ହଁ ଦର୍ଶକ ବନ୍ଧୁ ଏପରି ଏକ ଦୃଶ୍ୟ ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ମନ ବି ଆନନ୍ଦରେ ଭରି ଯିବ ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କର ଅତି ପ୍ରିୟ ଅତି ଆପଣାର ଶ୍ରୀ ଜଗନ୍ନାଥ ଙ୍କ କଥା | ତେବେ ଆମେ ଜାଣିଛୁ କି ଜଗନ୍ନାଥ ହେଉଛନ୍ତି ଜଗତର ଠାକୁର ଜଗତର ରକ୍ଷା କର୍ତ୍ତା, ଆଉ ଯିଏ ତାଙ୍କୁ ଥରେ ମନ ଦେଇକି ଡାକିଛି ଆଉ ଭକ୍ତି ର ସହିତ ତାଙ୍କର ପୂଜା ଅର୍ଚନା କରିଛି କାଳିଆ ତାଙ୍କର ଡାକକୁ ନିଶ୍ଚୟ ଶୁଣିଛନ୍ତି | ଆଉ ତାଙ୍କ ଉପରେ ନିଜର କୃପା ଦୃଷ୍ଟି କୁ ଢାଳି ଦେଇ ଥାନ୍ତି | ଏଭଳି ଜଗନ୍ନାଥ ଙ୍କ ଭକ୍ତିରେ ଆତ୍ମହରା ଜଣେ ନୃତ୍ୟ କାର ଆଉ ଜଣେ ଶ୍ରୀ ଲକ୍ଷ୍ମୀ ଙ୍କ ବେଶରେ ଆସିଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ | ଆସନ୍ତୁ ତାହେଲେ ସେ ବିଷୟରେ ଅଧିକ ଜାଣିବା |
ଆମେ ଜାଣିଛୁ କି ଜଗନ୍ନାଥ ହେଉଛନ୍ତି ଦୁଃଖୀ ମାନଙ୍କର ଠାକୁର ଆଉ ଓଡ଼ିଶା ରେ ହେଉଥିବା ରଥ ଯାତ୍ରା ବିଶ୍ୱ ପ୍ରସିଦ୍ଧ ଅର୍ଜନ କରିଛି | ଆହୁରି ମଧ୍ୟ ଜଗନ୍ନାଥ ଙ୍କର ଦର୍ଶନ ପାଇଁ ଲୋକ ମାନେ ଭକ୍ତି ର ସହିତ ବିଭିନ୍ନ ବେଶ କୁ ଧରିକି ଆସିଥାନ୍ତି ପୁରୀ ମନ୍ଦିର ସାମ୍ନାକୁ | ଆଉ ସେହି ମନ୍ଦିର ସାମ୍ନାକୁ ଆସିକି ନିଜର ମନର ଭକ୍ତି ଅନୁସାରେ ନାଚି ମଧ୍ୟ ଥାଆନ୍ତି | ତେବେ ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି ଲକ୍ଷ୍ମୀ ଙ୍କ ବେଶ ଧରି ଆସିଥିବା ଝିଅ କଥା |
ଯିଏକି ମା ଲକ୍ଷ୍ମୀ ଙ୍କର ବେଶ ଧରି ଶ୍ରୀ ମନ୍ଦିର ସାମ୍ନାକୁ ଆସିଥିଲେ , ଆଉ ନିଜର ଭକ୍ତିର ସହିତ ଜଗନ୍ନାଥ ଙ୍କ ଉପରେ ମାନ ଦେଖାଇଥିଲେ | ତେବେ ତାଙ୍କର ଏହି ଭଳି ବେଶ ବିଷୟରେ ସେ କହିଥିଲେ କି ଯେପରି ରାମ ଓ ସୀତା ଙ୍କ ଯୋଡି ରହିଛି , କ୍ରିଷ୍ଣ ଓ ରାଧା ଙ୍କ ଯୋଡି ରହିଛି, ଆଉ ରାବଣ ଆଉ ମନ୍ଦଦରୀ ଙ୍କ ଯୋଡ଼ି ରହିଛି ଠିକ ସେମିତି ଏହି କଳି ଯୁଗରେ ପ୍ରଭୁ ଜଗନ୍ନାଥ ଓ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଯୋଡି ରହିଛି | ଆଉ ରଥଯାତ୍ରା ପାଖରୁ ମାତା ଲକ୍ଷ୍ମୀ ଙ୍କୁ ଛାଡିକି ଜଗନ୍ନାଥ ପଳେଇ ଯାଇଥିଲେ ନିଜର ଭଉଣୀ ଓ ଭାଇ ଙ୍କ ସହିତ ମାଉସି ଙ୍କ ଘରକୁ | ଆଉ ଲକ୍ଷ୍ମୀ ଙ୍କୁ ଘରେ ଏକା ଛାଡି ଯାଇଥିଲେ |
ତେବେ ଦୀର୍ଘ 9 ଦିନ ରେ ଘରକୁ ଫେରିଛନ୍ତି ଜଗନ୍ନାଥ ତାଙ୍କର ବଡ଼ ଦାଣ୍ଡ କୁ ଭାଇ ଓ ଭଉଣୀ କୁ ନେଇକି, ଆଉ ଯାହା ପାଇଁ ଲକ୍ଷ୍ମୀ ମା ରାଗିଯାଇଥିଲେ | ଆଉ ଏବେ ଲକ୍ଷ୍ମୀ ମାନ କରିଛନ୍ତି ପ୍ରଭୁଙ୍କ ଉପରେ | କିନ୍ତୁ କେତେ ଦିନ ଆଉ ସେମିତି ମାନ କରିକି ରହିବେ ସବୁ ସେମିତି ପୂର୍ବ ପରି ହେଇଯିବ କହିଛନ୍ତି ଲକ୍ଷ୍ମୀ ଙ୍କ ବେଶରେ ଆସିଥିବା ଝିଅ ଟି ଆଉ ଜଣେ ନର୍ତ୍ତକୀ ମଧ୍ୟ ତାଙ୍କ ସହିତ ଆସିଛନ୍ତି, ଆଉ ଦୁଇଜଣ ଶ୍ରୀ ମନ୍ଦିର ଆଗରେ ନାଚୁଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଏହି ଘଟଣାଟି ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।