ମୃତ୍ୟୁ ପୁର୍ବରୁ ଯମରାଜ ଦେଇଥାନ୍ତି ଏହି ୪ ଟି ସନ୍ଦେଶ, ଥରୁଟିଏ ନିଶ୍ଚୟ ଜାଣି ରଖନ୍ତୁ

0

ସୃଷ୍ଟିର ନିୟମ ଅନୁସାରେ କେବଳ ମନୁଷ୍ୟ ନୁହେଁ ସ୍ୱୟଂ ଭଗବାନ ମଧ୍ୟ ଏଥିରେ ବାନ୍ଧି ହୋଇଛନ୍ତି । ଯିଏବି ଏହି ପୃଥିବୀ ପୃଷ୍ଠରେ ଯେବେ ଯେବେ ଜନ୍ମ ନେଇଥାନ୍ତି ସମସ୍ତଙ୍କୁ ଯିବାକୁ ପଡିଥାଏ । ଏଥିପାଇଁ ଭଗବାନଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ପଡିଥାଏ , ଏଥିପାଇଁ ଯେବେ ବି ଭଗବାନ ମନୁଷ୍ୟ ରୂପ ଧାରଣ ଧାରଣ କରିଛନ୍ତି ସେ ବି ତାଙ୍କ ଶରୀର ତ୍ୟାଗ କରିଛନ୍ତି । ଯମରାଜ ଭଗବାନ ମୃତ୍ୟୁ ପୂର୍ବରୁ 4 ଟି ସନ୍ଦେଶ ଦେବାକୁ ବଚନ ଦେଇଥିଲେ , ଯାହାର ପାଳନ ଆଜି ମଧ୍ୟ ଯମରାଜ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି 4 ଟି ଉପଦେଶ ବିଷୟରେ ।

1. ବୟସ ଅନୁସାରେ ଚୁଟି ପାଚିବା :-

ଯଦି ଆପଣ ସୁସ୍ଥ ସବଳ ଅଛନ୍ତି , ଆଉ ବୟସ ସହ ଆପଣଙ୍କ ଚୁଟି ପାଚି ପାଚି ଯାଉଛି ତାହାଲେ ଏହାକୁ ପ୍ରଥମ ସଙ୍କେତ ବୋଲି ମନାଯାଏ । ଏହାର କାରଣ ଏବେ ଆପଣଙ୍କ ବୟସ ବଢି ବଢି ଯାଉଛି ମୋହ ମାୟା ଦୁନିଆରୁ ବାହାରକୁ ବାହାରିବା ପାଇଁ ଆରମ୍ଭ କରନ୍ତୁ ।

2. ଶରୀରରେ ପରିବର୍ତ୍ତନ ଦେଖାଯିବା :-

ମଣିଷର ବୟସ ବଢି ବଢି ଚାଲିଲେ ମଣିଷର ଶରୀରରେ ଧୀରେ ଧୀରେ ପରିବର୍ତ୍ତନ ଆସିଯାଏ । ସ୍ୱାଭାବରେ ପରିବର୍ତ୍ତନ , ଖାଇବା ପିଇବାରେ ପରିବର୍ତ୍ତନ ଆସିଯାଏ , ଆଉ ଧୀରେ ଧୀରେ ବୟସ ବଢି ମନୁଷ୍ୟର ଦାନ୍ତ ଦୁର୍ବଳ ହୋଇଯାଏ । ସମୟ ସହିତ ଦାନ୍ତ ଝଡିବା ଆରମ୍ଭ ହୋଇଯାଏ , ବୟସ ସହ ଦାନ୍ତ ଝଡିବା ଏହା ସନ୍ଦେଶ ଥାଏ କି ବ୍ୟକ୍ତିର ଶରୀର ମୁକ୍ତି ହେବାକୁ ଯାଉଛି । ଏଥିପାଇଁ ଜୀବନ ପ୍ରତି ଅଧିକ ମୋହ ନରଖି ଭଗବାନଙ୍କୁ ଅଧିକ ସ୍ମରଣ କରିବା ଆବଶ୍ୟକ ।

3. ଜ୍ଞାନ ଇଦ୍ରିୟ ଦୁର୍ବଳ ହେବା :-

ଯେତେବେଳେ ଜ୍ଞାନ ଇଦ୍ରିୟ ଦୁର୍ବଳ ହୋଇଯାଏ , ଦେଖିବା ଆଉ ଶୁଣିବା ଶକ୍ତି କମି କମି ଚାଲିଯାଏ , ସେତେବେଳେ ଯମରାଜ କୁହନ୍ତି ଏବେ ଦୁନିଆର କଥା ଛାଡନ୍ତୁ ଆତ୍ମାର ଚିନ୍ତନ କରନ୍ତୁ । ସମୟ ଆସିଗଲାଣି ଶରୀର ତ୍ୟାଗ କରିବାର , ସେଥିପାଇଁ ଦୁନିଆର ଫାଲତୁ ଟେନସନ୍ ରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ ଭଗବାନଙ୍କ ସହିତ ଏକତ୍ରିତ ହେବା ଅର୍ଥାତ୍ ଶରୀରକୁ ତାଙ୍କ ଠାରେ ସମର୍ପିତ କରିଦିଅନ୍ତୁ ।

4. ଅଣ୍ଟା ବଙ୍କା ହୋଇଯିବା :-

ମନୁଷ୍ୟର ଅଣ୍ଟା ଧୀରେ ଧୀରେ ବଙ୍କା ହୋଇଯାଏ , ମନୁଷ୍ୟ ନଇଁ ନଇଁ କରି ଚାଲିଥାଏ ସେହି ସମୟରେ ନିଜ ଶରୀରର ଓଜନ ବୋହିବା ପାଇଁ ବହୁତ କଷ୍ଟ ହୋଇଥାଏ । ତେବେ ଏ ସମ୍ପର୍କରେ ଯମରାଜ କହିଛନ୍ତି ବାହାରର ସୋପଟ ନେବା ବଦଳରେ ଏବେ ଇଶ୍ୱରଙ୍କ ସୋପଟ ନିଅନ୍ତୁ । ସେ ତମର କର୍ମର ଫଳ ଅନୁାସାରେ ଉତ୍ତମ ଲୋକରେ ସ୍ଥାନ ଦେଇ ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।