ମୋତେ ବଞ୍ଚାଅ…ମୋତେ ମାରିଦେବ ! ଜୀବନ ଭିକ୍ଷା ମାଗୁଛନ୍ତି ସ୍ୱାମୀ ନିର୍ଯାତନାରେ ଅତିଷ୍ଠ ହୋଇଥିବା ଓଡିଆ ଯୁବତୀ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ ,ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଇ ନିର୍ଯାତନା ଦେଉଛନ୍ତି। ଯାହାକି ଏହା ସମାଜକୁ ମଧ୍ୟ ଖରାପ ବାର୍ତ୍ତା ପ୍ରେରଣ କରୁଛନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଆଦିରେ ଦେଖି ବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ଯୁବତୀ ନିଜ ସ୍ୱାମୀଙ୍କ ଠାରୁ ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଜଗତସିଂହପୁର ପୁର ଜିଲ୍ଲା ହରିହର ପୁର ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ନିରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଝିଅ ସୁସ୍ମିତା ମହାପାତ୍ର, ସେ ଆଳିର ଗରୁଡ଼ ଭୋଳଙ୍କ ପୁଅ ଜ୍ଞାନରଞ୍ଜନ ଭୋଳଙ୍କୁ ବିବାହ କରିଥିଲେ। ବାହାଘରର ତିନି ବର୍ଷ ଭିତରେ ଯୁବତୀଙ୍କ ଶାଶୂଘର ଲୋକ ମାନେ ତାଙ୍କୁ ନିର୍ଯାତନା ଦେବା ସହିତ ଖାଇବାକୁ ମୁଠାଏ ମଧ୍ୟ ଦେଉ ନଥିଲେ। ଯୁବତୀଙ୍କ ସୁନା, ଗହଣା ଆଦି ସବୁ ଜିନିଷ ପତ୍ର ତାଙ୍କ ଶାଶୂ ନେଇ ଯାଇ ଥାଆନ୍ତି। ଏମିତିକି ଯୁବତୀ ଜଣଙ୍କ ଏକ ପ୍ରାଇଭେଟ ସଂସ୍ଥାରେ ଚାକିରୀ କରିଥିଲେ।

ସେ ତାଙ୍କ ଚାକିରୀରୁ ଯାହା କିଛି ଦରମା ପାଇ ଥାଆନ୍ତି, ଦରମାକୁ ମଧ୍ୟ ଛଡାଇ ନେଇ ଯାଇ ଥାଆନ୍ତି। ଶାଶୂ ନିର୍ଯାତନା ଦେଉ ଥିବାରୁ ସେ ସହି ନପାରି, ଯୁବତୀଙ୍କ ସ୍ୱାମୀ ଅହମଦବାଦରେ ରହୁଥିବାରୁ ସେ ତାଙ୍କ ସ୍ୱାମୀଙ୍କ ପାଖରେ ଯାଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ସ୍ୱାମୀଙ୍କ ନିକଟକୁ ଅହମଦବାଦ ଯାଇ ଥିଲେ। କିନ୍ତୁ ନିଜ ସ୍ୱାମୀ ମଧ୍ୟ ଯୁବତୀଙ୍କ ପ୍ରତି ବହୁ ଅତ୍ୟାଚାର କରୁଥିଲେ ଓ ତାଙ୍କ ଗୋଡ ଓ ହାତ ଭାଙ୍ଗି ଦେଇଥିଲେ। ଏମିତିକି ଯୁବତୀ ଯେମିତି କାହା ସହ କଥା ବାର୍ତା ହୋଇ ପାରିବେ ନାହିଁ, ସେଥିପାଇଁ ଯୁବତୀଙ୍କ ସ୍ୱାମୀ ତାଙ୍କ ଫୋନକୁ ଭାଙ୍ଗି ଦେଇଥିଲେ।

ଏଥି ସହିତ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ସେ ବହୁତ ଡରି ଯାଇ, ଅହମଦବାଦରୁ ଏକ ଭିଡ଼ିଓ ମାଧ୍ୟମରେ ଯୁବତୀଟି ନିଜ ଜୀବନକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏହି ଭିଡ଼ିଓ ଦେଖି ଯୁବତୀଙ୍କ ବାପା ସହି ନପାରି, ଜାତସିଂହପୁର ଥାନାରେ ଯୁବତୀଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକ ମାନଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଓ ସେଠାରୁ ନିଜ ଝିଅକୁ ଫେରାଇ ଆଣିବା ପାଇଁ ପୋଲିସ ନିକଟରେ ଗୁହାରି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।