ମୋର ଲଭ ମ୍ୟାରେଜ ହେଇଚି ..ମୁଁ ପ୍ରାଙ୍କ କରିବାକୁ ଯାଇଥିଲି ..ପ୍ରାଙ୍କ କରୁକରୁ ମୁଁ ଝିଅ ଫସେଇ ଦେଲି… ନିଜ ପ୍ରେମ କାହାଣୀ କହିଲେ କାଳିଆ ଷଣ୍ଢ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଗୋଟିର ଭିଡିଓ ଭାଇରାଲ ହେଉଛି ଯାହାକୁ ଆପଣ ବହୁତ ଭଲ ଭାବରେ ଜାଣିଥିବେ | ତେବେ ତାଙ୍କର କମେଡିର ଯାଦୁରେ ଆମ ଘରେ ଘରେ ଜଣା ଶୁଣା | ଆଉ ଯିଏ ତାଙ୍କର କମେଡିର ଯାଦୁ ଥରେ ଦେଖିଛି ସେ ପୁରା ପୁରି ତାଙ୍କର ଦିୱାନା ହେଇଯାଇଛନ୍ତି | ତେବେ ସେ ଆଜି ଯୋଉ ଏତେ ବଡ଼ କମେଡିଆନ ହେଇଛନ୍ତି ଯାହାକୁ ଆମେ କାଳିଆ ଷଣ୍ଢ ବୋଲି କହୁଛୁ | ସିଏ ରାତା ରାତି ହେଇଯାଇ ନାହାନ୍ତି , ଷ୍ଟାର ହେବା ପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି | ଆଉ ତାଙ୍କର ଲଭ ମେରେଜ ବିଷୟରେ ମଧ୍ୟ କିଛି କହିଛନ୍ତି |ତାହେଲେ ଆସନ୍ତୁ ଦେଖିବା ସେ କଣ ସବୁ କହିଛନ୍ତି |

ତେବେ ସେ ମିଡ଼ିଆ ଆଗରେ କହିଛନ୍ତି କି ସେ ଥରେ ଯାଜପୁର କୁ ଯାଇଥିବା ବେଳେ ଜଣେ ଝିଅକୁ ଦେଖିଥିଲେ ଆଉ ତାଙ୍କ ସହିତ ଫ୍ରାଙ୍କ କରୁଥିଲେ | ଆଉ ସେମିତି କରୁ କରୁ ତାଙ୍କୁ ଘରକୁ ନେଇ ଆସିଥିଲେ ଆଉ ତାଙ୍କୁ ବିବାହ ମଧ୍ୟ କରିଥିଲେ ଆଉ ତାଙ୍କର ଏବେ ଗୋଟିଏ 12 ମାସର ଝିଅ ମଧ୍ୟ ରହିଛି ବୋଲି କହିଛନ୍ତି କାଳିଆ ଷଣ୍ଢ | ତେବେ ତାଙ୍କୁ ଆଉ କେତୋଟି ପ୍ରଶ୍ନ ଯଥା ସେସିଆଲ ମିଡ଼ିଆକୁ ନେଇକି କିପରି ଭାବରେ ଆଜିର ଯୁବପିଢ଼ି ମାନେ ଅପ ବ୍ୟବହାର କରୁଛନ୍ତି ତାକୁ ନେଇକି କିଛି ପ୍ରଶ୍ନ ଉଠିଥିଲା | ଆଉ ଯାହାର ପ୍ରତି ଉତ୍ତରରେ ସେ କହିଥିଲେ କିଛି ଏମିତି |

ତାଙ୍କର କହିବା କଥା କି ଗୋଟିଏ ଇଉ ଟ୍ୟୁବ ରେ ଭିଡିଓ ବନାଇବା ପାଇଁ ତାଙ୍କୁ କେତେ କଣ କରିବାକୁ ପଡୁଛି କଷ୍ଟ | ଆଉ ଏମିତି ସୁଟିଂ ଆଉ ଏଡିଟିଂ କରୁ କରୁ ତାଙ୍କୁ ଗୋଟିଏ ମାସ ଚାଲିଯାଉଛି | କିନ୍ତୁ ଆଜି ଯୋଉ ଇନ୍ଷ୍ଟଗ୍ରାମ ବାହାରିଛି ଆଉ ଯୋଉଥିରେ ରିଲସ ସବୁ ବାହାରୁଛି ଯାହା ଫଳରେ ଆମର ଯୁବ ପିଢ଼ି ମାନେ କିଛି ନ ବୁଝି | ସେଥିରେ ଭିଡିଓ ବନେଇ ଦେଉଛନ୍ତି ଆଉ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରୁଛନ୍ତି | ଆଉ ଯୋଉ ଭିଡିଓର କିଛି ଭେଲୁ ମଧ୍ୟ ନାହିଁ | ଆଉ ସେହି ଭିଡିଓରେ ମା ଭଉଣୀ ଙ୍କୁ ନେଇକି ଶୋଧୁଛନ୍ତି |

ତେଣୁ ତାଙ୍କର କରିବା କଥାକି ଯେଉଁ ଜିନିଷ ବାହାରିଛି ତାକୁ ସବୁବେଳେ ଆମର ଭଲ ପାଇଁ ବ୍ୟବହାର କର | ନିଜର ଭଲ ଭଲ ଭିଡିଓ ଯଥା ଡାନ୍ସ ହେଉ ଵା ଗୀତ ସବୁକୁ ସେଥିରେ ପୋଷ୍ଟ କରିକି, ନିଜର ଟେଲେଣ୍ଟ କୁ ଲୋକ ମାନଙ୍କ ଆଗରେ ଦେଖାଇ ପାରିଲେ ଆମର ଏହି ଭଳି ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରିବାର କିଛି ଲାଭ ରହିବ | ନହେଲେ ସେ ସବୁର କିଛି ମାନେ ନାହିଁ ଖାଲି ସମୟକୁ ବର୍ବାଦ କରିବା ଛଡା | ତେବେ ଏହିଭଳି କାଳିଆ ଷଣ୍ଢ କହିଛନ୍ତି ମିଡ଼ିଆ ଆଗରେ ଯାହା ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment