ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସମାଜରେ ଲୋକ ମାନଙ୍କ ମନ ମଧ୍ୟରେ କୌଣସି ଦୟା ମାୟା ବୋଲି ସେମାନଙ୍କ ନିକଟରେ ଆଉ ଦେଖିବା ପାଇଁ ମିଳୁ ନାହିଁ। ସେମାନେ ମନ ମୁତାବକ କାର୍ଯ୍ୟ କରି ଚାଲୁଛନ୍ତି। ନିକଟରେ ଏଭଳି ଏକ ଖବର ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଗାଁ ର କିଛି ଯୁବକ ମାନେ ମିଶି ଝିଅକୁ ଜୋର ଜବରଦସ୍ତ ବିବାହ କରାଇ ଦେଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର ଡିଏମକେ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଅନ୍ତର୍ଗତ ଛତାବଡା ୨ ନମ୍ବର ଗାଁ ର, ପିତାମ୍ବର କର୍ମକାରଙ୍କ ବଡ଼ ଝିଅ ଚନ୍ଦନା କର୍ମକାର, ସେ ସୋନପୁର ଡିଏମକେ ସ୍ଥିତ ନିଜ ସାନ ଭଉଣୀ ଘରକୁ କାଳୀ ପୂଜା ଦେଖିବା ପାଇଁ ଯାଇ ଥିଲେ। ସେ ରାତିରେ କାଳୀ ପୂଜା ଦେଖିବା ସମୟରେ, ସେହି ଗାଁ ର ଜଣେ ପୁଅ ସହିତ କଥା ବାର୍ତା ହେଉଥିଲେ।
କଥା ବାର୍ତା ହେଉଥିବା ସମୟରେ ସେହି ଗାଁ ର କିଛି ଯୁବକ ମାନେ ମିଶି ଜୋର ଜବରଦସ୍ତ କରି ଝିଅ ଓ ପୁଅକୁ ବନ୍ଦ ଏକ ବନ୍ଦ ରୁମ ଭିତରେ ଅଟକ ରଖିଦେଲେ। ସେମାନଙ୍କ ନିକଟରେ ଝିଅଟି ନିଜକୁ ଛାଡି ଦେବା ପାଇଁ ବହୁତ କାନ୍ଦି କାନ୍ଦି ଅନୁରୋଧ କରିଥିଲା, କିନ୍ତୁ ସେହି ଯୁବକ ମାନେ ତାଙ୍କ କଥା ଶୁଣି ନଥିଲେ କି ଛାଡି ମଧ୍ୟ ନଥିଲେ। ଏହା ପରେ ଯୁବକ ମାନେ ମିଶି ସେ ଦୁଇ ଜଣଙ୍କର ଜୋର ଜବରଦସ୍ତ କରି ବାହାଘର ମଧ୍ୟ କରାଇ ଦେଇ ଥିଲେ। ଏଥି ସହିତ ସେମାନେ ଝିଅ ସହିତ ଅସଦାଚରଣ ମଧ୍ୟ କରିଥିଲେ।
ଏଥି ସହିତ ସେମାନେ ମଧ୍ୟ ଭିଡ଼ିଓ ବନାଇ ଭାଇରଲ କରିଥିଲେ। ସେହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଖବର ପାଇ ଝିଅଟିର ବାପା ଝିଅକୁ ଆଣିବା ପାଇଁ ସୋନପୁର ଯାଇ ଥିଲେ। କିନ୍ତୁ ସେଠାରେ ଗାଁ କମିଟିର ମୁଖ୍ୟ ସଦସ୍ୟ ମାନେ ମିଶି ତାଙ୍କୁ ଖୁବ ଜୋର ଭାବରେ ମାରିଥିଲେ। ଯୁବକ ମାନେ ଝିଅଟି ପ୍ରତି ଏଭଳି ନିର୍ଯାତନା ପାଇବା ପରେ, ସେ ଏହି ଘଟଣାକୁ ନେଇ ରାଇଘର ଥାନାର ଦ୍ୱାରସ୍ତ ହୋଇଥିଲେ। ଏଥି ସହିତ ଝିଅଟି କହିଥିଲେ ଯେ, ଯଦି ତାଙ୍କୁ ନ୍ୟାୟ ମିଳିବ ନାହିଁ, ତା’ହେଲେ ସେ ଆତ୍ମହତ୍ୟା କରି ଦେବେ ବୋଲି କହିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।