ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି,ଲୋକେ ବର୍ତ୍ତମାନ ଏକ ଚାପଆଡକୁ ଗତି କରୁଛନ୍ତି।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟା ଦେଇ ଗତି କରିଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢନ୍ତି। କିନ୍ତୁ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଚାପରେ ରହନ୍ତି। ସେମାନେ ସେତବେଳେ ନିଜ ଜୀବନକୁ ତୁଚ୍ଛ ବୋଲି ଭାବନ୍ତି ଏବଂ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ସୁଇସାଇଡ କୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।
ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବୁ, ଯାହାକି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହବାରେ ଲାଗିଛି। ତେବେ ଘଟଣାଟି ହେଉଛି ଜଣେ ଯୁବକ ମରିବା ପୂର୍ବରୁ ଗୋଟେ ଛିଠି ଲେଖିଛନ୍ତି ଆପଣମାନେ ଏହି ଘଟଣାଟିକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନାଅନୁସାରେ ତରପୁରର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି, ଯାହାକି ତାଙ୍କର ନାମ ଭୂପେନ୍ଦ୍ର ଯାଦବ ଓ ବୟସ 30 ବର୍ଷ ହେବ, ନିଖୋଜ ହୋଇ ଯାଇଥିବା ଘଟଣାକୁ ନେଇ ତାଙ୍କ ପରିବାର ଲୋକମାନେ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ନିଖୋଜ ଯୁବକଙ୍କୁ ବହୁତ ଖୋଜା ଖୋଜି କରିବା ପରେ ସେହି ଯୁବକଙ୍କର ଶବକୁ ମୁମ୍ବାଇ ରେଳ ଷ୍ଟେସନ କଡ଼ରୁ ଉଦ୍ଧାର କରିଛି। ରକ୍ତରେ ଭିଜି ଯାଇଥିବା ସେହି ମୃତକଙ୍କ ଶରୀରକୁ ପୋଲିସ ଯାଞ୍ଚ କଲାବେଳେ ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଥିଲା।
ସେ ଏହି ନୋଟରେ ଲେଖିଛନ୍ତି ଯେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ମୁଁ ମରିଗଲା ପରେ ମୋ ମୃତ ଶରୀରକୁ ଆମ ଘରେ ମୋ ପତ୍ନୀଙ୍କ ପାଖରେ ପହଂଚାଇ ଦେବେ, ମୋ ପତ୍ନୀଙ୍କ ନାମ ମାରିୟମ ବାନୋ, ମୋ ପିତାଙ୍କ ନାମ ମହମ୍ମଦ ଆଜାଦ ବା ଫଜ୍ଜୁ ଏବଂ ଟିକମଗଡ଼ରେ ରୁହନ୍ତି। ଚିଠିରେ ଲେଖା ଯାଇଛି ଯେ ମାରୟମ ମୁଁ ତମକୁ ବହୁତ ଭଲ ପାଏ,ମୋ ଚିନ୍ତା ତମେ କଦାପି କରିବା ନାହିଁ, ମୁଁ ସବୁବେଳେ ତୁମ ସହିତ ରହିଛି। ଆମ ସନ୍ତାନକୁ ତମେ ନିଶ୍ଚୟ ଜନ୍ମ ଦେବ କାରଣ ସେ ଆମ ଭଲ ପାଇବାର ସନ୍ତକ। ମୁଁ ମରିଗଲା ପରେ ସବୁଦିନ ପାଇଁ ତୁମ ହୃଦୟରେ ରହିବି ଏବଂ ତୁମ ସାଥିରେ ହିଁ ରହିବି।
ମୁଁ କାହିଁକି ଆତ୍ମ ହତ୍ୟା କରୁଛି ଓ କଣ ପାଇଁ ଆତ୍ମ ହତ୍ୟା କରୁଛି ମୋ ସ୍ତ୍ରୀ ଆପଣ ମାନଙ୍କୁ କହିବ, ମୋର ଶେଷ ଇଛା ହେଉଛି ଯେ ମୋର ଅନ୍ତିମ ସଂସ୍କାର ମୋ ସ୍ତ୍ରୀ ହାତରେ ହେଉ, ଅନ୍ୟ କେହି କଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ। ମାରିୟମ ତୁମକୁ ଗୋଟେ ଅନୁରୋଧ ମୁଁ ମରିଗଲା ପରେ ତୁମେ ଅନ୍ୟ କାହାକୁ ବିବାହ କରିବ ନାହିଁ କାରଣ ମୁଁ ଉପରେ ଥାଇ ତାହା ଦେଖି ସହି ପାରିବିନି ଏବଂ ମୋତେ ବହୁତ କଷ୍ଟ ହେବ। ଏଭଳି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।