ମାଳିକା ଭବିଷ୍ୟବାଣୀ ! ମୋଦି ଙ୍କ ଖେଳ ଖତମ , ମିଳିଗଲେ ଭାରତର ପରବର୍ତୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ ସେ ?

0

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ। ଅନେକାଂଶରେ ଏହିସବୁ ତଥ୍ଯ ସତ୍ୟ ପ୍ରାମଣିତ ହୋଇଛି ଏବଂ ଆଗାମୀ ସମୟ ପାଇଁ ଏହା ସଚେତନତା ବାର୍ତ୍ତା ମଧ୍ୟ ଦେଉଛି।

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିକ୍ରମରେ ବହୁତ୍ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଅନେକ ସମୟରେ ମାଳିକା ଆମକୁ ସୂଚନା ଦେଇଥାଏ। ସେହିଭଳି ଏକ ବିଶେଷ କଥା ଉପରେ ଆମେ ଆଜି ଆଲୋଚନା କରିବା ଯାହା ପ୍ରାୟତଃ ଜାଣିବାକୁ ସମସ୍ତଙ୍କର ଇଚ୍ଛା। ମୋଦୀଙ୍କ ପରେ ଅର୍ଥାତ ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନ ରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ? ଏହାକୁ ନେଇ ମାଳିକା ରେ ଏ ସଂପର୍କରେ କଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା।

ମାଳିକା କହୁଛି ଯେ ୨୦୨୪ ରୁ ୨୦୨୯ ନିର୍ବାଚନ ସମୟରେ ଅନେକ ନେତାଙ୍କୁ ଦଳ ପରିବର୍ତ୍ତନ କରୁଥିବା ର ଦେଖିବାକୁ ମିଳିବ। ଶାସନର କୌଣସି ସ୍ଥିରତା ରହିବନି।୨୦୨୪ ରୁ ୨୦୨୯ ସମୟ ମଧ୍ୟରେ କୌଣସି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ହୋଇପାରେ ବୋଲି ମହାପୁରୁଷ ଇଙ୍ଗିତ କରିଛନ୍ତି। କିଛି ରାଜ୍ୟରେ ପ୍ରଶାସକ ମାନଙ୍କର ଶାସନ ମଧ୍ୟ ସମାପ୍ତ ହେବ। କେବଳ ଆମ ଦେଶ ନୁହଁ, ଅନ୍ଯ ଦେଶ ମାନଙ୍କରେ ମଧ୍ୟ ଯେଉଁଠି କୁ ଶାସନ ହେଉଛି ସେହିସବୁ ଶାସନ ର ସମାପ୍ତ ଘଟିବ। ଦୀର୍ଘଦିନ ଧରି ଯେଉଁମାନେ ଏପରି ଶାସନ କରି ଆସୁଛନ୍ତି ସେମାନଙ୍କର ସମାପ୍ତ ଘଟିବ।

ସେତେବେଳେ ଧନୀ ଗରିବ ସବୁ ସମାନ ଭାବରେ ନ୍ୟାୟ ପାଇବେ। ଧନୀ ପାଇଁ ଯେଉଁ ନିୟମ ରହିବ ଗରିବ ପାଇଁ ମଧ୍ୟ ସେହି ନିୟମ ରହିବ। ତେବେ ଏହି ସମୟରେ ଅ’ ଅକ୍ଷରଧାରି ଜଣେ ଏମିତି ପ୍ରତିଭା ଆସିବେ, ଯିଏକି ଭାରତର ଶାସନଭାର ହାତକୁ ନେବେ। ଦିଲ୍ଲୀ ଆସନରେ ଅଳଙ୍କୃତ ହେବେ।ସେ ସମଗ୍ର ଦେଶକୁ ଏକ ଦିଗ୍ ଦର୍ଶନ ଦେବେ। ସମସ୍ତେ ଖୁସିରେ ରହିବେ। ଏହିଭଳି କିଛି ଇଙ୍ଗିତ କରିଛନ୍ତି ମହାପୁରୁଷ ଆଗାମୀ ପ୍ରଶାସକ ବିଷୟରେ। ତେଣୁ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ ଏସବୁ କେବଳ ଆପଣମାନଙ୍କୁ ସଚେତନ କରାଇବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।