ଦେଖନ୍ତୁ ଭିଡ଼ିଓ : ମୁମ୍ବାଇରେ ସୁପର ମଡେଲିଂ ଭାବରେ ଚମକିଲେ ଓଡ଼ିଆ ଝିଅ, କହିଲେ ସଂଘର୍ଷମୟ କାହାଣୀ….

0

ପୂର୍ବରୁ ଯେଉଁମାନେ ଗାଁ ଗହଳିରେ ରହି ଥାଆନ୍ତି, ତାଙ୍କ ଭିତରେ ଯେଉଁ ପ୍ରତିଭା ବା କଳା ରହିଥାଏ ସେମାନେ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ସମୟରେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଏଥି ସହିତ ସେମାନେ ତାଙ୍କ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଅନେକ ପ୍ରୟାସ କରି ଥାଆନ୍ତି। ଯାହା ଫଳରେ କି ସେମାନଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳି ପାରୁଛି। ତେବେ ବନ୍ଧୁଗଣ ଜଣେ ଓଡ଼ିଆ ଝିଅ ମୁମ୍ବାଇରେ ଚହଳ ସୃଷ୍ଟି କରି ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ଏଭଳି ଏକ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା କୁଜ କାନ୍ତ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କୁଜ କାନ୍ତ ଗାଁ ର ବିଶ୍ୱଜିତ ନାମକ ଜଣେ ଯୁବକ ଓ ତାଙ୍କ ସ୍ତ୍ରୀ ମଧୁମିତା ରାଉତରାୟଙ୍କ ଏକ ମାତ୍ର ଅଲୀଅଳି ଝିଅ ସ୍ୱପ୍ନା ପ୍ରିୟଦର୍ଶୀନୀ ଯାହାର ବୟସ ମାତ୍ର ୧୯ ବର୍ଷ ହୋଇଥାଏ। ସ୍ୱପ୍ନାଙ୍କ ପିଲାଟି ଦିନରୁ ଆକ୍ଟିଙ୍ଗ ଓ ମଡେଲିଙ୍ଗ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ୨୦୧୫ ମସିହାରେ ସେ ପ୍ରଥମେ ମଡେଲିଙ୍ଗ ଦୁନିଆରେ ପାଦ ରଖିଥିଲେ। ଏହା ପରେ ସେ ୨୦୧୮ ମସିହାରେ ମିଆଁମାରର ୟାମ୍ବୁନ ଠାରେ ଅନୁଷ୍ଠିତ ମିଷ୍ଟରୁଜିମ ଓ କଲଚର ୟୁନିଭର୍ସରେ ତୃତୀୟ ରନର୍ସ ଅଫ ହୋଇଥିଲେ।

ସେ ମଧ୍ୟ ମିସ ଛତିଶଗଡ଼ ଉପାଧି ହାସଲ କରିଛନ୍ତି। ଦୁଇ ବର୍ଷ ତଳେ ଫିଲ୍ମରେ ଅଭିନୟ କରିଥିଲେ ତାଙ୍କ ଦ୍ୱାରା ଅଭିନୀତ ଓଡ଼ିଆ ଫିଲ୍ମର ସୁଟିଙ୍ଗ ସରି ଯାଇଛି ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି। ତେବେ ସେ ଏମ୍ ଟିଭିରେ ଦେଉଥିବା ରିୟାଲିଟି ଶୋ ସୁପର ମଡେଲିଙ୍ଗ ଅଫ ଦି ଇୟର ସିଯିନ ୨ ରେ ଭାଗ ନେଇଥିଲେ। ସେ ଗତ ଜୁଲାଇ ମାସରୁ ଏହି ଶୋ ପାଇଁ ଅଡିସନ ଦେଇଥିଲେ। ଏହି ଶୋ ରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଆସି ଭାଗ ନେଇଥିଲେ। ସେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀର ବହୁତ ସୁନ୍ଦର ଭାବରେ ନାଚିଥିଲେ। ସେ ମୁମ୍ବାଇ ସହରରେ ଚାନ୍ଦ ଚାନ୍ଦ ଲଗାଇ ଦେଇଛନ୍ତି।

ତେବେ ଏହି ଶୋ ରେ ଜଜ ଭୂମିକାରେ ରହିଥିବା ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା ଓ ମିଲନ ସୁମନ ମଧ୍ୟ ତାଙ୍କ ସହିତ ନାଚିଥିଲେ। ସେ ଏହି ଶୋ ର ସେକେଣ୍ଡ ରନର୍ସ ଅଫ ସ୍ଥାନ ଅଧିକାର କରିଛନ୍ତି। ଏଥିପାଇଁ ସେ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛନ୍ତି।ନସେ ଆଗକୁ ଆହୁରି ଶୀର୍ଷରେ ପହଁଚିବେ ବୋଲି ତାଙ୍କ ବାପା ଓ ମାଆ ଆଶା ରଖିଛନ୍ତି। ତାଙ୍କୁ ଆଗକୁ ସୁଯୋଗ ମିଳିଲେ ବଲିଉଡରେ କାମ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ମଡେଲ ହେବେ ବୋଲି ଆଶା ରଖିଛନ୍ତି। ସେ ରାଜ୍ୟ ଓ ନିଜ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।