ଦେଖନ୍ତୁ Exclusive ଭିଡ଼ିଓ : ମୁହାଁ-ମୁହିଁ ଧକ୍କା ହେବାର ଭୟଙ୍କର ଦୃଶ୍ୟ…

0

ପ୍ରତିବର୍ଷ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସମଗ୍ର ବିଶ୍ୱର ଯାନ ଜନସଂଖ୍ୟାର ପ୍ରାୟ ଏକ ପ୍ରତିଶତ ଭାରତ ଅଟେ। ଅବଶ୍ୟ, ଏହା ବିଶ୍ୱର ସଡକ ଦୁର୍ଘଟଣାର ପ୍ରାୟ ଶୂନ ପ୍ରତିଶତ ଅଟେ। ୨୦୨୦ ଅନୁସାରେ ରେ, ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ହାରାହାରି ୧୫୧ ହଜାର ଲୋକ ମୃତ୍ୟୁବରଣ କରିଥିଲେ। ତେବେ ଏପରି ଭାବରେ ସଡକ ଦୃଘଟଣାର ମୁଖ୍ୟ କାରଣ ହେଉଛି, ଲୋକ ମାନେ ବେପରୁଆ ଭାବରେ ଗାଡି ଚାଳନା। ତେବେ ଏହି ଭଳି ସଡକ ଦୃଘଟଣା ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ନିୟମ ପ୍ରଣୟନ କରିଛନ୍ତି। ଯେପରି ଦ୍ରୁତ ଗତିରେ ଗାଡି ଚଳେଇବା, ହେଲିମେଣ୍ଟ ନ ପିନ୍ଧିବା, ଦୁଇ ରୁ ଅଧିକ ଗାଡ଼ିରେ ବସିବା ଭଳି ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଫାଇନ ବ୍ୟବସ୍ଥା କରିଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଦୁଇଟି କାର ଧକ୍କା ହୋଇ ଯିବା ଫଳରେ ୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ବାସ୍ତବରେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା, ପୂରା ଘୋଟଣା ଜାଣି ଆଶ୍ଚର୍ଯ୍ୟ ହେବେ, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗ ମାଟିଆ ଛକରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି।ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ଶଙ୍କର ନାୟକ ତାଙ୍କ କାରରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିଲେ। ସେ ଯାଉଥିବା ବାଟରେ ତାଙ୍କ ସାମନା ପଟୁ ଏକ କାର ଆସି, ତାଙ୍କ କାର ସହିତ ମୁଁହା ମୁଁହି ଧକ୍କା ହୋଇଥିଲା। ତେବେ ବନ୍ଧୁଗଣ ଆପଣ ମାନେ ଦେଖିଲା ପରେ ନିଶ୍ଚିତ ଭାବରେ ଜାଣି ପାରିବେ, ଯାହା ସହିତ ଏଭଳି ଘଟଣା ଘଟିଛି ସେହି ହିଁ ଜାଣି ପାରିବେ।

ତେବେ କାରଟି ଧକ୍କା କରିବା ପରେ, ଜିଲ୍ଲାପାଳ ଆହତ ହେବା ସହିତ ତାଙ୍କର ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ଏବଂ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ସେହି ପରି ଅନ୍ୟ ଏକ କାରରେ ଥିବା ୪ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି। ତେଣୁ ବନ୍ଧୁଗଣ ଆମର ଆପଣଙ୍କ ନିକଟରେ ଏତିକି ପ୍ରାଥନା ଯେ, ଆପଣ ବିଳମ୍ବରେ ପହଞ୍ଚନ୍ତୁ, ହେଲେ ଦ୍ରୁତ ଗତିରେ ଗାଡି ଚାଳନା କରନ୍ତୁ ନାହିଁ। କାରଣ ଜୀବନ ଠାରୁ ବଡ଼ ଆଉ କେହି ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।