ବାହାଘର ପରେ ହିରୋଇନ Janklin & Somalin ପାଳନ କଲେ ରାକ୍ଷୀ ପୂର୍ଣ୍ଣିମା, ଏମିତି କେହି ବି actress ପାଳନ କରି ନଥିବେ…ଦେଖନ୍ତୁ ଭିଡ଼ିଓ

ଗତକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ ପାଳିତ ହୋଇଛି। ଏହିଭଳି ଏକ ସୁନ୍ଦର୍ ପର୍ବରେ ଖୁସି ଏବଂ ଉତ୍ସାହର ସହିତ ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଜଣେ ଭଉଣୀ। ସାରା ଜୀବନ ବିପଦ ଆପଦରେ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ। ସେହିଭଳି ଭାଇ ମଧ୍ୟ ଉଉଣୀର ସୁରକ୍ଷା, ସମ୍ମାନ ରକ୍ଷା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥାଏ। ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହାକୁ ଖୁସିର ସହ ପାଳନ କରିଛନ୍ତି। ତେବେ ସେମାନଙ୍କର ଏହି ରାକ୍ଷୀ ପାଳନର ଭିଡିଓ ଏବେ ସାମ୍ନାକୁ ଆସିଛି।

ଓଡ଼ିଆ ଫିଲ୍ମ୍ ଜଗତର ଅଭିନେତା ମାନେ ଏଵଂ ସିରିଏଲ ଦୁନିଆର କଳାକାର ମାନେ ମଧ୍ଯ ଏହାକୁ ବେଶ୍ ଖୁସି ଏବଂ ଉତ୍ସାହର ସହିତ ପାଳନ କରିଛନ୍ତି। ସେଲିବ୍ରିଟି ମାନେ ଏହି ପର୍ବକୁ ବହୁତ୍ ଖୁସିର ସହ ପାଳନ କରିଛନ୍ତି ଏବଂ ଏହି ସୁନ୍ଦର୍ ମୁହୂର୍ତ୍ତକୁ ସୁଟ କରିଛନ୍ତି।ସେମାନଙ୍କର ଏହି ପବିତ୍ର ରକ୍ଷା ବନ୍ଧନ ପର୍ବ ପାଳନ ର ଝଲକ କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହା ସେମାନେ ମୋବାଇଲ୍ ରେ ରେକର୍ଡ଼ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆପଣ ତ ଜାଣିଛନ୍ତି ଅଭିନେତା ଅଭିନେତ୍ରୀ ମାନେ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ର ଅନେକ ମୁହୂର୍ତ୍ତକୁ ସେୟାର କରିଥାନ୍ତି।

ଯେମିତି ଗତକାଲି ଅଭିନେତା ଅମ୍ଳାନ ଏବଂ ବାବୁଶାନ ସେମାନଙ୍କର ରାକ୍ଷୀ ପୂର୍ଣିମା ପାଳନ ସମୟର ଫଟୋ ଉଠାଇ ସମସ୍ତ ଙ୍କୁ ଦେଖାଇଛନ୍ତି। ତେବେ ଏବେ ସାମ୍ନାକୁ ଆସିଛି ଅଭିନେତ୍ରୀ ଯାଙ୍କଲିନ ପରିଡା ଏବଂ ତାଙ୍କ ସ୍ଵାମୀ ଅରବିନ୍ଦ ଙ୍କ ରାକ୍ଷୀ ପର୍ବ ପାଳନର ଭିଡିଓ। ଏହାସହ ସେମାନଙ୍କ ସହ ଜାଙ୍କଲିନ ଙ୍କ ସାନ ଭଉଣୀ ସୋମାଲିନ ପରିଡା ମଧ୍ଯ ଭିଣୋଇ ଅରବିନ୍ଦ ଙ୍କୁ ରାକ୍ଷୀ ବାନ୍ଧି ଥିବାର ଦେଖିବାକୁ ମିଳିଛି। ଯାଙ୍କଳିନ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିବା ସହିତ ତାଙ୍କ ଶଶୁର ଘର ପଟୁ ଅର୍ଥାତ ତାଙ୍କର ନଣନ୍ଦ ଙ୍କ ସ୍ୱାମୀଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି। ଏବେ ସେମାନଙ୍କର ଏହି ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିଛି।

ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ଭଉଣୀ ଜାଙ୍କଲିନ ଏବଂ ସୋମାଲୀନ ପରିଡା କିପରି ଭାବରେ ଜାଙ୍କଲୀନ ଙ୍କ ଶଶୁର ଘରେ ଜାଙ୍କଲିନ ଙ୍କ ବାହାଘର ପରେ ପ୍ରଥମଥର ପାଇଁ ଏହି ଦିନ ଅନେକ ମଜା ମସ୍ତି କରିଛନ୍ତି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଏହାକୁ ଦେଖିଲା ପରେ ଆପଣ ଅନ୍ଦାଜ ଲଗାଇ ପାରିବେ ଯେ କିପରି ଅଭିନେତା ଅଭିନେତ୍ରୀ ମାନେ ହସ ଖୁସିର ସହିତ ଏହି ସୁନ୍ଦର୍ ସୁରକ୍ଷା ର ପର୍ବକୁ ମିଳିମିଶି ପାଳନ କରିଛନ୍ତି। ଏହାକୁ ଦେଖି ଆପଣ ଖୁସି ହେବେ ନିଶ୍ଚିତ।

Leave a Comment