ଆଜି ଜୀବନ ଯୁଦ୍ଧ ରେ ହାରି ଗଲେ କ୍ୟାନ୍ସର ପୀଡିତା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ, ବିଳମ୍ବିତ ରାତିରେ ସେ ମେଡିକାଲ ରେ ଭର୍ତ୍ତି ହୋଇ ଥିଲେ | କିନ୍ତୁ ଚିକିତ୍ସାଧୀନ ଅବସ୍ଥା ରେ ରାତି ପ୍ରାୟ 2 ଟା 25 ମିନିଟ ରେ ତାଙ୍କର ବିୟୋଗ ହୋଇ ଥିବା ସୂଚନା ମିଳିଛି | ତେବେ ରାଜେଶ୍ୱରୀ ବ୍ରେନ ଓ ଲଙ୍ଗସ କ୍ୟାନ୍ସର ରେ ପୀଡିତ ଥିଲେ ଏବଂ କ୍ୟାନ୍ସର ରୁ ଭଲ ମଧ୍ୟ ହୋଇ ଯାଇ ଥିଲେ | ହେଲେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା ପରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଛି | ଟେଲି ଧାରାବାହିକ ଖଳନାୟକ ଭୂମିକା ରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ | ଏକାଧିକ ଓଡ଼ିଆ ଧାରାବାହିକ ରେ ସେ ଅଭିନୟ କରି ପ୍ରସିଦ୍ଧ ସାଉଁଟି ଥିଲେ, ଧାରାବାହିକ ଉଆଁସୀ କନ୍ୟା ରେ ସେ ଅଳକା ଚରିତ୍ର ରେ ରାଜେଶ୍ୱରୀ ଅଭିନୟ କରି ଥିଲେ |
ହାତରେ ନାଇଁ ନୂଆ ଶଙ୍ଖା ଚୁଡ଼ି, ପାଦରେ ଅଳତା ଆଉ ପାଟ ଶାଢ଼ୀ ଯାଏ ଆଜି ସାଜି ସେ ରାଜରାଣୀ ମଶାଣି କୁ ଅହିସୁଲକ୍ଷଣି | ସୀତା ଲୋ ତୁ କାଇଁ ଛାଡ଼ି ଚାଲି ଗଲୁ ରାମ ରାଇଜ, ଏ ଗୀତ ଆପଣ ନିଶ୍ଚିତ ଭାବରେ ଶୁଣି ଥିବେ | ଆଉ ଆଜି ଯେତେ ବେଳେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରାଜେଶ୍ୱରୀ ଆଜି ନାହାଁନ୍ତି ସେତିକି ବେଳେ ତାଙ୍କ ବାସ ଭବନ ଖାଁ ଖାଁ ଲାଗୁଛି | ଆଉ ଯେତେ ବେଳେ ତାଙ୍କ ମୃତ ଦେହ ସ୍ମଶାନ ଅଭିମୁଖେ ବାହାରି ଥିଲା ତାଙ୍କ ସ୍ୱାମୀ ତାଙ୍କୁ ସିନ୍ଦୂର ପିନ୍ଧାଇ ଦେଉ ଥିଲେ |
ତାଙ୍କ ସ୍ୱାମୀ ଅହି ସୁଲକ୍ଷଣି ବେଶ ରେ ସଜାଇ ଦେଉ ଥିଲେ ଏବଂ ସିନ୍ଦୂର ପିନ୍ଧାଇ ଦେଉ ଥିଲେ | ମଥାରେ ସିନ୍ଦୂର ହାତରେ ଚୁଡ଼ି ଆଉ ପାଟ ଶାଢ଼ୀ ସବୁ କିଛି ତାଙ୍କ ସ୍ୱାମୀ ହିଁ ପିନ୍ଧାଇ ଦେଉ ଥିଲେ ଏବଂ ତାଙ୍କୁ ରାଜରାଣୀ ବେଶ ରେ ସଜାଇ ଦେଉ ଥିଲେ | ଏଭଳି ଏକ ଦୃଶ୍ୟ ଦେଖିଲା ପରେ ପୁରୁଣା ସିନେମା ର ସେହି ପୁରୁଣା ଗୀତ ଟିଏ ମନେ ପଡ଼ି ଥିଲା | ଯେଉଁ ଦିନ ରାମ ରାଇଜ ଛାଡ଼ି ସୀତା ପର ପାରି ର ଅଫେରା ରାଜକୁମାରୀ ପାଲଟି ଯାଇ ଥିଲା | ଆଜି ଠିକ ସେମିତି ରାଜେଶ୍ୱରୀ ଆଉ ଫେରିବେନି ସତ, ଆଜି ରାଜେଶ୍ୱରୀ ଙ୍କ ଥଟା ପରିହାସ ରେ ତାଙ୍କ ଘର ଉଠିବନି କି ପଡ଼ିବନି କାରଣ ସେ ଘରର ଦେବୀ ଆଜି ମନ୍ଦିର ଛାଡ଼ି ଚାଲି ଯାଇଛି |
ଯେତେ ବେଳେ ଅଭିନେତ୍ରୀ ରାଜେଶ୍ୱରୀ ରାୟ ଙ୍କର ଶେଷ ଯାତ୍ରା ଆରମ୍ଭ ହୋଇ ଥିଲା ଠିକ ସେତିକି ବେଳେ ତାଙ୍କୁ ସଧବା ବେଶ ରେ ସଜାଇ ଦିଆଯାଇ ଥିଲା | ଆଉ ହିନ୍ଦୁ ପରମ୍ପରା ଅନୁଯାଇ ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି | ତେବେ ତାଙ୍କ ବିୟୋଗ ରେ ଆଜି ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ସାରା ଓଡ଼ିଶା ଆଜି ଦୁଃଖ ରେ ଶୋକ ର ଛାୟା ଯେପରି ଖେଳି ଯାଇଛି | ଆମେ ଭଗବାନ ଙ୍କ ନିକଟରେ କେବଳ ଏତିକି ପ୍ରାର୍ଥନା କରିବା କି ତାଙ୍କ ଅମର ଆତ୍ମା ର ସଦଗତି ହେଉ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।