମାମୁଁଙ୍କୁ ଧରିବାକୁ ତଦନ୍ତ ଚଲାଇଛି ପୋଲିସ । ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ପଇରୋଖ ଗାଁ ରୁ , ଗାଁ ର ଯିତେନ୍ଦ୍ର ପ୍ରଧାନଙ୍କ ନାଁରେ ଏପରି ଅଭିଯୋଗ ହୋଇଛି । ପ୍ରେମ ସମୟରେ ସବୁବେଳେ ସମୟ ଦେଇ ଆସୁଥିବା ମାମୁଁ ଥାନାରେ ମାମଲା ହେବା ପର ଠାରୁ କୁଆଡେଁ ଫେରାର ହୋଇ ଯାଇଛନ୍ତି । ଏପଟେ ଭାଣିଜୀ ଯିତେନ୍ଦ୍ରଙ୍କୁ ବିବାହ କରିବାର ଜିଦ୍ ରେ ଅଟଳ ଅଛନ୍ତି , ଦୀର୍ଘଦିନ ଧରି ମାମୁଁ ଯିତେନ୍ଦ୍ରଙ୍କ ସହ ସମ୍ପର୍କ ଥିବା କହିଛନ୍ତି ପିଡୀତା ।

ହେଲେ ସେ ଏବେ ଅନ୍ୟତ୍ର ବିବାହ କରିବାକୁ ମନ ବଳାଇଛନ୍ତି , ଯାହା ଭାଣିଜୀଙ୍କ ମନକୁ ଚୋରମାର କରିଦେଇଛି । କେତେଖଣ୍ଡ ହୋଇଗଲାଣି ଭାଣୀଜିଙ୍କ ହୃଦୟ , ତାହା ଗଣିବା ବି ମସକିଲ ହୋଇଗଲାଣି । ମାମୁଁ କାହିଁକି ବିବାହ କରିବା ପାଇଁ ମନା କଲେ , ଜାଣିବା ପରେ ଏମିତି ଏକ ବିବାଦ ଆସିଛି , ପିଡୀତାଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନା ଘନା ଚଳାଇଛି । ପଡୀତାଙ୍କ ମା କହିଛନ୍ତି , ମୋ ଝିଅକୁ ଯିଏ ଫସିଛି , ସେ ହିଁ ମ୍ୟାରେଜ କରୁ, କାରଣ ସେ ହିଁ ବିବାହର ପ୍ରତିଶ୍ରୁତି ଦେଇ ମୋ ଝିଅକୁ ଫସାଇଛି । ବର୍ତ୍ତମାନ ବିବାହର କଥା ପଡିବାରୁ ସେ କୁଆଁଡେ ଫାରାର ହୋଇଯାଇଛି ।

ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଖୋଜି ବାହର କରିବ ବୋଲି କହିଛନ୍ତି । କିନ୍ତୁ ଏପଟେ ଭାଣିଜୀ ମାମୁଁଙ୍କୁ ବିବାହ କରିବା ପାଇଁ ନିଜ ଜିଦ୍ ର ଅଟଳ ଅଛନ୍ତି , ମାମୁଁ ତାଙ୍କୁ ଧୋକା ଦେଇଛନ୍ତି ବୋଲି କହିଛନ୍ତି । ଦୀର୍ଘଦିନ ହେବ ତାଙ୍କ ସହ ମାମୁଁଙ୍କର ସମ୍ପର୍କ ଥିବା କଥା ପୋଲିସଙ୍କୁ ମଧ୍ୟ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment