ମୋ ବାପା ସିଦ୍ଧାନ୍ତ ମହାପାତ୍ର ସୁପରମ୍ୟାନ ! ଏମିତି କାହିଁକି କହିଲେ ୟୁଥ ଆକ୍ଟର… ଦେଖନ୍ତୁ Video

ବାପା ପୁଅ ଙ୍କ ସଂପର୍କ କୁ ନେଇ ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି ଚଳଚ୍ଚିତ୍ର ” ବାପା ସୁପର ମ୍ୟାନ “। ଯେଉଁଥିରେ ବାପା ଭୂମିକାରେ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଜାନୁଆରୀ ରେ ପରଦାକୁ ଆସିବ ବାପା ସୁପରମ୍ୟାନ ଯାହାର ଟ୍ରେଲର ଗତ କାଲି ଏକାମ୍ର ହାଟରେ ରିଲିଜ୍ ହୋଇଯାଇଛି । ଓଁ କାର ଏଣ୍ଟରଟେନମେଣ୍ଟ ବ୍ୟାନର ରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ବାପା ସୁପରମ୍ୟାନ । ବାପା କାହା ପାଇଁ କ‘ଣ, ବାପା ସୁପରମ୍ୟାନ କେମିତି ବା ବାପାଙ୍କ ତ୍ୟାଗ ଓ ଭଲପାଇବାର ନିଦର୍ଶନ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଜାନୁଆରୀରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁନା ଭାଇ ନାମରେ ବେଶ୍ ପରିଚିତ। ବ୍ୟକ୍ତି ଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ। ଯିଏକି ଅଭିନେତା ହେଲେ ମଧ୍ୟ ସେ ତାଙ୍କ ବାସ୍ତବିକ୍ ଜୀବନ ରେ ନିଜ ପିଲା ଙ୍କ ପାଇଁ ସୁପର ମ୍ୟାନ। ଖାଲି ସେ ନୁହଁନ୍ତି ପ୍ରତ୍ୟେକ ପିଲା ମାନଙ୍କ ପାଇଁ ତାଙ୍କ ବାପା ହେଉ ଛନ୍ତି ସୁପର ମ୍ୟାନ। ଯାହାକୁ ପରଦା ଉପରେ ଖୁବ୍ ସୁନ୍ଦର୍ ଭାବେ ପ୍ରତିପାଦିତ କରା ଯାଇଛି।ତେବେ ଖୁବ୍ ଶୀଘ୍ର ପରଦା ଉପରେ ଦର୍ଶକ ଦେଖିବା ପାଇଁ ପାଇବେ ବାପା ସୁପର ମ୍ୟାନ। ନବ ବର୍ଷ ଉପଲକ୍ଷେ ଏହି ସିନେମା ରିଲିଜ୍ କରା ଯିବା ନେଇ ସୂଚନା ମିଳିଛି।

ତେବେ ଆପଣ ମାନେ ସବୁ ସମୟରେ ଗୋଟିଏ ମାର

ସ୍ନେହ ମମତା ବାବଦରେ କଥା କହିଥାଉ କିନ୍ତୁ ଗୋଟିଏ ବାପାର ତ୍ୟାଗକୁ ସବୁ ସମୟରେ ଚାପି ଦେଇଥାଉ। ବାପା ବି ଚାହାଁନ୍ତିନି ଯେ ମାର ସ୍ନେହ ମମତାକୁ ପଛରେ ପକାଇ ତାଙ୍କ ତ୍ୟାଗ କୁ ପିଲା ମାନେ ଗୁରୁତ୍ଵ ଦିଅନ୍ତୁ ବୋଲି।ଠିକ୍ ଏହି ଚଳଚ୍ଚିତ୍ର ମଧ୍ୟ ଜଣେ ବାପାଙ୍କର ତ୍ୟାଗକୁ ଦର୍ଶା ଯାଇଛି। ଜଣେ ବାପା ତା ପରିବାର ପାଇଁ ତା ପିଲା ମାନଙ୍କ ପାଇଁ କଣ କରିପାରେ ସେହି ବାବଦ ରେ ଏହି କାହାଣୀ। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିବା ସହିତ ହୃଦୟ କୁ ମଧ୍ୟ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା।

ତେବେ ଗତ କାଲି ବାପା ସୁପର ମ୍ୟାନ ରଟେଲର ରିଲିଜ୍ କରା ଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଟେଲର ଦେଖି ସାରିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ଅଗ୍ରାହ ମଧ୍ୟ ଦେଖିବା ପାଇଁ ମିଳିଛି। ତେବେ ନବ ବର୍ଷ ଉପଲକ୍ଷେ ଏହି ସିନେମା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ଯାହାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଦର୍ଶକ ମାନେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment