ଦେଖନ୍ତୁ Socking ଭିଡ଼ିଓ -ମୃତ ପ୍ରେମିକାଙ୍କୁ ବାହା ହେଲେ ପ୍ରେମିକ ! ଭିଡ଼ିଓ ଦେଖିଲେ ଅପଣଙ୍କ ମୁଣ୍ଡ ବୁଲାଇ ଦେବ,ଦେଖନ୍ତୁ video …

ପ୍ରତିଦିନ ଆମ ସମାଜରେ ପ୍ରେମକୁ ନେଇ ନୂଆ ନୂଆ ଘଟଣା ଘଟି ଚାଲିଛି। ଯେଉଁଥିରେ ଦେଖିବାକୁ ମିଳୁଛି ପ୍ରେମିକ ପ୍ରେମିକାକୁ ହତ୍ୟା କରୁଛି ତ କଉଠି ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ବଣ ବୁଦା ମୂଳେ ଫିଙ୍ଗି ଦେଇ ଚାଲି ଯାଉଛି। ଆଉ କଉଠି ପ୍ରେମିକା ପ୍ରେମିକକୁ ଧୋକା ଦେଇ ଆଉ କାହା ସହ ସମ୍ପର୍କ ରଖୁଛି। ଏମିତି ଅନେକ ହୃଦୟ ବିଦାରକ ଘଟଣା ପ୍ରତିଦିନ ଘଟି ଚାଲିଛି ଆଉ ଯେଉଁ କାରଣ ବଶତ ଦିନକୁ ଦିନ ପ୍ରେମ ଉପରୁ ସମସ୍ତଙ୍କ ବିଶ୍ଵାସ ଉଠିବାରେ ଲାଗିଛି।

କିନ୍ତୁ ଆଜିବି ବଞ୍ଚି ରହିଛି ପ୍ରକୃତ ପ୍ରେମ। ବର୍ତ୍ତମାନ ସମୟରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ପ୍ରକୃତ ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ। ଆଉ ଦୁହିଁଙ୍କ ପ୍ରେମକୁ ନେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭାଇରାଲ ପ୍ରେମ୍ କାହାଣୀ କୁ ଯିଏ ବି ଶୁଣିବ ସେ ବି କାନ୍ଦି ପକାଇବ। ଯେଉଁଠି ଦେଖିବାକୁ ମିଳିଛି ଯେ ମୃତ ପ୍ରେମିକାକୁ ବିବାହ କରିଛନ୍ତି ପ୍ରେମିକ। ହଁ ଆଜ୍ଞା ମୃତ ପ୍ରେମିକା ଶିନ୍ଥିରେ ସିନ୍ଦୂର ଦେଇ ପ୍ରେମିକାକୁ ଦେଇଥିବା ପ୍ରତିଶ୍ରୁତିକୁ ରଖିଛନ୍ତି ପ୍ରେମିକ। ଆଉ ପ୍ରେମିକାର ଶବକୁ ବିବାହ କରିଛି ପ୍ରେମିକ।

ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଆସାମର ମୋଇରାଗାଓଁରୁ। ଭିଡିଓରେ ଥିବା ଯୁବକଙ୍କ ନାଁ ହେଉଛି ବିଟୁପନ ଏବଂ ମୃତ ଯୁବତୀ ହେଉଛି ପ୍ରାର୍ଥନା। ବିଟୁପନ ତାଙ୍କ ମୃତ ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ, ମାଳ ପକାଇ ବିବାହ କରିଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁଯାୟୀ, ବିଟୁପନ ଏବଂ ପ୍ରାର୍ଥନା ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବହୁତ ନିବିଡ ଥିଲା। ଦୁହେଁ ଦୁହିଁଙ୍କୁ ନେଇ ଖୁବ୍ ସ୍ଵପ୍ନ ଦେଖିଥିଲେ।କଥା ଦେଇଥିଲେ ଦୁହେଁ ଦୁହିଁକୁ ବିବାହ କରି ଜୀବନ ସାଥୀ ହୋଇ ରହିବେ।ହେଲେ ବୋଧହୁଏ ବିଧାତାର ହୁଏତ କିଛି ଭିନ୍ନ ଯୋଜନା ଥିଲା। ସତେ ଯେମିତି ଏମାନଙ୍କ ପ୍ରେମ ଉପରେ କାହାର ଖରାପ ନଜର ଲାଗି ଯାଇଥିଲା।ବିବାହର ମାତ୍ର କିଛି ଦିନ ପୂର୍ବରୁ ଜଣା ପଡ଼ିଥିଲା କି ପ୍ରାର୍ଥନା ଏକ ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଉ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାର୍ଥନାଙ୍କ ମୃତ୍ୟୁ ପରେ ସତେ ଯେପରି କଳା ବାଦାଲ ଘୋଟି ଆସିଥିଲା ବିଟୁପନଙ୍କ ଜୀବନରେ। ତଥାପି ସେ ଧୈର୍ଯ୍ୟ ହରାଇ ନଥିଲେ। ଆଉ ପ୍ରାର୍ଥନାଙ୍କୁ ଦେଇଥିବା କଥା ରଖିଥିଲେ ବିଟୁପନ, ଆଉ ତାଙ୍କୁ ହିଁ ବିବାହ କରିଥିଲେ।ଖାଲି ସେତିକି ନୁହେଁ ସେ ଆଉ ଶପଥ ନେଇଥିଲେ ଯେ ପ୍ରାର୍ଥନାଙ୍କ ସ୍ମୃତିରେ ସାରା ଜୀବନ ଏକାକୀ ବିତାଇବେ। ଅନ୍ୟ କେହି ଝିଅକୁ ବିବାହ କରିବେନି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment