ମୋ ସ୍ବାମୀ ମୋ ନମ୍ଵର Block ମାରିଛନ୍ତି ! ମୁଁ ଏହି ପିଣ୍ଡାରେ ଅପେକ୍ଷା କରିବି ଯେମିତି ହେଲେ ବି ସେ ମୋତେ ଗ୍ରହଣ କରିଵେ…ଦେଖନ୍ତୁ ଭିଡ଼ିଓ

0

ପୁଣି ଏକ ଆଲୋଚିତ ଖବର ସାମ୍ନାକୁ ଆସିଛି। ଏବେ ତପସ୍ଵିନୀ ଙ୍କ ପରେ ଡଲି ସାହୁ। ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ଧାରଣା ଦେଲେ ଆଉ ଜଣେ ମହିଳା, ଯାହାଙ୍କ ନାମ ଡଲି ସାହୁ। ଘର ପିଣ୍ଡା ବାହାରେ ବସି ହାତରେ କିଛି ଲେଖା ଧରି ସେ ବସି ରହିଛନ୍ତି।ଆଉ ତାଙ୍କର ଗୋଟିଏ ଜିଦ୍ ଯେ ସ୍ବାମୀ ତାଙ୍କୁ ଗ୍ରହଣ କରିବେ ଏବଂ ମୋତେ ପୁଣି ସେ ପାଛୋଟି ନେବେ। ତେବେ ନା ତାଙ୍କର ଛାଡ଼ପତ୍ର ହୋଇଛି ନା ସ୍ତ୍ରୀ ନିଜ ଇଚ୍ଛାରେ ଘର ଛାଡ଼ି ବାହାରେ ରହିଛନ୍ତି। କିନ୍ତୁ ତାଙ୍କ ଶାଶୁ ତାଙ୍କୁ ତାଙ୍କ ସ୍ବାମୀଙ୍କ ପାଖରୁ ଦୂରେଇ ରଖିଛନ୍ତି। ଅନେକ ବାହାନା ଦେଖାଇ, ଧମକାଇ ତାଙ୍କ ଶାଶୁ ତାଙ୍କୁ ଘରୁ ଦୂରେଇ ରଖିଛନ୍ତି। ଆଉ ଡଲି ଏବେ ଆସି ତାଙ୍କ ଶାଶୁ ଘରେ ପହଞ୍ଚି ଯାଇଛନ୍ତି।

ସ୍ବାମୀ ସହ ସେ ରହିବାକୁ ଚାହାନ୍ତି। ଯେଉଁପାଇଁ ସେ ଶାଶୁ ଘର ପିଣ୍ଡାରେ ଆସି ବସି ରହିଛନ୍ତି। ତାଙ୍କ ମନରେ ଗୋଟିଏ ହିଁ କଥା ସେ ସେଇଠି ଶାଶୁ ଘରେ ତାଙ୍କ ସ୍ବାମୀଙ୍କ ପାଖରେ ରହିବେ।ଆଉ ତାଙ୍କର ସେ ଗୋଟିଏ ଜିଦ୍ ଯେ ସ୍ବାମୀ ତାଙ୍କୁ ଗ୍ରହଣ କରିବେ ଏବଂ ମୋତେ ପୁଣି ସେ ପାଛୋଟି ନେବେ ଆଉ ଆମେ ପୁଣି ପୂର୍ବ ଭଳି ରହିବୁ। ତେବେ ଏହି ଘଟଣା ଘଟିଛି ତାଳଚେର ରେ। ବ୍ରହ୍ମପୁର ର ତପସ୍ଵିନୀ ଙ୍କ ଘଟଣା ପରେ ତାଳଚେର ର ଏହି ମହିଳା ଡଲି ସାହୁଙ୍କ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି ଏବଂ ଚର୍ଚ୍ଚା ଓ ସମାଲୋଚନା ର ପରିସରକୁ ଆସୁଛି। ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ତାଙ୍କ ସ୍ବାମୀଙ୍କ ଘର ସାମ୍ନାରେ ଏପରି ଧାରଣାରେ ବସି ରହିଛନ୍ତି ଯାହା ଆପଣ ଏହି ଭିଡିଓ ରେ ଦେଖି ପାରୁଥିବେ।

ତେବେ ଯାହା ସୂଚନା ରହିଛି ଆଜକୁ ୩ବର୍ଷ ତଳେ ବୈଦିକ ରୀତି ନୀତି ନିୟମ ରେ ବିବାହ କରିଥିଲେ ଡଲି ସାହୁ। ତେବେ ଯାହା ସୂଚନା ରହିଛି ସ୍ତ୍ରୀ ଡଲି ସାହୁଙ୍କ ବାପ ଘର ହେଉଛି ଅନୁଗୁଳ ଜିଲ୍ଲାର ହେଶରପଡା ରେ। ତେବେ ତାଙ୍କୁ କିଛି ଦିନ ହେଲା ଡଲି ସାହୁ ଙ୍କୁ ତାଙ୍କ ଶାଶୁ ଘରୁ କାଢ଼ି ଦିଆ ଯାଇଛି।ଆଉ ତାପରେ ଶାଶୁ ଘର ଲୋକେ ବୋହୂ କୁ ବୋହୂର ମର୍ଯ୍ୟାଦା ଦେଇ ଆଉ ଘରେ ପୂରାଇ ନାହାଁନ୍ତି। ଯେଉଁ କାରଣରୁ ସେ ତାଙ୍କ ଶାଶୁ ଘରେ ରହୁ ନାହାନ୍ତି। ଆଉ ଏବେ ସେ ତାଙ୍କ ଶାଶୁ ଘର ସାମ୍ନାରେ ଆସି ବସିଛନ୍ତି।ଡଲି ସାହୁ ଙ୍କ ସ୍ବାମୀଙ୍କ ନାମ ହେଉଛି
ଅକ୍ଷୟ ସାହୁ।

ଘର ଆଗରେ ଧାରଣରେ ବସି ରହି ନ୍ୟାୟ ଆଶାରେ ସେ ସେଠାରେ ଅନାଇ ବସିଛନ୍ତି। ମନ ଭିତରେ ସେହି ଧାରଣା ଆଉ ଆଶା ବି ରହିଛି ଯେ ସ୍ବାମୀ ତାଙ୍କୁ ଗ୍ରହଣ କରିବେ ଏବଂ ମୋତେ ପୁଣି ସେ ପାଛୋଟି ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।