jitu das sadhu bani – ମହା ଶିବରାତ୍ରୀ (18 February) ଦିନ ଚୁପ ଚାପ ଖାଇନିଆନ୍ତୁ ଏହି ୧ ଜିନିଷ ପୁରା ବର୍ଷ ଯାଏ ଜମିକି ପଇସା ଆସିବ..

ମହା ଶିବରାତ୍ରୀ ଦିନ ଭଗବାନ୍ ଶିବ ଶଙ୍କରଙ୍କ ପୂଜା କରିବାର ଦିନ ଅଟେ। ତେବେ ଆପଣ ଏହି ଦିନ ଏମିତି କିଛି ଜିନିଷ ଘରକୁ ଆଣିବେ ଏବଂ ଖାଇବେ ଯାହା ଦ୍ଵାରା ଭଗବାନ୍ ଭୋଳା ଶଙ୍କରଙ୍କ ଅଶେଷ କୃପା ଆପଣ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଦିନ ଆପଣ କେଉଁ ଜିନିଷ ଘରକୁ ଆଣିବେ ଏବଂ କଣ ଖାଇବେ।

ମହା ଶିବରାତ୍ରୀ ଦିନ କେଉଁ ଜିନିଷ ଘରକୁ ଆଣିବେ:-

ଶିବଲିଙ୍ଗ:- ଶିବରାତ୍ରୀ ଦିନ ଘରକୁ ମାଟି ଆଣି ନିଜ ହାତରେ ଶିବ ଲିଙ୍ଗ ତିଆରି କରି ପୂଜା କରାନ୍ତୁ। ଆପଣ ଏହି ପବିତ୍ର ଦିନରେ ପାରଦ ଶିବଲିଙ୍ଗ କିମ୍ବା ସ୍ଫଟିକ ଶିବଲିଙ୍ଗ ଆଣି ତାହାର ଅଭିମନ୍ତ୍ରିତ କରି ପୁରା ବିଧି ବିଧାନ ସହକାରେ ଆପଣ ପୂଜା କରି ପାରିବେ। ପରନ୍ତୁ ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବ ଲିଙ୍ଗରେ ଅପାର ଉର୍ଜା ଏବଂ ଶକ୍ତି ରହିଥାଏ। ଏହାକୁ ଆପଣ ବିଧି ବଧ ଭାବେ ଠିକ୍ ସ୍ଥାନରେ ରଖି ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ରୁଦ୍ରାକ୍ଷ:- ରୁଦ୍ରାକ୍ଷ ଭଗବାନ୍ ଭୋଳା ଶଙ୍କରଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏକମୁଖୀ ଦୁଇମୁଖୀ ପଞ୍ଚମୁଖୀ ଅଷ୍ଟମୁଖୀ ଇତ୍ୟାଦି ରୁଦ୍ରାକ୍ଷ ରହିଥାଏ। ଯାହାକୁ ଧାରଣ କରିବା ଦ୍ୱାରା ଅଲଗା ଅଲଗା ପ୍ରଭାବ ପଡ଼ିଥାଏ। ତେଣୁ ଆପଣ ମହା ଶିବରାତ୍ରୀ ଦିନ ରୁଦ୍ରାକ୍ଷ ର ନିହାତି ପୂଜା କରନ୍ତୁ।

ଡମ୍ବରୁ:- ଭାରତୀୟ ସଂସ୍କୃତି ରେ ଡମ୍ବରୁ କୁ ଭଗବାନ୍ ଭୋଳା ଶଙ୍କରଙ୍କ ସହିତ ସମ୍ୱନ୍ଧିତ କରି ଏକ ପ୍ରକାର ମଙ୍ଗଳ ମୟୀ ଯନ୍ତ୍ର ଭାବେ ଦେଖା ଯାଇଥାଏ।ଡମ୍ବରୁରୁ ବହୁତ ଚମତ୍କାରୀ ମନ୍ତ୍ରର ଉଚ୍ଚାରଣ ହୋଇଥାଏ। ଏହାର ଧ୍ୱନିରୁ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ। ତେଣୁ ଆପଣ ମହା ଶିବରାତ୍ରୀ ଦିନ ଡମ୍ବରୁ ଘରକୁ ନିଶ୍ଚିତ ଭାବେ ନେଇ ଆସନ୍ତୁ ଏବଂ ଏହାକୁ ବଜାଇ ମନ୍ତ୍ର ଉଚ୍ଚାରଣ କରାନ୍ତୁ।

ତ୍ରିଶୂଳ:- ମହା ଶିବରାତ୍ରୀ ଦିନ ଘରକୁ ଛୋଟ ତ୍ରିଶୂଳଟି ଆଣି ପୂଜା ନିଶ୍ଚିତ କରନ୍ତୁ। ଭଗବାନ୍ ଭୋଳା ଶଙ୍କରଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ଚନ୍ଦ୍ର ଏବଂ ନାଗ:- ଆପଣ ମହା ଶିବରାତ୍ରୀ ଦିନ ଘରକୁ ଚନ୍ଦ୍ର ଏବଂ ନାଗଙ୍କ ପ୍ରତୀକାତ୍ମକ ରୂପକୁ ଆଣିବା ଉଚିତ୍ ଏବଂ ଏହି ସବୁ କୁ ପୂଜା କରିବା ଉଚିତ୍। ଯଦି ଆପଣ ରୁପାରେ ତିଆରି ନାଗ ଓ ଚନ୍ଦ୍ର ଆଣୁଛନ୍ତି ତେବେ ଏହା ଖୁବ୍ ଶୁଭ।

ମହାଶିରାତ୍ରୀ ରାତ୍ରୀ ଦିନ କେଉଁ ଜିନିଷ ଖାଇବା ଉଚିତ୍:-ମହା ଶିବରାତ୍ରୀ ଦିନ ବ୍ରତ ରଖୁଥିବା ଲୋକ ଚାଉଳ ଡାଲି ଏବଂ ଗହମରେ ନିର୍ମିତ ଖାଦ୍ୟ ଖାଇବା ଉଚିତ୍ ହୋଇ ନଥାଏ। ଏବଂ ବ୍ରତ ରଖୁଥିବା ଲୋକ ଜାଣିବା ଉଚିତ୍ କି ସେମାନେ ଦିନ ତମାମ କିଛି ଖାଇବା ଉଚିତ୍ ନୁହେଁ। କିଛି ଲୋକ ବ୍ରତ ଦିନ ଅଧିକ ଖାଇ ଦିଅନ୍ତି। କିମ୍ଵା ଅଳ୍ପ ଅଳ୍ପ କରି କିଛି ନା କିଛି ଖାଇ ଦିଅନ୍ତି। ଆପଣ ଏମିତି କରନ୍ତୁ ନାହିଁ ଆପଣ ଜଳଖିଆ ଏବଂ ଖାଇବାର ଠିକ୍ ସମୟରେ ହିଁ ଆହାର କରନ୍ତୁ।

ଏହି ଦିନ ଆପଣ କ୍ଷୀର ଏବଂ ଜୁସ୍ ସେବନ କରି ପାରିବେ। ଏହିଦିନ ଆପଣ ଶାତ୍ୱିକ ଆହାର ଗ୍ରହଣ କରନ୍ତୁ। ଫଳ ଲହୁଣୀ ଆଦି ଖାଇ ପାରିବେ। ଆଳୁ ମଧ୍ୟ ଖାଇ ପାରିବେ। ସାଗୁ ଦାନା ମଧ୍ୟ ଖାଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment