ଆମର ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଦେଖିବା ପାଇଁ ମିଳୁଛି। ଆପଣମାନେ ସମସ୍ତେ ଜାଣନ୍ତି ଯେ କିଛି ଦିନ ପୂର୍ବରୁ ଅଭିନେତା ମିହିର ଦେହାନ୍ତ ହୋଇଥିଲା। ଯାହାକି ଆମ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ପ୍ରକାର ଅପୁରଣୀୟ କ୍ଷତି ଘଟିଥିଲା। ତେବେ ବର୍ତ୍ତମାନ ସମୟରେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଆମର ଜଣେ ପ୍ରସିଦ୍ଧ ଅଭିନେତା ତାଙ୍କ ନାମ ରାଇମହନ ପରିଡା ଯିଏକି ବର୍ତ୍ତମାନ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଅଭିନେତା ରାଇମୋହନ ଆଉ ନାହାଁନ୍ତି। ଜଣେ ବରିଷ୍ଠ ଅଭିନେତା ରାଇମୋହନ ଆତ୍ମହତ୍ୟା କରିଛନ୍ତି। ରାଇମୋହନଙ୍କ ମୃତଦେହ ତାଙ୍କ ବାସଭବନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଭୁବନେଶ୍ୱରର ପ୍ରୀତି ବିହାରର ଏକ ଘରୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ପରେ କଣ କରିବେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରାଇମୋହନ ପରିଡା 10 ଜୁଲାଇ 1933 ରେ ଜନ୍ମଗ୍ରହଣ କରିଥିଲେ। ରାଇମୋହନ 1955 ରେ ଥିଏଟରରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଉତ୍କଳ ମ୍ୟୁଜିକ୍ କଲେଜର ଛାତ୍ର ଥିଲେ।
ସାଗର ଚଳଚ୍ଚିତ୍ରରେ ଖ୍ୟାତିସମ୍ପନ୍ନ ଭୂମିକାରେ ଅଭିନୟ କରିଥିଲେ। ଅନେକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ସେ ପ୍ରାୟ 100 ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ରାଇମୋହନ ପରିଡା 15 ଟି ବଙ୍ଗାଳୀ ଚଳଚ୍ଚିତ୍ର ଏବଂ 60 ଟି ନାଟକରେ ଅଭିନୟ କରିଛନ୍ତି। ରାଇମୋହନ ପରିଡ଼ା ମଧ୍ୟ ଯାତ୍ରା ଜଗତରେ ନିଜ ପାଇଁ ଏକ ନାମ ସୃଷ୍ଟି କରିଛନ୍ତି। ତେବେ ତାଙ୍କର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରି ନାହାନ୍ତି। ବର୍ତ୍ତମାନ ସମୟରେ ତାଙ୍କର ଶେଷ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ସେ ଏକ ଭିଡ଼ିଓ ମାଧ୍ୟମରେ ନିଜ ବିଷୟରେ କହୁଛନ୍ତି ଯେ ଖୁବ ଶୀଘ୍ର ଆସିବେ ଏହା ଥିଲା ତାଙ୍କର ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ। ଯାହାବି ହେଉ ଏଭଳି ଘଟଣା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଫ୍ୟାନ ମାନଙ୍କୁ ଏହା ବହୁତ ଦୁଃଖ ଦେଇଛି ଯାହାବି ହେଉ ତାଙ୍କର ମୃତ୍ୟୁ ପାଇଁ ଅଭିନୟ ଜଗତରେ ଏକ ପ୍ରକାର ଅପୁରଣୀୟ ସ୍ଥାନ କହିଲେ କିଛି ଭୂଲ ହେବ ନାହିଁ। ତାଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାବି ହେଉ ତାଙ୍କର ଶେଷ ଭିଡ଼ିଓ ଦେଖି ଲୋକ ମାନେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।