ମୃତ୍ୟୁ ପରେ କାହିଁକି କଟାଯାଏ କିନ୍ନରଙ୍କ ଲିଙ୍ଗ ? ଭିଡ଼ିଓ ଦେଖିଲେ ଆପଣ ବି ବେହୋସ ହୋଇଯିବେ… ଦେଖନ୍ତୁ Video

ବନ୍ଧୁଗଣ ଆସନ୍ତୁ ଆଜିର ଏହି ଲେଖାରେ ଆମେ କିନ୍ନର ମାନଙ୍କ ବିଷୟରେ କିଛି ଅଜଣା ଏବଂ ରହସ୍ୟପୂର୍ଣ୍ଣ କଥା ଜାଣିବା।ଆପଣ ଜାଣିଛନ୍ତି କିନ୍ନର ମାନଙ୍କ ଜୀବନ ଆମ ଜୀବନ ଠାରୁ ସମ୍ପୂର୍ଣ୍ଣ ଅଲଗା। ସେମାନଙ୍କ ପରମ୍ପରା ବିଷୟରେ ଅନେକଙ୍କୁ ଜଣା ନାହିଁ। ଆଉ ଏମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ମଧ୍ୟ ଲୋକ ମାନେ ଖୁବ କମ ଜାଣିଥାନ୍ତି। କିନ୍ତୁ କିଭଳି ହୁଏ ଏମାନଙ୍କ ଅନ୍ତିମ ସଂସ୍କାର ଏବଂ କ’ଣ ସବୁ ପରମ୍ପରା ରହିଛି ଏମାନଙ୍କ ମୃତ୍ୟୁକୁ ନେଇ ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ। କୁହାଯାଏ ଯେ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି।

ଫଳରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ ଯେ ତାଙ୍କ ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି। ଏହାପରେଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିବା ସହ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି।ଆର ଜନ୍ମରେ କିନ୍ନର ନ କରନ୍ତୁ ବୋଲି ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ତେବେ ଅନ୍ୟ କିନ୍ନର ମାନେ ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି। କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ ପ୍ରଭାବୀ ବୋଲି ଯାହା କୁହାଯାଏ।ଏହା କିନ୍ନର ସମ୍ପ୍ରଦାୟ ଭିତରେ ହିଁ ରହିଥାଏ। ବାହାରର ଅନ୍ୟ କୌଣସି ବ୍ୟକ୍ତି ଏ ବିଷୟରେ ଜାଣନ୍ତି ନାହିଁ।

ତେବେ ବିଶେଷ କଥା ହେଉଛି ଏମାନଙ୍କ ଶବକୁ ପୋଡ଼ା ଯାଏ ନାହିଁ ବରଂ ପୋତି ଦିଆଯାଏ। ଏମାନେ ଶବକୁ ଚାରି କାନ୍ଧରେ ନେବା ପରିବର୍ତ୍ତେ ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନେଇଥାନ୍ତି। କିନ୍ନର ର ଙ୍କ ଏହା ମାନିବା କଥା ଯେ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖନ୍ତି ସେ କିନ୍ନର ହୋଇ ଜନ୍ମ ହୁଅନ୍ତି। ତେଣୁ ମୃତ୍ୟୁ ପରେ କିନ୍ନର ର ଶବକୁ ଘନ ଅନ୍ଧକାର ରେ ଶେଷକୃତ୍ୟ ସଂପନ୍ନ ପାଇଁ ନିଆଯାଏ। ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ସେମାନଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ।
ଫଳରେ ସେ ଆଉ କିନ୍ନର ହୋଇ ଯେମିତି ଜନ୍ମ ନହେଉ ଏବଂ କରିଥିବା ସବୁ ଭୁଲ, ପାପ ର ପ୍ରାୟଶ୍ଚିତ ହୋଇଯାଉ।

ଲୋକଙ୍କ ପାଖରୁ ମାଗିଥିବା ପଇସାରେ ଏମାନଙ୍କ ଶେଷକୃତ୍ୟ ସଂପନ୍ନ ହୁଏନାହିଁ। କାରଣ ଏଥିରେ ଲୋକଙ୍କ ଭଲପାଇବା ରହିଥାଏ। ତେବେ କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ ଏବଂ ତାଙ୍କର ଲିଙ୍ଗ କାଟି ଦିଆଯାଏ। ଫଳରେ ସେମାନେ ଆଉ କିନ୍ନର ହୋଇ ଜନ୍ମ ଗ୍ରହଣ କରିବେ ନାହିଁ ବୋଲି ସେମାନେ ବିଶ୍ୱାସ କରନ୍ତି। ତେବେ ସେମାନଙ୍କ ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ଯେମିତି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିର ଘନ ଅନ୍ଧକାର ଭିତରେ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment