ମୁଁ ଯାଉଛି.. ଇତି ତୁମର ସିମିରନ.. ଦେଖନ୍ତୁ Video

“ମୋ ସହ କାହିଁକି ଏମିତି କଲ ତୁମେ, ମୋ ଜୀବନ ଠାରୁ ବି ଅଧିକ ଭଲପାଉ ଥିଲି ତୁମକୁ , ଏମିତି କି ମୋ ମା ଓ ଭଉଣୀ ଠାରୁ ବି ଅଧିକ। ମୁଁ ତୁମକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ କିନ୍ତୁ ତୁମେ ଯେ ଦିନେ ମୋ ସହ ଏହିପରି କରିବ ମୁଁ ଭାବି ନଥିଲି। ତୁମ ବିନା ମୋ ଜୀବନ ର କୌଣସି ମୁଲ୍ୟ ନାହିଁ ତୁମ ବିନା ମୁଁ କେମିତି ବଞ୍ଚିବି। ତୁମର ସେହି ଗୋଟିଏ କମେଣ୍ଟ ମୋ ହୃଦୟ ରୁ ଜୀବନ ନେଇଗଲା। ମୁଁ ସବୁ ଦିନ ପାଇଁ ତୁମ ଜୀବନ ରୁ ଚାଲିଯାଉଛି ଇତି ତୁମର ଅଜଣା ବ୍ୟକ୍ତି ଫିଜା”।ବନ୍ଧୁଗଣ ଏ ହେଉଛି ଚାନ୍ଦବାଲି ର ଜଣେ ହତଭାଗା ପ୍ରେମିକା ର ହାତ ଲେଖା ଚିଠି ଯାହା ଛାଡି ଦେଇ ବ୍ରାହ୍ମଣୀ ନଦୀ ରେ ଡେଇଁ ଆତ୍ମହତ୍ୟା କରିଥିଲେ ଜଣେ ପ୍ରେମିକା।

ବର୍ତ୍ତମାନ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । କିନ୍ତୁ ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ଠିକ ଏହିଭଳି ଧକ୍କା ର ସ୍ୱୀକାର ହୋଇ ବ୍ରାହ୍ମଣି ନଦୀ କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଚାନ୍ଦବାଲି ର ଯୁବତୀ ସିମରନ ଜେନା। ତେବେ ସୂଚନା ଅନୁସାରେ ଗତକାଲି ସେ ସବୁଦିନ ପରି ଘରୁ ସାଇକେଲ ନେଇ ଟିୟୁସନ କୁ ବାହାରିଥିଲେ କିନ୍ତୁ ଆଉ ଘର କୁ ଫେରି ନଥିଲେ। ତେବେ ଅନେକ ସମୟ ପର୍ଯ୍ୟନ୍ତ ସିମରନ ଘରକୁ ନ ଆସିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ତାଙ୍କୁ ଖୋଜ ଖୋଜି କରିବାରେ ଲାଗିଥିଲେ।ଆଉ ଏହି ସମୟ ରେ ପରିବାର ଲୋକଙ୍କ ଆଗକୁ ଯାହା ଆସିଥିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା।

ପରିବାର ଲୋକେ ବ୍ରାହ୍ମଣି ନଦୀ ପୋଲ ରେ ଅନେକ ଭିଡ଼ ଥିବାର ଦେଖି ସେଠାକୁ ଯାଇଥିଲେ ମାତ୍ର ସେଠାରେ ତାଙ୍କୁ ତାଙ୍କ ଝିଅ ସିମରନ ର ବ୍ୟାଗ ଓ ସାଇକେଲ ଦେଖିବାକୁ ମିଳିଥିଲା ମାତ୍ର ଝିଅ ସେଠାରେ ନଥିଲା। ତେବେ ସଙ୍ଗେ ସଙ୍ଗେ ସେମାନେ ପୋଲିସ ଙ୍କୁ ଖବର ଦେଇଥିଲେ ଆଉ ଟିମ ବ୍ରାହ୍ମଣି ନଦୀ ରେ ଝିଅ କୁ ଖୋଜା ଖୋଜି କରୁଛନ୍ତି। ମାତ୍ର ଝିଅ କୁ ଫେରାର ହେବାର ୨୪ ଘଣ୍ଟା ହୋଇଗଲାଣି ବର୍ତ୍ତମାନ ଯାଏ ତାର କିଛି ପତା ମିଳିନଥିବା ବେଳେ। ଝିଅ ର ବେଗ ରୁ ଏକ ହାତ ଲେଖା ଚିଠି ମିଳିଥିଲା ଯେଉଁ ଥିରେ ସେ କାହାକୁ ପ୍ରେମ କରୁଛନ୍ତି ଆଉ ପ୍ରେମ ରେ ଧକ୍କା ପାଇଁ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି।

ତେବେ ବର୍ତ୍ତମାନ ପୋଲିସ ସେହି ହାତଲେଖା ଚିଠି ର ଆଧାର ରେ ସିମରନ ଙ୍କୁ ଖୋଜାଖୋଜି କରୁଛନ୍ତି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ଝିଅ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ରହିଛି ଏହା ପଛରେ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment