ମୁଁ ତାକୁ ଜୋତା ରେ ପିଟିଦେବି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ତ ଗୋଟିଏ କଥା ଖୁବ ଭଲ ଭାବରେ ଜାଣିଥିବେ ତାହା ହେଉଛି , ଆଦିତ୍ୟ ଦାଶ ଙ୍କ କଥା , ଆଉ ଆଦିତ୍ୟ ଦାଶ ଖୋଲିଥିବା ଵୃଦ୍ଧାଶ୍ରମ କଥା | ତେବେ ବର୍ତ୍ତମାନ ଅଭିଯୋଗ ଆସିଛି କି ଆଦିତ୍ୟ ଦାଶ ଗଲା ପରେ ଆଶ୍ରମ ଆଉ ଠିକ ଭାବରେ ଆଗ ଭଳି ଚାଲୁନାହିଁ ଓ ଵୃଦ୍ଧାଶ୍ରମ ରେ ବୁଢ଼ା ବୁଢ଼ୀ ମାନଙ୍କର ଠିକ ଭାବରେ କେୟାର ମଧ୍ୟ ନିଆଯାଉନି | ତେବେ କଣ ରହିଛି ଘଟଣା ର ପ୍ରକୃତ ରହସ୍ୟ କଣ ସତରେ ଆଶ୍ରମ ବାସୀଙ୍କର ଯତ୍ନ ନେଉନାହାନ୍ତି ଆଦିତ୍ୟ ଗଲା ପରେ ବୃଦ୍ଧାଶ୍ରମରେ ସୁରକ୍ଷା କର୍ମୀ ମାନେ ନାଁ ଆଉ କଣ ରହିଛି ଘଟଣାର ପ୍ରକୃତ କାରଣ ଆସନ୍ତୁ ଜାଣିବା ଆଶ୍ରମ ର ଅନ୍ତ ବାସୀ ମାନଙ୍କ ଠାରୁ |

ତେବେ ଆଦିତ୍ୟ ଦାଶ ଗଲା ପରେ ସେ ଖୋଲିଥିବା ଵୃଦ୍ଧାଶ୍ରମ କୁ ଠିକ ଭାବରେ ଚଲାଯାଉଥିଲା , କିନ୍ତୁ କଣ ପାଇଁ ଅଭିଯୋଗ ଆସିଲା କି ପୂର୍ଵ ପପରି ଆଶ୍ରମରେ ବୁଢ଼ା ବୁଢ଼ୀ ମାନଙ୍କର ଆଉ ସେବା ଯତ୍ନ କରାଯାଉ ନାହିଁ ଓ ଠିକ ସମୟରେ ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଉନାହିଁ | ଆଉ ଘଟଣାର ସତ୍ୟା ସତ୍ୟ କୁ ଜାଣିବା ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ରିପୋର୍ଟର ଭାଇ ଜଣଙ୍କ ଆଉ ଆରମ୍ଭ କରିଦେଇଥିଲେ କରିବା ପାଇଁ ଘଟଣାର ତଦନ୍ତ , କଣ ସତରେ କଥାଟି ସତ ନା ଘଟଣା ପଛରେ ଆଉ ଅନ୍ୟ କାହାର ହାତ ଅଛି|

ତେବେ ସବୁର ତଦନ୍ତ ପାଇଁ ରିପୋର୍ଟର ଭାଇ ଜଣଙ୍କ ଆଶ୍ରାମକୁ ଯାଇ ଆଶ୍ରମରେ ରହୁଥିବା ଅନ୍ତ ବାସୀଙ୍କ ଠୁ ତାଙ୍କର ପ୍ରତିକ୍ରିୟା ନେଇଥିଲେ , ଆଉ ବୃଦ୍ଧା ଜଣଙ୍କ କହିଥିଲେ କି ଆଶ୍ରମ ରେ ଆଦିତ୍ୟ ଦାଶ ଗଲା ପରେ ମଧ୍ୟ ସେମାନଙ୍କର ଖାଇବା, ପିଇବା କିମ୍ବା ରହିବାରେ କୋଉଥିରେ ବି କିଛି ଅଭାବ ରହିନଥିଲା |ସେମାନେ ଠିକ ସମୟରେ ସବୁ କିଛି ପାଉଥିଲେ, ସକାଳେ ଚାହା ଜଳଖିଆ, ମଧ୍ୟାହ୍ନ ରେ ଭାତ ଆଉ ଉପୋରଳି ଚାହା ବିସ୍କୁଟ ଓ ରାତିରେ ରୁଟି ଖାଇବାକୁ ଦିଆଯାଏ ତାହା ସହିତ ସମସ୍ତଙ୍କର ମେଡିକାଲ କଥା ମଧ୍ୟ ବୁଝନ୍ତି ଆଶ୍ରମ ରେ |

ତେବେ ଅଭିଯୋଗ କରିଥିବା ମହିଳା ଆଉ ଜଣେ ବୃଦ୍ଧା ଖୋଲ ପ୍ରକୃତିର ଆଉ ସେମାନେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି | ତାହା ବ୍ୟତୀତ ଆଶ୍ରମ ର ସୁରକ୍ଷା କର୍ମୀ ବିକାଶ ଓ ଦିପୁ ଙ୍କୁ ଏହି ସବୁ ଅଭିଯୋଗ କରିବା ପରେ ମଧ୍ୟ ସେମାନେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି, ଓ ଶେଷରେ ଯିଏ ଅଭିଯୋଗ କରିବ ତାର ନାଁ ରେ ଦଶ ଦେଉଛନ୍ତି | ଆଉ ସେମାନଙ୍କର ମୁଣ୍ଡ ଖରାପ ଅଛି ବୋଲି କହି ବୁଝାଇ ଦେଉଛନ୍ତି ତେବେ ଯାହା କୁହାଯାଉଛି କି ଏହି ସବୁ ଅଭିଯୋଗ ପଛରେ ବିକାଶ ଓ ଦିପୁର ହାତ ଅଛି , ଆଉ ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment