ମୋ ପାଇଁ ଏ ଯୁଗର ଯମ ହେଉଛନ୍ତି ମୋ ଶ୍ୱଶୁର ପ୍ରମୋଦ କୁମାର ସାହୁ, ତାଙ୍କ ପାଇଁ ଆଜି ମୋ ଘର ଭାଙ୍ଗି ଗଲା….ଦେଖନ୍ତୁ ଭିଡ଼ିଓ

0

ବଢୁଛି ବିବାଦ, ବଢୁଛି ଚର୍ଚ୍ଚା। କିନ୍ତୁ ବାହାରି ପାରୁନାହିଁ ସମାଧାନର ବାଟ। ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ। ଯେତେ ଚେଷ୍ଟା କରାଗଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ। ସୂଚନା ଅନୁସାରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ଉଭୟେ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିଲେ। କିନ୍ତୁ ୧୦ତାରିଖ ପୂର୍ବାହ୍ନରୁ ଡା. ସୁମିତ ନିଜ କାର୍ଯ୍ୟସ୍ଥଳ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆଉ ଫେରିନାହାନ୍ତି।ପରେ ଜଣା ପଡିଥିଲା ଯେ ସେ ଶାରୀରିକ ଅସୁସ୍ଥତା ଦର୍ଶାଇ ୪ ଦିନ ଛୁଟି ନେଇଛନ୍ତି।

କିନ୍ତୁ ଏ ବାବଦରେ ସୁମିତ, ତପସ୍ଵିନୀ ଙ୍କୁ କିଛି ବି ଜଣାଇ ନଥିଲେ।କିମ୍ୱା ଯିବା ପରଠାରୁ ମଧ୍ୟ ତପସ୍ବିନୀଙ୍କ ସହ କୌଣସି ଯୋଗାଯୋଗ ରଖିନାହାନ୍ତି ସୁମିତ। ଏପଟେ ତପସ୍ଵିନୀ କିନ୍ତୁ ନ୍ୟାୟ ପାଇଁ ତାଙ୍କର ଲଢେଇ ଜାରି ରଖିଛନ୍ତି ଏବଂ ସେ ତାଙ୍କର ଅଭିଯୋଗ କୁ ରଖୁଛନ୍ତି। ଏପରି ସ୍ଥଳେ ସେ ସୁମିତ ଙ୍କ ନଫେରିବା କୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ସୁମିତ ଙ୍କୁ ଉପରୁ ଚାପ ପକା ଯାଉଛି। ତାଙ୍କୁ ତାଙ୍କର ବାପା ଡରାଇ ରଖୁଛନ୍ତି। ଏପରି କି ତାଙ୍କ କଥା ନମାନିଲେ ଶଶୁର ପ୍ରମୋଦ କୁମାର ସାହୁ, ମୋ ସ୍ବାମୀଙ୍କ ଚାକିରି ବି ନେଇ ଯାଇ ପାରନ୍ତି ଏବଂ ତାଂକ ଜୀବନ ଉପରକୁ ମଧ୍ଯ ବିପଦ ଅଛି ବୋଲି ତପସ୍ୱିନୀ କୁ ସୁମିତ କହିଛନ୍ତି ବୋଲି ତପସ୍ଵିନୀ କହିଛନ୍ତି।

ସେଥିପାଇଁ ତାଙ୍କ ସ୍ବାମୀ ସୁମିତ ବହୁତ୍ ଭୟଭୀତ ବି ଅଛନ୍ତି।ତେବେ ଯାହାବି ହେଉ, ଯେମିତି ସାବିତ୍ରୀ ଯମ ଙ୍କ ପାଖରୁ ସତ୍ୟବାନ କୁ ଫେରାଇ ଆଣିଥିଲେ, ସେହିପରି ମୋ ଶଶୁର ରୂପୀ ଯମଙ୍କ ପାଖରୁ ମୁଁ ନିଶ୍ଚିତ ମୋ ସ୍ୱାମୀଙ୍କୁ ମୁକୁଳାଇ ଆଣିବି। ଏ ଯୁଗର ଯମ ହେଉଛନ୍ତି ମୋ ଶଶୁର। ଯଦି ମୋର କିମ୍ୱା ମୋ ସ୍ୱାମୀଙ୍କର କିଛି ବି ହୁଏ ତେବେ ଏଥିପାଇଁ ଦାୟୀ ରହିବେ ଶଶୁର, ପ୍ରମୋଦ କୁମାର ସାହୁ, ଦେଢ ସୁର ପ୍ରମିତ୍ କୁମାର ସାହୁ ଏବଂ ମୋ ଶାଶୁ। ସେମାନେ ତାଙ୍କୁ ମୋ ଠାରୁ ଦୂରେଇ ଦେବାକୁ ଏପରି ଚେଷ୍ଟା କରି ଚାଲିଛନ୍ତି। କିନ୍ତୁ ଯେତେ ବି ଯାହା ହେଉ, ମୁଁ ମୋର ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବି।

ମୋ ଉପରେ ଯେତେବି ନେତା, ମନ୍ତ୍ରୀ ଙ୍କ ଚାପ ପଡ଼ିଲେ ବି ମୁଁ ମୋର ଲଢେ଼ଇ ରୁ ହଟିବିନି ବୋଲି ତପସ୍ଵିନୀ କହିଛନ୍ତି। ତୁମେ ମଧ୍ଯ ଯେଉଁଠି ଅଛ ଭଲରେ ରୁହ,ଜମା ଚିନ୍ତା କରନି। ଯାହାବି ହେଉ ମୁଁ ମୋ ସ୍ୱାମୀକୁ, ମୋ ସିନ୍ଦୁରକୁ ନିଶ୍ଚୟ ଫେରାଇ ଆଣିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।