ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଅଭାବନୀୟ ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଆପଣ ଜାଣିଥିବେ ନିଶ୍ଚିତ ଯେ ଏଇ ଦୁଇ ତିନି ଦିନ ହେବ ସମ୍ବଲପୁର ରେ ବିଜେପି ଦଳ ତରଫରୁ ଏକ ଆନ୍ଦୋଳନ ଚାଲିଥିଲା ଏବଂ ସେହି ଆନ୍ଦୋଳନ ପରେ ଶୋଭା ଯାତ୍ରା ସମୟରେ ପୋଲିସ ଅଧିକାରୀଙ୍କ ଓ ବରୋଧୀ ଦଳ ମାନଙ୍କ ମଧ୍ୟରେ ଏପରି ଝଗଡା ହୋଇଛି ଯାହାକି ବର୍ତମାନ ଏକ ବଡ଼ ମୋଡ଼ ନେଇଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ସମ୍ବଲପୁରରେ ବିଜେପି ଦଳ ତରଫରୁ ଆନ୍ଦୋଳନ ଚାଲିଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିବାର ଦେଖିବକୁ ମିଳିଛି, ଏହି ଘଟଣାଟି ବର୍ତମାନ ଏକ ବହୁତ ବଡ଼ ରୂପ ନେଲାଣି |ଆଜକୁ ତିନି ଦିନ ହେଲାଣି ବିଜେପି ନେତା ଓ କର୍ମୀଙ୍କ ତରଫରୁ ଯେଉଁ ଆନ୍ଦୋଳନ ଚାଲିଥିବା ସମୟରେ ଉଭୟ ପ୍ରଶାସନିକ ଅଧିକାରୀ ଓ ବିରୋଧୀ ଦଳର ନେତା ମାନଙ୍କ ମଧ୍ୟରେ ବିବାଦ ଚାଲିଥିଲା |ଏହି ବିବାଦ ଚାଲି ଥିବା ସମୟରେ ପତିବାଦ କାରିମାନଙ୍କୁ ପୋଲିସ ମଧ୍ୟ ଠେଲା ପେଲା କରିଥିଲା |
ବର୍ତମାନ ବିବାଦ ଘେରରେ ଫସି ଯାଇଛନ୍ତି ଜୟ ନାରାୟଣ ମିଶ୍ର, ମହିଳା ଅଧିକାରୀଙ୍କୁ ଧକ୍କା ମାରିବାକୁ ନେଇ ଉଠିଛି ସ୍ୱର |ପୂର୍ବରୁ ଖଣ୍ଡା ବୁଲାଇବା କଥାକୁ ନେଇ ମଧ୍ୟ ସେ ବିରୋଧରେ ସ୍ୱୀକାର ହୋଇଥିଲେ କିନ୍ତୁ ବର୍ତମାନ ସେହି ବିବାଦ ଭିତରେ ଜୟନାରାୟଣ ମିଶ୍ର ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବାର ଦୃଶ୍ୟର ଭିଡିଓ ଦେଖିବାକୁ ମିଳିଛି |ଏହି ଧକ୍କା ମାରିବା ସହିତ ଜୟନାରାୟଣ ମିଶ୍ର ତାଙ୍କ ସହିତ ଯୁକ୍ତି ତର୍କ ମଧ୍ୟ କରିଛନ୍ତି |
ଜଣେ କର୍ତ୍ତବ୍ୟ ରତ ପୋଲିସ ମହିଳାଙ୍କୁ ଏମିତି ଧକ୍କା ମାରିବା ନ୍ୟାୟଚିତ ନୁହଁ ବୋଲି ମଧ୍ୟ ସମସ୍ତେ ମତ ରଖିଛନ୍ତି,କିନ୍ତୁ ଏନେଇ ଜୟନାରାୟଣ ମତ ରଖିଛନ୍ତି ଯେ ସେ ତାଙ୍କୁ ପ୍ରଥମେ ଧକ୍କା ମରିନଥିଲେ |ମହିଳା ଜଣଙ୍କ ତାଙ୍କ ଗୋଡ଼ ପ୍ରଥମେ ମାଡି ଚୋକଟି ଦେବାରୁ ସେ ମହିଳା ଜଣଙ୍କୁ ତାଙ୍କର ପରିଚୟ ପଚାରି ବୁଝିଥିଲେ |ପରେ ଏମିତି ବିବାଦ ମଧ୍ୟରେ ପୋଲିସ ଅଧିକାରୀ ଜଣଙ୍କ ପ୍ରଥମେ ଜୟନାରାୟଣ ଙ୍କୁ ଧକ୍କା ମାରିଥିଲେ |
ଜୟନାରାୟଙ୍କ ବିରୋଧରେ ଏପରି କହିବା ତାଙ୍କ ବିରୋଧରେ ଏକ ସଢ଼ଯନ୍ତ୍ର ବୋଲି କହିଛନ୍ତି |କିନ୍ତୁ ଘଟଣା ବର୍ତମାନ ଏହି ସମସ୍ତ କଥାକୁ ଆଖି ଆଗରେ ରଖି କେଉଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ତାହା ଅପେକ୍ଷାରେ ଅଛନ୍ତି ସାରା ଓଡିଶା ବାସୀ |ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବାର ଖବର ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।