ପୁଅ ମୁକ ବଧିର ବୋଲି କେହି ଶୁଣିପାରିଲେନି ଦୁଃଖ, ମାଲବୁହା ଗାଡିରେ ମା’ ର ଶବକୁ ୭ କିଲୋମିଟର ବୋହିଲେ …ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଶିକ୍ଷିତ ସଭ୍ୟ ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ଡ଼କାୟତି, ମାରପିଟ, ହତ୍ୟା ଇତ୍ୟାଦି କାୟା ବିସ୍ଥାର କରି ଚାଲିଛି। ସମାଜରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋପ ପାଇବା ରେ ଲାଗିଲାଣି। ସମସ୍ତେ ନିଜ ନିଜ କର୍ମ ରେ ବ୍ୟସ୍ତ ରହୁଛନ୍ତି। ଅନ୍ୟର କଥା ବୁଝିବା ପାଈଁ କାହାରି ପାଖରେ ସମୟ ନାହିଁ। ସମାଜରେ ଏପରି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ବେଳେ ବେଳେ ସମାଜରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖିଲା ପରେ ନିଜକୁ ଶିକ୍ଷିତ ସମାଜ କହିବା ପାଇଁ ଘୃଣା କରିଥାଉ। ତେବେ ବନ୍ଧୁଗଣ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି।

ବର୍ତ୍ତମାନ ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବା ପାଇଁ ମିଳିଛି। ତେବେ ଏହି ଘଟଣାଟି ହେଉଛି ଜଣେ ମୁକ ବଧିର ବ୍ୟକ୍ତିର ଡାକ କେହି ଶୁଣିଲେ ନାହିଁ, ନିଜ ମାଆର ଶବକୁ ୭ କି.ମି. ଯାଏ ଟ୍ରେଲି ରେ ବହି ଅନ୍ତିମ ସଂସ୍କାର କରିଥିବା ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ସୂଚନା ଅନୁସାରେ, ଜଣେ ଯୁବକ ମୁକ ଓ ବଧିର ଅଟନ୍ତି। ସେହି ଯୁବକଙ୍କର ମାଆଙ୍କର ମୃତ୍ୟୁ ହୋଇଗଲା। ସେ ତାଙ୍କ ମାଆଙ୍କର ଶବ ସତ୍କାର କେମିତି କରିବେ ଚିନ୍ତାରେ ରହିଥିଲେ।

ମାଆର ଶବ ସତ୍କାର ପାଇଁ ଲୋକ ମାନଙ୍କୁ ନେହୁରା ହୋଇ ଯେତେ କହିଲେ ସୁଦ୍ଧା ଯୁବକଙ୍କର କଥା କେହି ବୁଝି ପାରିଲେନି ଓ ସେ କଣ ବି ଚାଂହୁଛନ୍ତି ମଧ୍ୟ କେହି ଶୁଣିଲେ ନାହିଁ। ଯୁବକ କିନ୍ତୁ ତାଙ୍କ ମାଆଙ୍କ କଥା ଭାବି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ।
ତେବେ ଶେଷରେ ଯୁବକ କିଛି ଉପାୟ ନପାଇ ମାଲବୁହା ଗାଡ଼ିରେ ମା’ ର ଶବକୁ ୭ କିଲୋ ମିଟର ବୋହି ନେଲେ। ତେବେ ଏହି ଦୃଶ୍ୟକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ତେବେ ଏହି ଭିଡ଼ିଓଟିକୁ ଦେଖିବା ପରେ ବର୍ତ୍ତମାନ ସମାଜରେ ଲୋକ ମାନଙ୍କ ପାଖରେ ମଣିଷ ପଣିଆ ବୋଲି ଜିନିଷ ଆଉ ଦେଖିବା ପାଇଁ ମିଳୁ ନାହିଁ ଓ ଏଥି ସହିତ ଲୋକ ମାନେ ମଧ୍ୟ ବହୁତ ସ୍ୱାର୍ଥପର ହୋଇ ଗଲେଣି। ସମସ୍ତେ ସବୁବେଳେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଇ ଥାଆନ୍ତି ଓ ନିଜ ଛଡା ଅନ୍ୟ କାହାରି କଥା ମଧ୍ୟ ଭାବନ୍ତି ନାହିଁ। ଯେଉଁ ମାନେ ବି ଅସୁବିଧାରେ ପଡି ଥାଆନ୍ତି, ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ କେହି ଆସନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।