ସାଧାରଣତଃ କିଶୋରାବସ୍ଥା ସମୟରେ ଉଭୟ ପୁଅ ଏବଂ ଝିଅ ଠାରେ ଏହି ବ୍ରଣ ର ସମସ୍ୟା ଦେଖା ଯାଏ।ଆମର ଏବଂ ଝିଅ ମାନେ ବହୁତ ଚିନ୍ତା କରନ୍ତି । ଅନେକ ସମୟରେ ମହିଳା ମାନଂକ ଠାରେ ଅଧିକ ଦେଖାଯାଏ ।ଏଥିପାଇଁ ସେମାନେ ନିଜକୁ ଅନ୍ତର୍ମୁଖୀ କରିନୀୟନ୍ତି ଯାହା ସେମାନଙ୍କ ମାନସିକ ଚାପ ବୃଦ୍ଧି କରାଇଥାଏ ।ପୁଅ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଏ ।ଏହି ବ୍ରଣ ବାହାରିଲେ ଆମର ସୌନ୍ଦର୍ଯ୍ୟ ହାନୀ କରାଏ ।ଏବେ ଚାଲନ୍ତୁ ଜାଣିବା ବ୍ରଣ କାହିଁକି ଆମର ମୁହଁରେ ବାହାରେ l
ବ୍ରଣ ବାହାରିବାର କାରଣ :-
୧. ହରମୋନ ଜନିତ ସମସ୍ୟା :ଏହି ସମସ୍ୟା ଅଧିକ କିଶୋର ଅବସ୍ଥାରେ ହୋଇଥାଏ ।ଏହି ସମୟରେ ପୁଅ ଝିଅ ମାନଙ୍କରେ ହାରମୋନ ଗ୍ରନ୍ଥି ଗୁଡ଼ିକ ଅଧିକ ସକ୍ରିୟ ହୋଇଥାଏ l ସେଥିରୁ ଅଧିକ ହାରମାେନ ବାହାରିବା ଯୋଗୁ ଆମର ମୁହଁର ଚର୍ମ ଅଧିକ ପତଳା ଥାଏ ,ଯାହା ଯୋଗୁ ଆମର ମୁହଁରେ ବ୍ରଣ ବାହାରେ l
୨. ବ୍ୟାକ୍ଟେରିଆ ଯୋଗୁଁ: ଅନେକ ସମୟରେ ମଧ୍ୟ ଆମର ମୁହଁରେ ଥିବା ପ୍ରୋପିୟନି ବ୍ୟାକ୍ଟେରିଆ ଯୋଗୁଁ ଆମର ମୁହଁରେ ବ୍ରଣ ବାହାରେ l
୩. ଅଳ୍ପ ପାଣି ପିଇବା ଯୋଗୁଁ:ଆମର ଆବଶ୍ୟକତା ଠାରୁ ଅଳ୍ପ ପାଣି ପିଇଲେ ମଧ୍ୟ ଆମର ମୁହଁରେ ବ୍ରଣ ବାହାରେ l
ବ୍ରଣ ର ପ୍ରକାର :-
ବ୍ରଣ ପ୍ରାୟତଃ ତିନି ପ୍ରକାରର ହୋଇ ଥାଏ । ପ୍ରଥମଟି ହେଉଛି ନାଲି ରଙ୍ଗର ବ୍ରଣ ,ଏହା ଆମର ମୁହଁ କୁ ଲାଲି ରଙ୍ଗର କରାଇ ଦିଏ। ଦ୍ୱିତୀୟ ଟି ହେଉଛି ଧଳା ରଙ୍ଗର ମୁଣ୍ଡି ଥିବା ବ୍ରଣ ଏହି ବ୍ରଣ ବିତରୁ ଧଳା ରଙ୍ଗର ମଞ୍ଜି ବାହାରେ ଏହି ବ୍ରଣ ଗୁଡ଼ିକ ପାଚି ଯାଏ ଯାଇଁଥିରୁ ମଞ୍ଜି ବାହାରିଲେ ତାକୁ କିଛି ବ୍ୟକ୍ତି ଚିପି ବାହାର କରିଦୀୟନ୍ତି ଯେ ଭଲ ହୋଇଯିବା ।ମାତ୍ର ଭଲ ହେବା ପରିବର୍ତେ ତାହା ସେଠାରେ କଳା ରଙ୍ଗର ଦାଗ ହୋଇଯାଏ ଯାହା ଆମର ସୌନ୍ଦର୍ଯ୍ୟ ହାନି କରାଏ।ତୃତୀୟ ଟି ହେଉଛି କଳା ମୁଣ୍ଡ ବ୍ରଣ ,ଏହି ବ୍ରଣ ମୁଣ୍ଡ କଳା ଦେଖା ଯାଏ ଆଉ ସୁଖା ପରି ହୋଇଥାଏ l
ବ୍ରଣର ଘରୋଇ ଉପଚାର :–
୧- ଅଧିକ ପାଣି ପିଅନ୍ତୁ,ମାନେ ଜେତିକ ପାଣି ମଣିଷକୁ ପିଇବା ଦରକାର ତାଠାରୁ ଅଧିକ ପିଇବା ଦରକାର।
୨- ଅଧିକ ଅନିଦ୍ରା ରୁହନ୍ତୁ ନାହିଁ,ଅଧିକ ଅନିଦ୍ରା ରହିଲେ ଆମର ମୁଁହରେ ବ୍ରଣ ବାହାରେ ତେଣୁ ଆବଶ୍ୟକ ନିଦ୍ରା ଠିକ୍ ମାତ୍ରା ରେ ହେବା ଦରକାର। ରାତି ଅନିଦ୍ରା ହେଲେ ମଧ୍ୟ ଆମକୁ ଅଧିକ ହାଲିଆ ଲଗିଥାଏ ଆମକୁ କିଛି କରିବାକୁ ଇଚ୍ଛା ହୁଏ ନାହିଁ।ଯାହା ଯୋଗୁ ଆମର ଠିକରେ ହରମୋନ କ୍ଷରିତ ହୁଏନାହିଁ ଏଥି ପାଇଁ ଅଧିକ ବ୍ରଣ ବାହାରେ । ତେଣୁ ଆବଶ୍ୟକ ନିଦ୍ରା କରନ୍ତୁ ।
୩- ଏହି ବ୍ରଣ ଆମ ଶରୀରରେ ଯେତେ ବେଳେ ଭିଟାମିନ ଏ, ସି କମିଯାଏ ସେତେବେଳେ ଆମର ଏହି ସମସ୍ୟା ହୁଏ ତିନି ଏହାକୁ ଖାଆନ୍ତୁ ଏବଂ ଚର୍ମ ଡାକ୍ତର ଙ୍କ ପରାମର୍ଶ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।