ମୋ ସହ ରହିବ କହି ପ୍ରେମିକା ଆଉ କା ସହ OYO ଚାଲିଗଲା, ଜାଣିବାପରେ ପ୍ରେମିକ କଲା ଏମିତି… ଦେଖନ୍ତୁ Video

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେହିପରି ଏକ ଘଟଣା ଟି ଖୁବ ଭାଇରାଲ ହେଉଛି ଯାହା ଜାଣିଲେ ପ୍ରେମ ଉପରୁ ଆପଣ ଙ୍କର ବିଶ୍ୱାସ ଉଠିଯିବ। ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ର ମଞ୍ଚେଶ୍ୱର ଥାନା ରେ ଯେଉଁ ଠାରେ ଉଭୟ ପ୍ରେମିକ ଓ ପ୍ରେମିକା ପହଁଚିଛନ୍ତି ନ୍ୟାୟ ପାଇଁ ମାତ୍ର ତାଙ୍କର କାହାଣୀ ଜାଣି ପୋଲିସ ବାବୁ ମଧ୍ୟ ଆବାକ ରହିଯାଇଛନ୍ତି। ତେବେ ଘଟଣା ଟି କିଛି ଏହିପରି ରହିଛି କି ଯୁବକ ଓ ଯୁବତୀ ଜଣଙ୍କ ପରସ୍ପର କି ଦୁଇ ବର୍ଷ ହେବ ଭଲ ପାଇ ଆସୁଥିଲେ ମାତ୍ର ଏବେ ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକ ଙ୍କ ସହ OYO ରୁମ କୁ ଯାଉଛନ୍ତି।

ଯାହାକୁ ବିରୋଧ କରିବାରୁ ଉଭୟ ଙ୍କର ମଧ୍ୟରେ ମାଡ଼ଗୋଳ ହୋଇଛି ଏବଂ ବର୍ତ୍ତମାନ ମୁଣ୍ଡ ଫଟାଫାଟି ହୋଇ ଦୁହେଁ ଥାନା ରେ ହାଜର ହୋଇଛନ୍ତି।ତେବେ ପ୍ରେମିକ ଜଣଙ୍କ କହିଛନ୍ତି ଯେ, ୨୦୨୦ ମସିହାରେ ସେ ଯାଜପୁର ର ଏହି ଯୁବତୀ ଙ୍କୁ ଭେଟି ଥିଲେ ଇଂଷ୍ଟାଗ୍ରାମ ରେ ଆଉ ସେଇ ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆଉ ପରେ ପ୍ରେମ ହୋଇଥିଲା। ତେବେ ଭଦ୍ରକ ଜିଲ୍ଲା ର ଏହି ଯୁବକ ଜଣଙ୍କୁ ଭଲ ପାଇ ଯୁବତୀ ଜଣଙ୍କ ଘରୁ ପଳେଇ ଆସିଥିଲେ ଆଉ ଦୁହେଁ ବିବାହ କରି ଲିଭ ଇନ ରିଲେଶନ ରେ ରହୁଥିଲେ।

ମାତ୍ର ଏହା ଭିତରେ ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକ ଙ୍କୁ ପ୍ରେମ କରି ବସିଲେ ଆଉ ସ୍ୱାମୀ ଙ୍କୁ ନଜଣାଇ ଅନ୍ୟ ଯୁବକ ଙ୍କ ସହ OYO ରୁମ କୁ ଯାଉଥିଲେ। ତେବେ ସ୍ୱାମୀ ଏହା ଜାଣିବା ପରେ ତାଙ୍କୁ ବିରୋଧ କଲେ ଆଉ ତାଙ୍କ ଘରେ ଯାଇ ପହଁଚିଲେ। ସେଠାରେ ଉଭୟ ଙ୍କର ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଳି ଚାଲିଲା ଓ ପରେ ମାଡ଼ଗୋଳ ଆରମ୍ଭ ହୋଇଗଲା। ପରେ ଯୁବତୀ ଙ୍କର ମାଡ଼ରେ ଯୁବକ ଙ୍କର ମୁଣ୍ଡ ଫାଟି ଯାଇଚି ଆଉ ଯୁବତୀ ଙ୍କର ମଧ୍ୟ ମୁଣ୍ଡ ରେ ଆଘାତ ହୋଇଛି। ତେବେ ଯୁବତୀ ଜଣଙ୍କ ଏ ନେଇ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଯୁବକ ଙ୍କୁ ଡାକିଥିଲେ ଆଉ ବର୍ତ୍ତମାନ ସବୁକଥାଏ ସାମ୍ନା କୁ ଆସୁଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment