ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ଘଟଣା।ଜଣେ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିନ୍ତୁ ଏହା ପଛରେ କାରଣ କଣ କଣ ରହିଛି। କାହିଁକି ଜଣେ ଆଇନ୍ ର ରକ୍ଷକ ହୋଇ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ହତ୍ୟା କଲେ ଗୋପାଳ ତାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ରାହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ୍। ତିନି ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍ ବର୍ତ୍ତମାନ ହତ୍ୟାର ତଦନ୍ତ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବା ଲକ୍ଷ୍ୟରେ ବର୍ତ୍ତମାନ ଟିମ୍ ରହିଛି। ତେବେ ପୂର୍ବରୁ ଏଏସଆଇ ଗୋପାଳ ଦାସ ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ୍ । ତେବେ ପୁଣିଥରେ ୪ ଦିନିଆ ରିମାଣ୍ଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ । ଆଜି ରିମାଣ୍ଡ ଶେଷ ହେବା ପରେ ପୁଣିଥରେ ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ।ପ୍ରଥମ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସ୍ଥାନୀୟ ଜେଏମଏଫସି କୋର୍ଟରେ ହାଜର କରା ଯାଇଥିଲା । ଏହାପରେ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଜେରା ପରେ ସତ୍ ସାମ୍ନାକୁ ଆସିପାରେ ବୋଲି ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ।
ଏପଟେ ବ୍ରହ୍ମପୁର ରେ ଅଭିଯୁକ୍ତଙ୍କ ପନ୍ଥୀ ,ଭାଇ ଓ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଆର୍ଥିକ ନେଣଦେଶ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ତେବେ ଏ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି କି ତଦନ୍ତକାରୀ ଟିମ୍ ଆସି ଆର୍ଥିକ ନେଣଦେଶ ଯାଞ୍ଚ କରିଛନ୍ତି। ତେବେ ପତ୍ନୀ କହିଛନ୍ତି ପରିବାର ରେ ଏକାଉଣ୍ଟ୍ କାହାର ବି ନାହିଁ କେବଳ ତାଙ୍କର ଅଛି। ତାଙ୍କ ଏକାଉଣ୍ଟ୍ କୁ ମାସକୁ ୨୦-୨୫ ହଜାର ଟଙ୍କା ଆସୁଥିଲା। ତେବେ ପତ୍ନୀ କହିଛନ୍ତି କି ଘରର ଆର୍ଥିକ ପରିସ୍ଥିତି ଆଦୌ ଭଲ ନାହିଁ ୧୩ ବର୍ଷ ପୂର୍ବରୁ ଲୋନ କରି ଘର କରିଥିଲେ। କାର ଗୋଟେ କିଣିଥିଲେ ତାର କିସ୍ତି ୫୦ ହାଜର ବାକି ରହିଛି ବୋଲି ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି।
ତେବେ ଗୋପାଳ ଙ୍କ ପତ୍ନୀ କହିଛନ୍ତି କି ସେ ତଦନ୍ତକାରୀ ଟିମ୍ କୁ ପୂର୍ଣ୍ଣ ସହଯୋଗ କରିଛନ୍ତି ଓ କରିବେ ମଧ୍ୟ। ତଦନ୍ତ ପରେ ହିଁ ସତ କଣ ସାମ୍ନାକୁ ଆସିବ। ଗୋପାଳ କାହିଁକି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସେ ବାବଦରେ ସେ କିଛି ବି ଜାଣି ନାହାଁନ୍ତି। ତେବେ ଦେଖିବାକୁ ବାକି ରହିଲା ଘଟଣା ଆଗକୁ କେଉଁ ମୋଡ଼ ନେଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।