ମୁଁ ଯାହା କହୁଛି ତାକୁ ରେକର୍ଡିଙ୍ଗ କର ..ମୁଁ ତୁମକୁ ଭଲପାଉଛି ବୋଲି ଏମାନେ ମୋତେ ମାରିଦେବେ … ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି Video

ହଁ ଆଜ୍ଞା ଘଟଣା ଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ ସେତିକି ଦୁଃଖବି ଲାଗୁଥିବ , ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ନିଜ ଝିଅକୁ ମାରିଦେଇଛନ୍ତି ନିଜର ବାପା, ରହସ୍ୟ ପୁଣି ପ୍ରେମ ସଂପର୍କ କୁ ନେଇକି, ବାବା ମା ପିଲାଙ୍କୁ ଜନ୍ମ ଦେଇଥାନ୍ତି ଆଉ ଏହି ଧରା ପୃଷ୍ଟକୁ ଆଣିଥାନ୍ତି ନୂଆ ଆଶାର ଆଲୋକ ଦେଇଥାନ୍ତି, କିନ୍ତୁ ସେହି ବାପା ଯେ ନିଜେ ଭକ୍ଷକ ସାଜିଯିବ ଆଉ ନିଜ ପିଲାଙ୍କୁ ମାରିଦେବ ତାହା ଯିଏ ବି ଶୁଣିବ ଆଶ୍ଚର୍ଯ୍ୟ ହେଇଯିବ, ତେବେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା ଆଉ କଣ ପାଇଁ ବାପା ନିଜ ଝିଅଙ୍କୁ ମାରିଦେଇଥିଲେ |

ଏପରି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ ର ମହେଶ୍ୱର ଜିଲ୍ଲା ପେରିଆ ପାଟଣା ରେ ଘଟିଛି , ଆଉ ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ମଧ୍ୟ ଚାଲିଚି | ତେବେ ଏହି ଘଟଣାଟିରେ ସବୁ କଥା ମୋବାଇଲ ରେ ରେକର୍ଡିଙ୍ଗ ହେଇଛି , ଆଉ ସେଠି ଝିଅ ମୃତ୍ୟୁର କାରଣ ତାର ବାପା ବୋଲି ସେହି ରେକର୍ଡିଙ୍ଗରେ ସ୍ପଷ୍ଟ ଭାବରେ କହିଛନ୍ତି | ସେହି ରେକର୍ଡିଙ୍ଗ ରେ ଅଛିକି ସେ ତାଙ୍କ ପ୍ରେମିକକୁ କହିଛନ୍ତି ମୋ ପାଖରେ ଆଉ ବେଶୀ ସମୟ ନାହିଁ, ମୋ ବାପା ଆମ ପ୍ରେମକୁ ଗ୍ରହଣ କରୁନାହାନ୍ତି ଓ ମତେ ମାରିଦେବାକୁ ଚାହୁଁଛନ୍ତି, ଆଉ ମୋ ସମୟ ସରି ସରି ଯାଉଛି |

ତେବେ ଝିଅଟିର ମୃତ୍ୟୁ ପରେ ଏହି ଘଟଣା ଆସିଥିଲା ସାମ୍ନାକୁ ଆଉ କଲ ରେକଡ଼ିଂକୁ ଚେକ କରିଲା ପରେ ସବୁ କଥାର ଜଣାପଡିଥିଲା , ଆଉ ପୋଲିସ ମଧ୍ୟ ତାର ତଦନ୍ତ କରୁଥିଲା ଆଉ ଘଟଣାର ତନାଘନା କରୁଥିଲା, ଆଉ ଯାହା ଜଣା ପଡିଛି କି ଝିଅଟି ତାଙ୍କ ଠୁ ତଳ ଜାତିର ଗୋଟିଏ ପୁଅକୁ ପ୍ରେମ କରୁଥିଲେ ଆଉ ତାଙ୍କୁ ବାହା ମଧ୍ୟ ହେବାପାଇଁ ଚାହୁଁଥିଲେ , କିନ୍ତୁ ବାପା ତାଙ୍କର ଏହି ପ୍ରେମକୁ ଗ୍ରହଣ କରୁନଥିଲେ ଆଉ ତାଙ୍କୁ ମଧ୍ୟ ମାରିଦେବାର ଧମକ ମଧ୍ୟ କରିଥିଲେ, କିନ୍ତୁ ଝିଅଟି ପୁଅଟିକୁ ଏତେ ଭଲ ପାଉଥିଲା କି ତାଙ୍କୁ ଭୁଲିଯିବା ଝିଅ ପକ୍ଷରେ ସମ୍ଭବ ନଥିଲା |

ତେବେ ଝିଅଟି ସେ ପୁଅକୁ ଭୁଲି ପାରିବ ନାହିଁ ବୋଲି କହିବାରୁ , ବାପା ଜଣଙ୍କ ରାଗି ଯାଇଥିଲେ ଆଉ ତାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ, ଆଉ ସେ ଝିଅଟି ହଟାତ ତାଙ୍କ ପ୍ରେମିକକୁ ଫନ କରିଥିଲେ ଆଉ ତାଙ୍କର ସମସ୍ତ କଥାକୁ ଫୋନରେ ରେକଡ଼ିଙ୍ଗ ମଧ୍ୟ କରିବାକୁ କହିଥିଲେ, ଆଉ ତା ପରେ ବାପା ଝିଅଙ୍କୁ ଜୀବନରୁ ମାରିଦେଇଥିଲେ |

ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଆଉ ଫୋନ ରେକଡ଼ିଂ ମଧ୍ୟ ଶୁଣିଥିଲେ, ଆଉ ସେ ଝିଅଟିର ବାପା ଆଉ ମା ଙ୍କୁ ମଧ୍ୟ ଗିରଫ କରିଥିଲେ |ତେବେ ସମାଜରେ ଏତେ ଉନ୍ନତି ହେଲା ପରେ ବି ଜାତିଆଣ ମନ ଭାବ ଏବେବି ଚାଲିଛି ଆଉ ନିଜ ଝିଅକୁ ମାରିଦେବାର ଘଟଣା ସତରେ ବଡ ଲଜ୍ୟାର କଥା ଅଟେ, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment