ମୃତ ଜ୍ୟୋତିର ବାପା-ମା ଦେଲେ ଚରମ ବାଣୀ ! ଆମେ ଦୁହେଁ ଆତ୍ମହତ୍ୟା କରି ସାନ ପୁଅକୁ ଆଶ୍ରମରେ ଛାଡିଦେବୁ…ଦେଖନ୍ତୁ ଭିଡ଼ିଓ

0

ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ସମସ୍ତଂକ ପ୍ରିୟ ଅଲିଅଳି ପୁଅ ଜ୍ୟୋତି ପ୍ରକାଶ।ସୂଚନା ଅନୁଯାୟୀ ସେହି ଛାତ୍ର ଜଣଙ୍କ ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ବୋଲି ଜଣା ପଡିଛି।ଏହି ଛାତ୍ର ଜଣଙ୍କ ସାଇକେଲରେ ଟ୍ୟୁସନ ଯିବା ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘଟି ଥିଲା। ଆଉ ତା ପରଠୁ ତାଙ୍କ ପରିବାରରେ ଖେଳି ଯାଇଛି ଦୁଃଖର ଲହରୀ। ତେବେ ଭୁବନେଶ୍ବର ରେ ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏଥିରେ ତାଙ୍କ ପରିବାର ଲୋକେ ଯେତିକି ମର୍ମାହତ ହୋଇ ପଡିଛନ୍ତି, ସମାନ ଭାବରେ ସଂପର୍କୀୟ ଏବଂ ଆତ୍ମୀୟ ସ୍ୱଜନ ମାନେ ମଧ୍ୟ ପ୍ରିୟର ରାଜାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି।

ରାଜା ଯିବା ଦିନ ଠାରୁ ତାର ବାପା ମାଆ ଯେମିତି ପାଗଳ ପ୍ରାୟ ହୋଇ ପଡିଛନ୍ତି।ସେ ତ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛି। କିନ୍ତୁ ଏଠି ସମସ୍ତେ ଦୁଃଖରେ ଏମିତି ଭାବରେ ଭାଙ୍ଗି ପଡିଛନ୍ତି ଯେ ସେମାନେ ମଧ୍ୟ ନିଜ ଜୀବନ ହରାଇ ଦେବାକୁ ଚାହୁଁଛନ୍ତି। ପୁଅର ମୃତ୍ୟୁ ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଏକଥାକୁ ସହଜରେ ସେମାନେ ବିଶ୍ବାସ କରି ପାରୁ ନାହାଁନ୍ତି। ତେବେ ଏହା ଅବିଶ୍ଵସନୀୟ ହୋଇଥିଲେ ମଧ୍ୟ ଅଚାନକ ହୋଇଥିଲେ ମଧ୍ୟ ଆମକୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ।ଯିଏ କାଲି ପାଠପଢ଼ି ନିଜ ଭବିଷ୍ୟତ ଗଢିବାର ସ୍ଵପ୍ନ ଦେଖୁଥିଲା ସେ ଆଜି ସମସ୍ତଂକ ପାଇଁ ଏକ ଅଦେଖା ସ୍ଵପ୍ନ ପାଲଟି ଯାଇଛି।

ଯାହାଙ୍କୁ ଝୁରୁଛନ୍ତି ବାପା ମାଆ ଏବଂ ତାଙ୍କର ଆତ୍ମୀୟ ସ୍ୱଜନ ସମସ୍ତେ। କାହାରି ମୁହଁରେ ଭାଷା ନାହିଁ କିଛି କହିବା ପାଇଁ। ରାଜଧାନୀର ଖୋଲା ଡ୍ରେନ୍‌ରେ ରବିବାର ଅପରାହ୍ନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ବାପା ମାଆ କିପରି ରହିଛନ୍ତି ଏହା ଜାଣିବା ପାଇଁ ସେଠାରେ ଜଣେ ରିପୋର୍ଟ ର ପହଞ୍ଚିବା ପରେ ସେ ଜ୍ୟୋତି ଙ୍କ ଆଈ ଙ୍କ ଠାରୁ ଜାଣିବାକୁ ପାଇଲେ ଯେ ଜ୍ୟୋତି ର ବାପା ମାଆ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ନିଜକୁ ସମ୍ଭାଳି ପାରୁ ନାହାଁନ୍ତି। ପାଗଳ ପ୍ରାୟ ହୋଇ ପଡିଛନ୍ତି।

କଣ କରୁଛନ୍ତି କଣ ନାହିଁ ସେମାନେ କିଛି ଜାଣି ପାରୁ ନାହାଁନ୍ତି। ଆଉ କହୁଛନ୍ତି ଜ୍ୟୋତି ତ ଚାଲିଗଲା। ସାନ ପୁଅକୁ ଅନାଥା ଶ୍ରମ ରେ ଛାଡ଼ି ଦେଇ ଆମେ ବି ଆତ୍ମହତ୍ୟା କରିଦେବୁ। ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ବଡ ହୋଇ, ଚାକିରି କରି କେତେ କଣ କରିବାର ସ୍ୱପ୍ନ ଦେଖିଥିଲା ରାଜା। ବାପା ମାଆ ଙ୍କୁ ଖୁସିରେ ରଖିବା ପାଇଁ ସେ ବହୁତ୍ ସ୍ୱପ୍ନ ଦେଖିଥିଲା। କିନ୍ତୁ ସବୁ ସ୍ବପ୍ନ ସ୍ୱପ୍ନରେ ରହିଗଲା। ଯାହାକୁ ସେମାନେ ଝୁରି ଝୁରି ଭାଙ୍ଗି ପଡିଛନ୍ତି ବୋଲି ଜ୍ୟୋତି ଙ୍କ ଆଈ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।