ଦେଖନ୍ତୁ ଛାତିଥରା ଭିଡିଓ : ନାବାଳକ ଯୁବକ କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ Video ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ….

0

ଜଣେ ନାବାଳକକୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛନ୍ତି ଦୁର୍ବୁତ ମାନେ , ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ର ମୋରଡା ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ମହୁଲବଣୀ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମହୁଲବଣି ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମାହାନ୍ତ ଘରକରି ବାଡ ଘେରି ଦୀର୍ଘ 10 ବର୍ଷ ଧରି ରହି ଆସୁଛନ୍ତି । ହେଲେ ଉକ୍ତ ଗ୍ରାମର କୋମଳଲଚନ ମାହାନ୍ତ ରଘୁନାଥଙ୍କ ର ବାଡ ଉଠାଇ ଜାଗା ଜବରଦଖଲ ପାଇଁ ଉଦ୍ୟମ କରିଥିଲେ , ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ତେବେ ସନ୍ଧା ସମୟରେ ସେହି ଗୋଚର ଜାଗାରେ ଥିବା ଘରେ ରଘୁନାଥ ମହାନ୍ତ ନଥିବା ବେଳେ ତାଙ୍କ ନାତି ହରେକୃଷ୍ଣ ମହାନ୍ତ ଥିଲେ । ହେଲେ ଏହି ସମୟରେ ନିଶାଶକ୍ତ ଅବସ୍ଥାରେ କୋମଳଲୋଚନ ମହାନ୍ତ , ଯିତେନ୍ଦ୍ର ମହାନ୍ତ , ଶୁଭାକର ମହାନ୍ତ ସେଠାରେ ପହଞ୍ଚି ରଘୁନାଥଙ୍କ ନାତି ହରେକୃଷ୍ଣ ମହାନ୍ତଙ୍କ ସହିତ ପାଟିତୁଣ୍ଡ କରିବା ପରେ ସେହି ତିନିଜଣ ତାଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ଗୁରୁତ୍ୱର କରି ପକାଇଥିଲେ । ତେଣୁ ଗୁରୁତର ଅବସ୍ଥାରେ ହରେକୃଷ୍ଣଙ୍କୁ ବାରମାଇଲ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ , ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରେ ଖବର ପାଇଁ ଗୋରଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୋମଳଲୋଚନ ମହାନ୍ତ ଫେରାର ଥିବାରୁ ପୋଲିସ ତାଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛନ୍ତି ।ତେବେ ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ସହିତ ପରିବାର ଲୋକମାନେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଉକ୍ତ ଅଭିଯୁକ୍ତଙ୍କୁ କଠିନରୁ କଠିନ ଦଣ୍ଡ ମିଳୁ ବୋଲି ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣା ସ୍ଥଳକୁ ଆସି ଛାନଭିନ୍ନ ଆରମ୍ଭ କରିଛି , ଏବଂ ମୁଖ୍ୟ ଅଭିଯୁକ୍ତ କମଳଲୋଚନ ଙ୍କୁ ଖୋଜିବାରେ ତଦନ୍ତ ଚଲାଇଛି । ତେଣୁ ଆଜିର ସମାଜରେ ଲୋକମାନେ ଏତେ ପରିମାଣରେ ହିଂସ୍ର ପାଲଟି ଗଲେଣି , ଯାହାକି ଜଣେ ଜୀବନ୍ତ ମଣିଷକୁ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି । ଗୁରୁତର ଅବସ୍ଥାରେ ଚିକିତ୍କିତ ହେଉଥିବା ରଘୁନାଥ ମହାନ୍ତଙ୍କ ନାତି ହରେକୃଷ୍ଣ ମହାନ୍ତ ଙ୍କ ର ମତ୍ୟୁ ହୋଇଛି । ପରିବାର ଲୋକେ ଏହା ଜାଣିବା ପରେ ବହୁତ ଭାଙ୍ଗି ପଡିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ମିଳୁ ବୋଲି ଅଭିଯୋଗ କରିଛନ୍ତି । ପୋଲିସ ସମସ୍ତ ତଥ୍ୟ ଜାଣିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ତେଣୁ ସମସ୍ତ ଲୋକମାନେ ବର୍ତ୍ତମାନ ସମୟରେ ବହୁତ ସାବଧାନତାର ସହିତ ଜୀବନ ଅତିବାହିତ କରିବା ପାଇଁ ପଡୁଛି କାରଣ ଯେ କୌଣସି ସମୟରେ ସାମାନ୍ୟ ଘଟଣାକୁ ନେଇ ଜୀବନ ହରାଇବାକୁ ପଡୁଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।