ଦେଖନ୍ତୁ ଭିଡ଼ିଓ : ମୁଁ ଯଦି Tapaswani ର ଭାଇ ହୋଇଥାନ୍ତି, ଏ ନେଇ କଣ କହୁଛନ୍ତି ଦେଖନ୍ତୁ….ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ସମାଜରେ ଧୀରେ ଧୀରେ ଶିକ୍ଷାର ପ୍ରସାର ହେଉଛି। ଫଳରେ ଲୋକ ମାନେ ଆଧୁନିକ ଆଡ଼କୁ ଗତି କରୁଛନ୍ତି। ଆଜିକାଲିର ଶିକ୍ଷିତ ସମାଜରେ ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ପୂର୍ବରୁ ଭଲ ପାଇ ବିବାହ ବହୁତ ଯୁବକ ଯୁବତୀ ମାନେ କରୁଥିଲେ। ଏପରି କି ଉଭୟ ପୁଅ ଝିଅ ନ ଦେଖି ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ଯଦି ଦେଖିବା ଖୁବ କମ ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ହୋଇଯାଉଛି। ଯେତେ ଶୀଘ୍ର ଭଲ ପାଇବା ହେଉଛି ସେତେ ଶୀଘ୍ର ଉଭୟ ପୁଅ ଝିଅ ବିବାହ ପୂର୍ବରୁ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି। ଯାହା ଆମ ସମାଜ ବିରୋଧୀ କାର୍ଯ୍ୟ ହୋଇଥାଏ।

ତେବେ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯୁବକ ଯୁବତୀ ଵିଵାହ କରୁଛନ୍ତି। ଏହାପରେ ପିତା ମାତା ଵିଵାହରେ ଅସନ୍ତୋଷ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ପୁଅ ଝିଅ ମାନେ ଉଭୟ ଅନେକ ହଇରାଣ ହରକତ ହେଉଛନ୍ତି। ବିଶେଷ କରି ଝିଅ ମାନେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି। ଅନେକ ଘଟଣା ଆଜିକାଲି ସମାଜରେ ଦେଖିବା ପାଇଁ ମିଳିଥାଏ। ଯଦି ଦେଖିବା ବର୍ତ୍ତମାନ ମଧ୍ୟ ଠିକ ଏହିଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହି ଘଟଣାଟି ହେଉଛି ତପସ୍ୱିନୀ ନିଜ ସ୍ୱାମୀଙ୍କ ସହିତ ସାରା ଜୀବନ ରହିବା ପାଇଁ ଶ୍ୱଶୁର ଘର ଆଗରେ ପଡି ରହିଛନ୍ତି। ତପସ୍ୱିନୀ ଯିଏକି ବଧୂ ବେଶରେ ବସି ରହିଛନ୍ତି ଘର ଆଗରେ ତାଙ୍କର ଗୋଟିଏ ଜିଦ ଯେ ସେ ସୁମିତ ପାଖରେ ରହିବେ। ପ୍ରତ୍ୟେକ ଦିନ ଉଭୟଙ୍କ ବିଭିନ୍ନ ପ୍ରକାର ଭିଡ଼ିଓ ଫୋଟୋ ଦେଖିବା ପାଇଁ ମିଳୁଛି। ନିଜ ନିଜ ମଧ୍ୟରେ ସବୁ ଗୁହାରି ବାହାର କରୁଛନ୍ତି। ଯାହାବି ହେଉ ତପସ୍ୱିନୀଙ୍କୁ ସହାୟତା କରିବା ପାଇଁ ଅନେକ ଲୋକ ଆଗେଇ ଆସୁଛନ୍ତି। ତେବେ ଏହି ଘଟଣା କେବଳ ଯେ ଆମ ଓଡିଶାରେ ସୀମିତ ହୋଇ ରହି ନାହିଁ। ଏହି ଘଟଣା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ମାନେ ମଧ୍ୟ ଭିଡ଼ିଓ ମାଧ୍ୟମରେ ସେମାନଙ୍କୁ ମିଶି ଯିବା ପାଇଁ କହୁଛନ୍ତି।

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ବିଭିନ୍ନ ଲୋକ ଭିଡ଼ିଓ ବନେଇ ନିଜ ନିଜର ମତାମତ ଜଣାଉଛନ୍ତି। ଆପଣ ମାନେ ଦେଖି ପାରୁଥିବେ ଜଣେ ସମାଜ ସେବୀ ଯିଏକି ନିଜର ମତାମତ ଦେଇଛନ୍ତି। ଆଉ କହିଛନ୍ତି ଯେ ତପସ୍ୱିନୀ ଯଦି ତାଙ୍କର ଭଉଣୀ ହୋଇଥାନ୍ତେ। ସୁମିତ ଙ୍କୁ ଯେହେତୁ ତାଙ୍କ ବାପା ପଚାରିଲେ ନାହିଁ। ସେଥିପାଇଁ ନିଜ ଛାତିକୁ ପଥର କରି ନିଜ ପାଖରେ ରଖି ପୋଶି ଥାନ୍ତି। ଯାହାବି ହେଉ ଯେତେ ସମୟ ବଢୁଛି ସେତେ ତପସ୍ୱିନୀଙ୍କ ଏବଂ ସୁମିତଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଲାଗିଛି। ତପସ୍ୱିନୀ ସୁମିତଙ୍କୁ ଚାଂହୁଛନ୍ତି ହେଲେ ସୁମିତ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଚାଂହୁନାହାନ୍ତି। ତେବେ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଉଭୟ ପୁଣିଥରେ ଏକାଠି ହୋଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।