ମୁଁ ତଳେ ମୋ ସ୍ୱାମୀଙ୍କ ବେଡ଼ରୁମରେ ହିଁ ରହିବି : ପୁଣି ବାରଣ୍ଡାରେ ବସିଲେ ତପସ୍ୱନୀ…ଦେଖନ୍ତୁ ଭିଡ଼ିଓ

0

ମଣିଷ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ବର୍ତ୍ତମାନର ଆଧୁନିକ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଏଥି ସହିତ ବିଶେଷ କରି ପରିବାର କଳହ ବେଶୀ ସମସ୍ୟା ଦେଖା ଦେଇଥାଏ। ଆଜିକାଲି ପୁଅ ଓ ଝିଅ ମାନେ ଭଲ ପାଇ ବିବାହ କରୁଛନ୍ତି, ସେଥିରେ ଶାଶୂ ଶ୍ୱଶୁର ପସନ୍ଦ କରନ୍ତି ନାହିଁ। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ ପ୍ରକାର ସମସ୍ୟା। ତଥାପି କିନ୍ତୁ ଜଣେ ନାରୀ ନିଜ ସ୍ୱାମୀଙ୍କ ପାଖରେ ରହିବା ପାଇଁ ବହୁତ ସଂଘର୍ଷ କରିଥାଏ। ଏଥି ସହିତ ସେ ନିଜର ଲକ୍ଷ୍ୟ ସ୍ଥଳରେ ହିଁ ପହଁଛି ଥାଏ। ତେବେ କୋର୍ଟର ନିଷ୍ପତ୍ତି ଅନୁସାରେ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ ଓ ତପସ୍ୱିନୀ କହୁଛନ୍ତି ଯେ, ସେ ତଳ ଘରେ ରହିବେ ଓ ତାଙ୍କ ସ୍ୱାମୀଙ୍କ ବେଡ଼ରୁମରେ ହିଁ ରହିବେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଧରି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଚାତକ ପରି ଚାହିଁ ରହିଥିଲେ। ତେବେ ସେଥିପାଇଁ ସେ ଦୀର୍ଘ ଦିନ ଧରି ହେବ ତାଙ୍କ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିଲେ। ଆଉ ମାନ୍ୟବର କୋର୍ଟ ସବୁ ସୀମାର ଅନ୍ତିମ କରି ଦେଇଛନ୍ତି।

ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ପାଖରେ ହିଁ ରହିବେ। ତେବେ କୋର୍ଟର ଏହି ରାୟ ପରେ ସୁମିତଙ୍କ ଘର ସାମ୍ନାରେ ଭିଡ଼ ଲାଗି ରହି ଥିବାର ଦେଖିବା ପାଇଁ ମିଳିଛି। ମହିଳା ତାଙ୍କ ଶ୍ୱଶୁର ଘରେ ରହିବେ ବୋଲି ତାଙ୍କ ଶ୍ୱଶୁର ଘର ଗେଟ ଖୋଲା କରିଛନ୍ତି। ତେବେ ପୋଲିସ ପ୍ରଶାସନ ମିଳିତରେ ମହିଳା ଘର ଭିତରକୁ ଯିବେ। ତେବେ ଡାକ୍ତର ସୁମିତଙ୍କ ବାପା ମହିଳାଙ୍କୁ ଉପର ଘରେ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ପ୍ରୋଟେକ୍ସନ ଅଫିସରଙ୍କୁ ଡାକି ଦେଖାଇଛନ୍ତି।

ତେବେ ତପସ୍ୱିନୀ ତାଙ୍କ ପ୍ରତିକ୍ରିୟା ଦେଉଛନ୍ତି ଯେ, ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ବେଡ଼ରୁମ ତଳେ ରହିଛି ଓ ଯାହା ଫଳରେ କି ସେ ତଳ ଘରେ ଆଉ ତାଙ୍କ ସ୍ୱାମୀଙ୍କ ବେଡ଼ରୁମରେ ହିଁ ରହିବେ। ଏହା ଶୁଣି ତାଙ୍କ ଶ୍ୱଶୁର କହୁଛନ୍ତି ଯେ କୋର୍ଟ ବେଡରୁମରେ ରହିବା ପାଇଁ କୌଣସି ଅର୍ଡର ଦେଇ ନାହାଁନ୍ତି। କିନ୍ତୁ ମହିଳାଙ୍କୁ ଯେଉଁଠି ବି ରଖିବୁ ସୁରକ୍ଷିତ ରଖିବେ ବୋଲି ସେ କହିଛନ୍ତି। କିନ୍ତୁ କୋର୍ଟର ଏହି ନିଷ୍ପତ୍ତିରେ ତାଙ୍କ ଶ୍ୱଶୁର ସନ୍ତୁଷ୍ଟ ନାହାଁନ୍ତି, ସେଥିପାଇଁ ସେ ହାଇକୋର୍ଟକୁ ଯିବେ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।