ଆପଣମାନେ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ବିଷୟରେ ଦେଖିବାକୁ ପାଇଥାନ୍ତି। ଆଜି କାଲିର ଲୋକେ ବର୍ତ୍ତମାନ ଏକ ଚାପଆଡକୁ ଗତି କରୁଛନ୍ତି।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟା ଦେଇ ଗତି କରିଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢନ୍ତି। କିନ୍ତୁ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଚାପରେ ରହନ୍ତି। ସେମାନେ ସେତବେଳେ ନିଜ ଜୀବନକୁ ତୁଚ୍ଛ ବୋଲି ଭାବନ୍ତି ଏବଂ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଉ ଗୋଟିଏ କଥା ଯେତେବେଳେ ଆତ୍ମାକୁ ବହୁତ ବାଧେ ସେତେବେଳେ ହିଁ ଏହି ରାସ୍ତାକୁ ବାଛି ନେଉଛନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ସୁଇସାଇଡ କୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।
ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବୁ, ଯାହାକି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହବାରେ ଲାଗିଛି। ତେବେ ଘଟଣାଟି ହେଉଛି ଜଣେ ଯୁବକ ମରିବା ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହେଉଛି, ଆପଣମାନେ ଏହି ଘଟଣାଟିକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ବର୍ତ୍ତମାନ ଆତ୍ମହତ୍ୟା ପୂର୍ବରୁ ଯେଉଁ ବିଡ଼ିଓଟି ଭାଇରାଲ ହେଉଛି ଆପଣ ମାନେ ଦେଖି ପାରୁଥିବେ, ଜଣେ ବ୍ୟକ୍ତି ଭିଡ଼ିଓରେ କହିଛନ୍ତି, ମୁଁ ଆଜି ଦୁନିଆ ଛାଡି ଯାଉଛି, ମୋର ଯେତିକି ଆତ୍ମୀୟ ସ୍ୱଜନ ଭାଇ, ଭଉଣୀ, ସାଙ୍ଗ ସାଥି ଅଛନ୍ତି, ମୋତେ ସମସ୍ତେ କ୍ଷମା କରିଦେବ। ଆହୁରି ମଧ୍ୟ କହିଛନ୍ତି, ଯେ ଯେଉଁ ଫ୍ୟାନ ଚାଲିଛି, ସେହିଥିରେ ଫାଶୀ ଲଗାଇ ମରିବି। ତାଙ୍କ ମୃତ୍ୟୁର କାରଣ ମଧ୍ୟ କହିଛନ୍ତି, ଯେ ତାଙ୍କ ସ୍ତ୍ରୀ ସହିତ ତାଙ୍କର ମନ ମାଲିଣି ହୋଇଥାଏ। ତାଙ୍କ ସ୍ତ୍ରୀ ପୋଲିସ ରେ ଯାଇ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲେ।
ଏହା ପରେ ପୋଲିସ କୁ ସବୁ ସତ କଥା କହିବା ପରେ ମଧ୍ୟ ତାଙ୍କୁ ପୋଲିସ ଛାଡି ନଥିଲା। ତାଙ୍କୁ ନିର୍ଧୁମ ବାଡ଼େଇ ଥିଲା ଏବଂ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ। ପରେ ପୋଲିସ ସବୁ ସତ ଜାଣି ସାରିଲା ପରେ ଛାଡି ଦେଇଥିଲା।ତେବେ ବନ୍ଧୁଗଣ ଏହି ଘଟଣାଟି ରାଉରକେଲା ସହରର ରେଲୱେ କଲୋନୀ ଅଞ୍ଚଳର ସ୍ୱାମୀ ବିବେକାନନ୍ଦ ବସ୍ତିରେ ବ୍ୟକ୍ତି ବୋଲି ଜଣାପଡିଛି। ଏପଟେ ବ୍ୟକ୍ତିର ମାଆ ମଧ୍ୟ ଜଣାଇ ଛନ୍ତି, ଯେ ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ଉପରେ ବାରମ୍ବାର କେସ କରୁଥିଲେ। ପୋଲିସ ମଧ୍ୟ ଏସବୁ କଥା ତାଙ୍କ ପରିବାର ଲୋକଙ୍କୁ ଜଣାଇନଥିଲା। ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଗୋଟିଏ କଥା ଜଣାଇବୁ ଯେ ସମସ୍ୟାର ସମାଧାନ ଖୋଜନ୍ତୁ ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।