ଦେଖନ୍ତୁ ଭିଡ଼ିଓ : ମୁଁ ଗମେଣ୍ଟ ସ୍କୁଲ ” ଛୁଆ ” ପୁରା ରଡ଼ ନିଆଁ…ହ୍ୟୁମାନ ସାଗର ଙ୍କ ଏହି ଗୀତ ଏବେ ଭାଇରାଲ….

ନିକଟରେ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ପିଲା ମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବା କୁ ନେଇ ଅନେକ ଉତ୍ତେଜନା ଦେଖିବା ପାଇଁ ମିଳିଛି। ଯାହାକୁ ନେଇ ସେମାନଙ୍କର ପ୍ରତିକ୍ରିୟା ତୀବ୍ର ତର ହୋଇଥିବା ଦେଖିବା ପାଇଁ ମଧ୍ୟ ମିଳିଛି। ପରୀକ୍ଷା ଫଳ କୁ ନେଇ ଅନେକ ଅସନ୍ତୋଷ ଥିବା ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପ୍ରତିକ୍ରିୟା କୁ ପ୍ରକାଶ କରିଥିଲେ। ତେବେ ଏହାକୁ ନେଇ ଅନେକ ପ୍ରାଇଭେଟ୍ ସ୍କୁଲ ର ଛାତ୍ର ଛାତ୍ରୀ ସେମାନଙ୍କର ଅସନ୍ତୋଷ ପୂର୍ବକ ସେମାନଙ୍କର ମାର୍କ କୁ ସରକାରୀ ସ୍କୁଲ ପିଲା ମାନଙ୍କ ର ମାର୍କ ସହ ତୁଳନା କରି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସରକାରୀ ପିଲା ମାନଂକର ଖାଇବା, ପଢ଼ିବା ଆଦିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ।

କାହିଁକି ତାଙ୍କର ମାର୍କ କମ୍ ରହିଲା, ସେମାନେ ଏତେ ପାଠ ପଢ଼ି ତାଙ୍କୁ ସରକାରୀ ପିଲା ମାନଙ୍କ ତୁଳନାରେ ଏତେ କମ୍ ମାର୍କ କାହିଁକି ଦିଆଗଲା। ସରକାରୀ ପିଲା ଗଧ, ସରକାରୀ ସ୍କୁଲ ରେ ପଢୁଥିବା ପିଲା ତାଙ୍କ ତୁଳନାରେ କମ୍ ଷ୍ଟାଣ୍ଡରଡ ର ଇତ୍ୟାଦି ଅନେକ କଥା କହି ସରକାରୀ ସ୍କୁଲ ର ପିଲା ମାନଙ୍କୁ ଆକ୍ଷେପ କରିଥିଲେ ପ୍ରାଇଭେଟ୍ ସ୍କୁଲ ର ପିଲା ମାନେ। ସରକାରୀ ସ୍କୁଲ ର ପିଲା ମାନେ ଅଣ୍ଡା ଛତୁଆ ଖାଇ ଏତେ ମାର୍କ କିପରି ରଖିଦେଲେ ବୋଲି ପ୍ରାଇଭେଟ୍ ସ୍କୁଲ ର ପିଲା ମାନେ ପ୍ରଶ୍ନ ଉଠାଇ ଥିଲେ। ଆଉ ଏହାପରେ ସେମାନଂକୁ ଅନେକ ବ୍ୟକ୍ତି ବିଶେଷ କମେଣ୍ଟ କରିବାକୁ ଲାଗିଲେ।

ପ୍ରାଇଭେଟ୍ ସ୍କୁଲ ର ପିଲା ମାନଙ୍କ ର ଏହି କଥାକୁ ଅନେକାଂଶରେ ନିନ୍ଦା କଲେ ଲୋକେ ଏବଂ ଏହାକୁ ନେଇ ଅନେକ ଟ୍ରୋଲ ହେବାରେ ଲାଗିଲେ। ସୋସିଆଲ ମିଡିଆରେ ସେହି ପିଲା ମାନଙ୍କର କଥାକୁ ନେଇ ଝଡ଼ ଉଠିଲା ଏବଂ ଏହାକୁ ନେଇ ଅନେକ ଭିଡିଓ, ଗୀତ ଆଦି ତିଆରି ହେଲା। ଆଉ ଏବେ ଏହାକୁ ନେଇ ଆମେ ସରକାରୀ ସ୍କୁଲ ର ପିଲା ନାମରେ ଏକ ଗୀତ ଗାଇଛନ୍ତି ଓଡିଶାର ଜଣେ ଜଣାଶୁଣା ଗାୟକ ହ୍ୟୁମାନ ସାଗର। ସରକାରୀ ସ୍କୁଲ ର ପିଲା ମାନଙ୍କୁ ନେଇ ଏକ ସୁନ୍ଦର୍ ପରିକଳ୍ପନା ର ମଜାଦାର ଗୀତକୁ ସେ ଏବେ ଗାଇଛନ୍ତି।

ଯେଉଁ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆମେ ସରକାରୀ ସ୍କୁଲ ର ଛୁଆ, ଆମେ ସବୁଥିରେ ଆଗୁଆ, ଏହିଭଳି ଏକ ଗୀତ କୁ ସେ ଗାଇ ଏବେ ଏକ ଭିନ୍ନ କ୍ରେଜ ସୃଷ୍ଟି କରିଛନ୍ତି ସୋସିଆଲ ମିଡିଆରେ। ବର୍ତ୍ତମାନ ଏହି ବିଷୟ ବସ୍ତୁକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ହ୍ୟୁମାନ ସାଗର ଙ୍କ କଣ୍ଠରେ ଏହି ଗୀତକୁ ରେକର୍ଡ କରି ଏହାକୁ ଏବେ ସେୟାର କରା ଯାଉଛି। ଆପଣ ଏହି ଗୀତଟି ଶୁଣିଲେ ନିଶ୍ଚୟ ଖୁସିହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment