ମୋ ପୁଅକୁ ବାର ବାର ମନାକଲି କିନ୍ତୁ ସେ ମାନିଲାନି, ଦେଶ ପାଇଁ ଜୀବନ ଦେଇ ସହିଦ ହେଇଗଲା… ଦେଖନ୍ତୁ ଗୋଟେ ମାଆ ର କୋହଭରା ଚିତ୍କାର… ଦେଖନ୍ତୁ Video

0

ଆମେ ସମସ୍ତେ ରାତିରେ ଶାନ୍ତିରେ ଶୋଇପାରୁ ଏହାର କାରଣ କେବଳ ଆମ ଦେଶର ଯବାନ ମାନଙ୍କ ପାଇଁ ଶାନ୍ତିରେ ଆମେ ନିଶ୍ୱାସ ମାରି ପାରୁଛୁ। ସେମାନେ ନିଜର ଘର ପରିବାର ଛାଡି ସୀମାକୁ ଯାଇ ଡ୍ୟୁଟି ଦିଅନ୍ତି ଏବଂ ଶତ୍ରୁ ସୌନ୍ୟ ସହିତ ଲଢ଼ି ଜୀବନକୁ ବିପଦରେ ପକାଇ ଆମକୁ ସୁରକ୍ଷା ଦିଅନ୍ତି। ରାତି ହେଉ କିମ୍ବା ଦିନ ହେଉ, ଖରା ହେଉ କିମ୍ବା ଥଣ୍ଡା ହେଉ ସେମାନେ ନିଜର କର୍ତ୍ତବ୍ୟ କରିଚାଲନ୍ତି। ଆମେ ମଧ୍ୟ ଘରେ ରହି ନିଜକୁ ସୁରକ୍ଷିତ ମନେ କରୁଛୁ। ନହେଲେ ଇଂରେଜ ମାନେ ଯେଉଁ ଭଳି ଭାବରେ ଆସି ଆମ ଦେଶରେ ଲୁଟି, ଅତ୍ୟାଚାର ଇତ୍ୟାଦି କରିଥିଲେ ସେହି ଭଳି ପରିସ୍ଥିତି ଉପୁଜିବ। ଆମ ଦେଶ ଭାରତର ସେନାକୁ ବହୁତ ମଜବୁତ କରି ଦେଇଛି।

ସୌନ୍ୟ ମାନଙ୍କ ଜୀବନ ଉପରେ ଭରଷା ନଥାଏ। ଅନେକ ଯବାନ ଆମ ଦେଶ ପାଇଁ ସହିଦ ହୋଇଯାଉଛନ୍ତି। ତେବେ ସହିଦ ହୋଇ ଥିବା ଜଣେ ଓଡ଼ିଆ ଯବାନ ଲକ୍ଷ୍ମୀଧର ରାଉତରାୟ ତାଙ୍କ ମାଆ ଆଜି ବି ମନେ ପକାଇ କାନ୍ଦୁଛନ୍ତି। ତେବେ ଆସନ୍ତୁ ତାଙ୍କ ମାଆ କଣ କହୁଛନ୍ତି ଜାଣିବା। ସହିଦ ହୋଇଥିବା ଯବାନଙ୍କ ମା କହିଛନ୍ତି ଯେ ଯେତେବେଳେ ସେ ଚାକିରି ପାଇଲେ, ସେତେବେଳେ ସେ ତାଙ୍କ ପୁଅକୁ ସେନାବାହିନୀରେ ଯୋଗଦେବାକୁ ବାରଣ କରିଥିଲେ। କିନ୍ତୁ ସେ ରାଜି ହୋଇନଥିଲେ। ସେ କହିଥିଲେ ଯେ ମୁଁ ମୋର ମାତୃଭୂମିର ସେବା କରିବାକୁ ଯାଉଛି।

ମୁଁ ଜଣେ ମାତାର ସନ୍ତାନ ନୁହେଁ ମୁଁ ବହୁତ ମା ସନ୍ତାନ, ତୁମେ ମୋତେ ସେନାରେ ଛାଡିଦିଅ, ମୁଁ ଖୁସିରେ ଭାରତୀୟ ସେନାରେ ମୋର ଜୀବନ ବଳିଦାନ ଦେବି। ଏହିଭଳି ଭାବରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ତେବେ ଦୀର୍ଘ ୮ ବର୍ଷ ଚାକିରୀ ରେ ରହିଥିଲେ। 2005 ରେ ସହିଦ ହୋଇଥିଲେ। ତେବେ ତାଙ୍କ ମାଆଙ୍କ କହିବା କଥା ଯେ ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ସହ କଥା ହୋଇଥିଲେ। ସେହିଭଳି ଭାଇ ଓ ଭଉଣୀଙ୍କ ମଧ୍ୟରେ କଥାବାର୍ତ୍ତା ଯାହା ହେଉନା କାହିଁକି ଶୁଣିବାକୁ ମିଳିଲା ଯେ ସେମାନଙ୍କ ପୁଅ ସହିଦ ହୋଇଛି।

ତାଙ୍କର ଆଉ ତିନି ଜଣ ପୁଅ ଅଛନ୍ତି ସେମାନଙ୍କୁ ଚାକିରୀ ରେ ଯୋଗଦେବା ପାଇଁ କହିଥିଲେ। ହେଲେ ଗୋଟିଏ ପୁଅକୁ ହରାଇ ମାଆ ପୂରା ଭାଙ୍ଗି ପଡ଼ିଥିଲେ। ଅନ୍ୟ ପୁଅ ମାନଙ୍କୁ ପଠାଇଲେ ନାହିଁ। ତେବେ ତିନି ଜଣ ପୁଅ ଥାଇ ମଧ୍ୟ ତାଙ୍କୁ ଆଜି ଯାଏ ମାଆ ଜଣକ ଭୁଲି ପାରୁନାହାନ୍ତି। ପୁଅ ଦେଶ ପାଇଁ ସହିଦ ହୋଇଛି ଯେତିକି ଗର୍ବ ଅନୁଭବ କରେ ତାଠାରୁ ଅଧିକ ସେ ପୁଅକୁ ମନେ ପକାଇ ଝୁରି ହୋଇଥାନ୍ତି। ଯାହାବି ହେଉ ଏଭଳି ସାନ୍ତାନର ମାଆକୁ ଆମର ତାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ଜଣାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।