ମୋର ବୟସ 29 ବର୍ଷ ହେଲେ ମୋର ଦରମା 6512 ଏଥିରେ ମୁ କଣ ବାହା ହେବି ସ୍ତ୍ରୀ ଆଣିବି, ମୁଁ କେମିତି ପିଲା ଛୁଆଙ୍କୁ ପୋଷିବି…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଆଜିକାଲିର ପିଲା ମାନେ ସରକାର ଚାକିରୀ କରିବା ପାଇଁ ବହୁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ତଥାପି ସେମାନଙ୍କୁ ସରକାରୀ ଚାକିରୀ ମିଳୁ ନାହିଁ, ଆଉ ଯେଉଁମାନଙ୍କୁ ସରକାରୀ ଚାକିରୀ ମିଳୁ ଯାଉଛି ସେମାନେ ତାଙ୍କ ଚାକିରୀକୁ ନେଇ ବହୁତ ଖୁସି ହୋଇ ଯାଇ ଥାଆନ୍ତି। ଯେତେବେଳେ ସେମାନେ ତାଙ୍କ ଚାକିରୀରେ ପ୍ରଥମେ ନିୟୋଜିତ ହୋଇ ଥାଆନ୍ତି। ସରକାର ସେମାନଙ୍କୁ ବହୁତ କମ ଦରମା ଦେଇ ଥାଆନ୍ତି। ଯାହା ଫଳରେ କି ସେମାନେ ସେହି ଦରମାରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ଓ ସେଥିପାଇଁ ପ୍ରତିବାଦ ମଧ୍ୟ କରି ଥାଆନ୍ତି। ତେବେ ନିକଟରେ ବର୍ତ୍ତମାନ ଏଭଳି ଖବର ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ଯେଉଁମାନେ ନୂଆ କରି ଶିକ୍ଷକତାରେ ଚାକିରୀ କରିଛନ୍ତି, ସେମାନଙ୍କ ମାସକୁ ଦରମା ମାତ୍ର ୬୫୧୨ ଟଙ୍କା, ସେଥିପାଇଁ ଶିକ୍ଷକ ମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଯେଉଁମାନେ ଶିକ୍ଷକତାରେ ନିୟୋଜିତ ହୋଇଛନ୍ତି, ସେମାନେ ବହୁ ପରିଶ୍ରମ କରି ସରକାରୀ ଚାକିରୀ କରିଛନ୍ତି। କିନ୍ତୁ ସରକାର ସେମାନଙ୍କ କଷ୍ଟକୁ ଦୂର କରି ପାରୁ ନାହାଁନ୍ତି। ସରକାର ଶିକ୍ଷକ ମାନଙ୍କୁ ମାସକୁ ଦରମା ୬୫୧୨ ଟଙ୍କା ଦେଇ ଥାଆନ୍ତି। କିନ୍ତୁ ଶିକ୍ଷକ ମାନେ ଏହି ଦରମାରେ ସନ୍ତୁଷ୍ଟ ନୁହଁନ୍ତି। ସେଥିପାଇଁ ଶିକ୍ଷକ ମାନେ ରାଜରାସ୍ତକୁ ଓଲ୍ହାଇ ବହୁତ ପ୍ରତିବାଦ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଗଣମାଧ୍ୟମ ଆଗରେ କହୁଛନ୍ତି ଯେ, ତାଙ୍କର ବୟସ ୨୯ ବର୍ଷ, ସେ ଯେତିକି ଦରମା ପାଉଛନ୍ତି ସେଥିରେ ସେ ବାହା ହେବେ କେମିତି ଓ ନିଜ ପିଲା ଛୁଆଙ୍କୁ କେମିତି ପୋଷିବେ।ଏମିତିକି ନିଜ ପରିବାର ଲୋକ ମାନଙ୍କୁ ଛାଡି ବହୁତ ଦୂରରେ ମଧ୍ୟ ଚାକିରୀ କରିଛନ୍ତି।

ତେବେ ଏମିତି ଅନେକ ଶିକ୍ଷକ ଅଛନ୍ତି ନିଜ ଘର ଚଳାଇ ଓ ତାଙ୍କ ପିଲା ମାନଙ୍କ କଥା ନଚିନ୍ତା କରି ଷ୍ଟେଟ ଗମେଣ୍ଟ ଭୁବନେଶ୍ୱରରେ ବୁଲୁଛନ୍ତି। ଏହାର କାରଣ ହେଉଛି ସରକାର କେବଳ ସେମାନଙ୍କ ଦରମା ବଢାଇବା ଆଜି ପଡି ରହିଛନ୍ତି। ଯେତେବେଳେ ସରକାର ତାଙ୍କ କଥା ଶୁଣୁ ନାହାଁନ୍ତି, ସେଥିପାଇଁ ସେମାନେ ବାଧ୍ୟ ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି। ଯଦି ସରକାର ସେମାନଙ୍କ କଥା ନଶୁଣି ଦରମା ବଢାଇବେ ନାହିଁ, ତା’ହେଲେ ସେମାନେ ଆଗକୁ ଆସୁ ଥିବା ନିର୍ବାଚନରେ ବହୁତ ମହଙ୍ଗା ପଡିବ ବୋଲି ୱାର୍ନିଙ୍ଗ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।