ବନ୍ଧୁଗଣ ଆପଣ ତ ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ଯ ହେବାରେ ଲାଗିଥାଏ।ଏହା ସତ ଯେ,ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।
ସେହିପରି ଏକ ଘଟଣା ପୁଣି ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଏହି ଘଟଣା ସଂପର୍କରେ। ତେବେ ବାହାଘର ସମୟରେ ଆପଣ ବରକୁ ଘୋଡ଼ା କିମ୍ୱା ଗାଡ଼ି ଉପରେ ବସି ଆସୁଥିବାର ତ ନିଶ୍ଚିତ ଦେଖିଥିବେ। କିନ୍ତୁ କନିଆ ଘରକୁ ବର ଜେସିବି ରେ ଆସିବା ଭଳି ଘଟଣା ହୁଏତ ଆପଣ କେବେ ଦେଖି ନଥିବେ କିମ୍ୱା ଶୁଣି ନଥିବେ। ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠାରେ ଏହିଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆପଣ ଏହି ଭିଡିଓ ରେ ଯେଉଁ ଚିତ୍ର ଦେଖୁଛନ୍ତି ତାହା ହେଉଛି ସେହି ବିରଳ ବିବାହର ଚିତ୍ର। ଯେଉଁ ଘଟଣାରେ ବର ଜେଶିବି ନେଇ ଶଶୁର ଘରେ ଯାଇ ପହଞ୍ଚିଛନ୍ତି।
ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ହିମାଚଳ ପ୍ରଦେଶରେ। ଏଠାରେ ବରଫ ଯୋଗୁଁ ରାସ୍ତା ବନ୍ଦ ହୋଇଯିବା କାରଣରୁ ବର ଯେସିବି ଦ୍ବାରା ରାସ୍ତା ରୁ ବରଫ ସଫା କରି କନିଆ ଘରକୁ ଆସିଥିଲେ। କାରଣ ଗୋଟିଏ ଝିଅ ତାଙ୍କୁ ଅପେକ୍ଷା କରି ରହିଥିଲେ। ତେଣୁ ବିଳମ୍ବ ହେଉ ପଛେ ବର ଏହି ଅଭିନବ ଉପାୟ କରି ରାସ୍ତାରେ ବରଫ କୁ ଏଡ଼ାଇ କନ୍ୟା ଘରେ ଆସି ପହଂଚି ଯାଇଥିଲେ ବିବାହ କରିବାକୁ ଏବଂ ବାହାଘରକୁ ଅଟକିବା ପାଇଁ ଦେଇ ନଥିଲେ। ବରଫପାତ ଯୋଗୁଁ ଏଠାରେ ରାସ୍ତା ବନ୍ଦ ହୋଇ ଯାଇଥିଲା ଏବଂ ପ୍ରାୟ ୮ କିମି ପର୍ଯ୍ୟନ୍ତ ବରଫ ଜମା ହୋଇ ରହିଥିଲା।
ପ୍ରଥମେ ଜେଶିବି ସାହାଯ୍ୟ ରେ ବରଫ ସଫା କରିବାକୁ ଚେଷ୍ଟା କରା ଯାଇଥିଲା ଏବଂ ଖୁବ୍ ବିଳମ୍ବ ହେବାରୁ ବର ଶେଷରେ ନିଜେ ଏହି ଜେଶିବି କୁ ଚଲାଇ ବାହା ହେବା ପାଇଁ କନ୍ୟା ଘରକୁ ଯାଇଥିଲେ। ଶେଷରେ ବାହାଘର ହୋଇଥିଲା ଏବଂ କନ୍ୟା କୁ ନେଇ ପୁଣି ଥରେ ସେହି ଜେଶିବି ରେ ହିଁ ବର ଘରକୁ ଫେରିଥିଲେ।ତେବେ ଏହି ଘଟଣାଟି ହିମାଚଳ ପ୍ରଦେଶର ସିରମୁର ଅଞ୍ଚଳରେ। ତେବେ ସିରମୂର୍ ର ଜାଭାଗର ଗାଆଁ ରୁ ସୋନପୁର ଗାଆଁ କୁ ବରଯାତ୍ରୀ ଯାଉଥିଲେ। ତେବେ ଏହିଭଳି ଏକ ବିରଳ ଘଟଣା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।