ଗୋଟିଏ ନାରୀର ପ୍ରକୃତ ସୁନ୍ଦରତା ତାର କେଶ ହିଁ ହୋଇଥାଏ ଏବଂ ନାରୀର କେଶ ତାର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିଥାଏ । କୁହାଯାଏ କି ଜଣେ ନାରୀର ସୁନ୍ଦର , ଘନ ଏବଂ ଲମ୍ୱା କେଶ ହିଁ ପରିବାର ଲୋକଙ୍କୁ ଭାଗ୍ୟଶାଳୀ କରାଇଥାଏ । ଆଉ କେତେକ ମହିଳାଙ୍କର ଛୋଟ ଛୋଟ ଓ କୁଞ୍ଚି କୁଞ୍ଚି ବାଳ ହୋଇଥାଏ , ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ସମସ୍ୟା କମନ ହୋଇଗଲାଣି , କାରଣ ଏହା ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି ।
କେଶ ଝଡିବା ସମସ୍ୟାକୁ ରୋକିବା ପାଇଁ ଲୋକମାନେ ଅନେକ ପ୍ରକାର କସମେଟିକ ଜିନିଷ ବ୍ୟବାହର କରୁଛନ୍ତି । କିନ୍ତୁ ଏହି ସବୁ ଉପାୟ କରିବା ଦ୍ୱାରା ଆମ କେଶ ଝଡିବା ଅଧିକ ହୋଇଥାଏ । କାରଣ କେଶ ଝଡିବାର ପ୍ରକୃତ କାରଣ ସମ୍ପର୍କରେ ଆମକୁ ଜଣା ନଥାଏ , ଏଥିପାଇଁ ଆମକୁ କେଶ ସମସ୍ୟା ଅଧିକ ମାତ୍ରାରେ ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ କେଶ ଝଡିବାର କାରଣ ଏବଂ ନିରାକରଣ ବିଷୟରେ ଜଣେଇବୁ ।
କେଶ ଝଡିବାର କାରଣ :-
ଅନେକ ରିସର୍ଚ୍ଚ ପରେ ବୈଜ୍ଞାନିକ ମାନେ କେଶ ଝଡିବାର କେତେଗୁଡିଏ କାରଣ ସମ୍ପର୍କରେ ଜାଣି ପାରିଛନ୍ତି । ତେବେ ସେହି କାରଣ ଗୁଡିକ ହେଉଛି :-
1. ଅତ୍ୟଧିକ ଓଜନ ବୃଦ୍ଧି ହେବା , ତେଣୁ ସର୍ବଦା ଶରୀର ଓଜନ ମେଣ୍ଟେନ କରି ରଖିବା ଉଚିତ ।
2. ପିସିଓଡି ସମସ୍ୟା
3. ଶରୀରରେ ଭିଟାମିନ D ଅଭାବ
4. ଆଇରନ ଅଭାବ
5. ଥାଇରଏଡ ସମସ୍ୟା
6. ବଂଶଗତ ତଥା ଜିନ ଗତ ସମସ୍ୟା
ଚିକିତ୍ସା କିପରି କରିବେ :-
ଯେତେବେଳେ ଆପଣଙ୍କ ଠାରେ କେଶ ଝଡିବା ସମସ୍ୟା ବା କେଶ ଜନିତ ଅନ୍ୟ କୌଣସି ସମସ୍ୟାମାନ ଦେଖାଯାଏ ତେବେ ମାର୍କେଟ ରେ ମିଳୁଥିବା ମେକିକାଲ ପ୍ରଡକ୍ଟ ବ୍ୟବହାର ନକରି ତୁରନ୍ତ ଡକ୍ଟରଙ୍କ ପରାମର୍ଶ କରିବା ଉଚିତ । ଡକ୍ଟରଙ୍କ ନିର୍ଦ୍ଦେଶାକ୍ରମେ ଆପଣଙ୍କୁ ଏହାର କୌଣସି ନିରାକରଣ ସମ୍ପର୍କରେ ଜଣେଇଥାନ୍ତି , ଯେପରିକି ନିଜ ଦୈନନ୍ଦିନ ଜୀବନ ଶୈଳିରେ କିଛି ପରିବର୍ତ୍ତନ କରିବା । ନିଜର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ତଥା କଣ ଖାଇବା ଉଚିତ ବା କଣ ଖାଇବା ଉଚିତ ନୁହେଁ । ସକାଳର କିରଣକୁ ପ୍ରଥମେ କେଶରେ ପକାଇବା ।
ଏହି ଉପାୟ ସାହାର୍ଯ୍ୟରେ କିଛି ମାତ୍ରାରେ କେଶ ଜନିତ ସମସ୍ୟା ଦୂର କରାଯାଇ ପାରିବ ଏବଂ ଡକ୍ଟରଙ୍କ ପରାମର୍ଶ କ୍ରମେ ମେଡିସିନ ବା ଅଏଲ ବ୍ୟବହାର କରିବା ଉଚିତ । ଡକ୍ଟର ମାନେ ପ୍ରଥମେ ଶରୀରର ଅୟଡିନ ଓ ରକ୍ତ ପରିକ୍ଷା କରିବା ପରେ ମେଡିସିନ ଦେଇଥାନ୍ତି । ଯାହାର ପ୍ରୟୋଗ ଦ୍ୱାରା ଆମ କେଶରେ କୌଣସି ପ୍ରକାର ସାଇଟଇଫେକ୍ଟ ହୋଇ ନଥାଏ ଏବଂ କେଶ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।