ଖୁସି ଖବର ! ମୋ ପାଇଁ ଟଙ୍କା କିଛି ମ୍ୟାଟର ନାହିଁ…ଆମର ଖୁବ ଶୀଘ୍ର ମିଳନ ହେବ….କଣ କହୁଛନ୍ତି ତପସ୍ୱିନୀ…. ଦେଖନ୍ତୁ Video

0

ଆଜିକାଲିର ଆଧୁନିକ ଶିକ୍ଷିତ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ଯୁବପୀଢ଼ି ମାନଙ୍କ ପାଇଁ ଭଲ ପାଇବା ଆଉ ପୂର୍ବ ଭଳି ପ୍ରକୃତ ଭଲ ପାଇବା ହୋଇ ରହିନାହିଁ। ସବୁଠି କ୍ଷେତ୍ରରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତରେ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଅନେକ ପୁଅ ଝିଅ ଘର ଲୋକଙ୍କ ବିରୋଧରେ ଭଲ ପାଇ ବିବାହ କରୁଛନ୍ତି।

ହେଲେ ଘର ଲୋକ ସେମାନଙ୍କ ଇଛା ବିରୁଦ୍ଧରେ ଭଲ ପାଇ ବିବାହ କରୁଥିବା କାରଣରୁ ଅନେକ ପାରିବାରିକ ସମସ୍ୟାର ସମୂଖୀନ ହେବାକୁ ପଡୁଛି। ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁମିତ ଏଵଂ ତପସ୍ବିନୀଙ୍କୁ ଜାଣିଥିବେ। ତପସ୍ବିନୀ ଯିଏକି ନିଜର ସ୍ୱାମୀ ପାଖରେ ରହିବା ପାଇଁ ଦୀର୍ଘ ୪୫ ଦିନରୁ ଉର୍ଦ୍ଧ ସମୟ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଥିଲା। କୋର୍ଟର ଅଭିଯୋଗ ଅନୁସାରେ ତାଙ୍କୁ ପ୍ରଥମେ ଉଭୟ ସ୍ୱାମୀ ସ୍ତ୍ରୀ ଏକାଠି ମିଶି ସାତ ଦିନ ରହିବା ପାଇଁ କୋର୍ଟ ରାୟ ଶୁଣାଇବା ସହିତ ସେମାନେ କୋର୍ଟର ନିଷ୍ପତିକୁ ପାଳନ କରିଥିଲେ। ହେଲେ କୌଣସି ଲାଭ ହୋଇନଥିଲା।

ପୁଣି ଥରେ ତପସ୍ବିନୀ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଥିଲା। ଯାହାବି ଏହାପରେ କୋର୍ଟ ତାଙ୍କୁ ଏକାଠି ରହିବା ସହିତ ମାସିକ ୧୭ ହଜାର ଟଙ୍କା ଦେବା କଥା ମଧ୍ୟ କହିଥିଲେ। ଏହାପରେ ସୁମିତ କୋର୍ଟର ଏହି ନିଷ୍ପତ୍ତି ରେ ସନ୍ତୁଷ୍ଟ ହୋଇନଥିଲେ। ସେ ପୁନଶ୍ଚ ହାଇକୋର୍ଟ ରେ ଅପିଲ କରିଥିଲେ। ଏହାପରେ ହାଇକୋର୍ଟ ତାଙ୍କୁ ମଧ୍ୟ ସମାନ ନିଷ୍ପତ୍ତି ଶୁଣାଇଥିଲେ। ବର୍ତ୍ତମାନ ସମୟରେ କୋର୍ଟର ନିୟମ ଅନୁସାରେ ତପସ୍ବିନୀ ନିଜର ଶାଶୂ ଘରେ ରହୁଛନ୍ତି। ସେ ୧୭ ହଜାର ଟଙ୍କା ନେବା ପାଇଁ କୋର୍ଟ ଆସିଥିଲେ। ତାଙ୍କ କହିବା କଥା ଯେ ତାଙ୍କୁ ୨ ମାସରେ ଟଙ୍କା ମିଳିବା କଥା ହେଲେ ତାଙ୍କୁ ଏଯାଏ ପଇସା ମିଳିନାହିଁ।

ସେ ପଇସା ନେବା ପାଇଁ ଆସିଛନ୍ତି କୋର୍ଟକୁ ଏହାପରେ ସେ ୧୭ ହଜାର ଟଙ୍କା ନେଇଥିଲେ। ତାଙ୍କର କହିବା ଅନୁସାରେ ତାଙ୍କର ଟଙ୍କା ଦରକାର ନାହିଁ ତାଙ୍କୁ ତାଙ୍କ ସ୍ୱାମୀ ଦରକାର। ତାଙ୍କ ଶାଶୂ ତାଙ୍କ ସହିତ କଥା ବାର୍ତା କରୁଛନ୍ତି। ସୁମିତ ଏବଂ ତାଙ୍କ ବାପା ମଧ୍ୟ ତାଙ୍କ ଘରେ ରହୁଛନ୍ତି। ତାଙ୍କର ପୁରା ବିଶ୍ୱାସ ରହିଛି ସୁମିତ ଏବଂ ତାଙ୍କର ପୁନ ମିଳନ ହେବ। ଏଭଳି ଭାବରେ ତପସ୍ବିନୀ କୋର୍ଟ ଆସିବା ସମୟରେ ନିଜର ପ୍ରତିକ୍ରିୟା ରଖିଥିଲେ ଗଣମାଧ୍ୟମ ସମ୍ନାରେ, ଯାହାବି ହେଉ ଆମ ସମସ୍ତଙ୍କର ଆଶା ଉଭୟ ପୁଣିଥରେ ମିଶିଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।