ଦେଖନ୍ତୁ ଭିଡ଼ିଓ – ମୁଁ ଛାଡ଼ିଲି ସ୍ୱାମୀ କୁ, ସ୍ୱାମୀ ଛାଡି ଦେଲା ମୋତେ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….

0

ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ। ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତାରଣା ଏବଂ ଧୋକା କିଭଳି ହୋଇଥାଏ। ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ।ଆଉ ଯାହା ତାଙ୍କୁ ସମାଜରେ ଅପମାନିତ ଏବଂ ନିନ୍ଦିତ କରାଇଥାଏ। ସେହିଭଳି ଏକ ଘଟଣା ନିକଟରେ ଘଟିଛି।

ଯେଉଁଠି ପ୍ରେମିକା ତାର ପ୍ରେମିକ ର ଘର ଆଗରେ ପ୍ରେମିକର ବାଟ ଚାହିଁ ବସିଛି କିନ୍ତୁ ତାକୁ ଗ୍ରହଣ କରି ନାହାନ୍ତି ତାଙ୍କ ଘର ଲୋକେ କିମ୍ବା ପ୍ରେମିକର ମଧ୍ୟ ଦେଖାନାହିଁ।ଆଉ ପ୍ରେମିକ ତାଙ୍କୁ ଗ୍ରହଣ ନକଲେ ଆତ୍ମହତ୍ୟା କରିବ ବୋଲି କହିଛିି ତାର ପ୍ରେମିକା ଯିଏକି ଜଣେ ନବ ବିବାହିତା।

ଆପଣଙ୍କୁ ଘଟଣାଟି ଟିକେ ଗୋଳିଆ ଘାଣ୍ଟିଆ ଲାଗୁଥିବ କାରଣ ଘଟଣାଟି ଟିକିଏ ରହସ୍ୟ ମୟ। ଏଠାରେ ପ୍ରେମିକା ଜଣଙ୍କ ବିବାହିତା ଅଟନ୍ତି। ଯିଏକି କିଛି ଦିନ ତଳେ ଆଉ ଜଣେ ପୁଅକୁ ବିବାହ କରିଛନ୍ତି। ବାହାଘରର ଶୋହୋଳ ଦିନରେ ଝିଅ ଘରକୁ ଚର୍ଚ୍ଚା ପାଇଁ ଆସିଥିଲେ ଝିଅ ଓ ଜ୍ୱାଇଁ ଏବଂ ନିଜ ଗାଁରେ ପହଞ୍ଚିବା ପରେ ଝିଅ ତାର ଗାଁର ପୁରୁଣା ପ୍ରେମିକ ସହ ଫେରାର ହୋଇଗଲା।ଆଉ ଏହି ଖବର ପ୍ରକଟ ହେବା ପରେ ବିଚରା ଜ୍ୱାଇଁ ଏକା ନିଜ ଘରକୁ ଫେରି ଯାଇଥିଲେ। ଅନ୍ୟପଟେପ୍ରେମିକା କୁ ରଖିବାକୁ କଥା ଦେଇଥିବା ପ୍ରେମିକ ଜଣକ ବିବାହିତା ପ୍ରେମିକାକୁ ଛାଡି ଫେରାର ହୋଇଗଲା।ଘରେ ତାଲା ପକାଇ ଘର ଲୋକେ ମଧ୍ୟ କେଉଁଆଡ଼େ ପଳାଇଲେ ।

ଆଉ ଏହାପରେ ପ୍ରେମିକା ଓ ତାଙ୍କ ମା ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣାଟି ଘଟିଛି କଟକ ଜିଲ୍ଲା ଜୟପୁର ଫାଣ୍ଡି ଅଧୀନ ଅରିଲୋ ଗ୍ରାମରେ। ଏଠାରେ ପ୍ରେମିକ ଅର୍ଥାତ୍ ଉକ୍ତ ଯୁବକର ଚାଲ୍ ନବୁଝି ପାରି ପ୍ରେମିକା ଯେତେବେଳେ ପ୍ରେମିକର କଥାରେ ପ୍ରେମିକର ଘର ପାଖରେ ପହଞ୍ଚିଲା ସେତେବେଳେ ଘରେ ଗେଟ୍ ରେ ତାଲା ପଡ଼ିଛି ବୋଲି ଦେଖିଲା ।ତେଣୁ ରାତି ସାରା ପ୍ରେମିକା ଓଢଣା ଟାଣି ନିଜ ପ୍ରେମିକ ଘର ସମ୍ମୁଖରେ ବସି ରହିଲା। ତାକୁ ସମର୍ଥନ କରି ତାର ମା ମଧ୍ୟ ସେଠାରେ ବସି ରହିଲେ।

କିନ୍ତୁ ପ୍ରେମିକ କିମ୍ବା ତାଙ୍କ ଘରଲୋକ କାହାର ବି ଦେଖା ମିଲି ନଥିଲା।ତେବେ ଉକ୍ତ ପ୍ରେମିକା ଅର୍ଥାତ୍ ନବ ବିବାହିତା ମହିଳାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଯଦି ତାଙ୍କୁ ପ୍ରେମିକ ଗ୍ରହଣ ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ।ତେବେ ଘଟଣା ଟି ପୋଲିସ୍ ନିକଟରେ ପହଁଚିବା ପରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତ କରୁଛି।ଏହି ଘଟଣାଟି ଉକ୍ତ ଅଂଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।