ଆମ ଇତିହାସ ବଡ ବିଚିତ୍ର କେତେବେଳେ କେଉଁ ଠି କେଉଁ ସ୍ଥାନରେ କଣ ରହିଛି ତାହା କେହି କହିପାରିବେ ନାହିଁ। ଆପଣ ମାନେ ଦେଖିଥିବେ ମାଟି ତଳେ ଅନେକ କିଛି ପୁରୁଣା କୀର୍ତ୍ତି ରାଜି ବହାରିଥିବାର ସନ୍ଧାନ ମିଳିଥାଏ। ଆମ ସମସ୍ତଙ୍କର ଅନେକ କୌତୁହଳ ରହିଥାଏ ଆମ ଇତିହାସ ବିଷୟରେ ଜାଣିବା ପାଇଁ, ତେବେ ଆଜି ଆମେ ଆପଣ ମାନଙ୍କୁ ବର୍ତମାନ ଆମ ଓଡିଶାର ଯାଜପୁର ଜିଲ୍ଲାରେ ମିଳିଥିବା ଶିବ ଲିଙ୍ଗ ଏବଂ ମନ୍ଦିର ଚୂଡ଼ା ମିଳି ଥିବାର ସନ୍ଧାନ ମିଳିଛି। ଏହି ପୁରୁଣା କୀର୍ତ୍ତି ରାଜି କୁ ନେଇ ଲୋକ ମାନଙ୍କ ମଧ୍ୟରେ ଏବେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ରହସ୍ୟ।
ବୈତରଣୀ ନଦୀର ଶହ ଶହ ବର୍ଷର ଶିବ ଲିଙ୍ଗ ବାଲିରେ ପୋତି ହୋଇ ରହିଛି ପ୍ରାଚୀନ କୀର୍ତ୍ତି ରାଜି ବିରାଟ ଲିବ ଲିଙ୍ଗ ସହ ଠାବ ହୋଇଛି କଳିଙ୍ଗ ଇତିହାସର ମୁକ ସାକ୍ଷୀ ପଲଟିଥିବା ଦୁଇଟି ପ୍ରାଚୀନ ମନ୍ଦିରର ଚୁଡା। ଗତ କିଛି ବର୍ଷ ହେଲା ନଦୀ ଶଯ୍ୟାରୁ ବାଲି ଉଠୁଥିଲା ଫଳରେ ନଦୀ ଶଯ୍ୟା ଗଭୀର ହେବା ସହ ଖରା ଦିନେ ପାଣି ସୁଖୀ ଯାଉଥିବାରୁ ପ୍ରଥମେ ଶିବ ଲିଙ୍ଗ ଏବଂ ପରେ ମନ୍ଦିରର ଚୂଡ଼ା ଦେଖା ଦେଇଥିଲା। ଧୀରେ ଧୀରେ ନଦୀରେ ପାଣି କମିଯିବାରୁ ସାମ୍ନାକୁ ଆସିଥିଲା ସ୍ପଷ୍ଟ ଚିତ୍ର।
ଏହା ପରେ ଶିବ ଲିଙ୍ଗ ପାଖରେ ଆରମ୍ଭ ହୋଇ ଯାଇଛି ପୂଜାର୍ଚନା କରିବା ସହିତ ନାମ ସଂକୀର୍ତ୍ତନ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ସ୍ଥାନୀୟ ବସିନ୍ଦାଙ୍କ କହିବା ଆନୁସାରେ ଏହି ସ୍ଥାନରେ ଆହୁରି କିଛି ପ୍ରାଚୀନ କୀର୍ତ୍ତି ରାଜି ଥିବାର ଅନୁମାନ ଅନୁମାନ କରୁଛନ୍ତି। ଏହା ର ପୁନ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଯାଜପୁର ଜିଲ୍ଲା ତଳିଆ ପଞ୍ଚାୟତର ନଦୀ ଗର୍ଭରେ ଅନେକ ପ୍ରାଚୀନ ମନ୍ଦିର ମାନ ପୋତି ହୋଇ ରହିଥିବାର ଅନୁମାନ କରାଯାଉଛି।
କାରଣ ମିଳିଥିବା ଶିବଲିଙ୍ଗ ପାଖରେ ରହିଛି ପ୍ରାଚୀନ ଯୁଗର ସିଦ୍ଧେଶ୍ଵର ମନ୍ଦିର ଏହାର ଆଖପାଖ ରେ ମଧ୍ୟ ଶହ ଶହ ଶିବ ଲିଙ୍ଗ ରହିଛି। ଆଜି ଯାଏ ଏତେ ବଡ ଶିବ ଲିଙ୍ଗ ଠାବ ହୋଇନାହିଁ, ଏତେ ବଡ ଶିବ ଲିଙ୍ଗ ଠାବ ହେବା ପ୍ରଥମ ଘଟଣା। ଗବେଷକଙ୍କ କହିବା ଅନୁସାରେ ମିଳିଥିବା କୀର୍ତ୍ତି ରାଜି ଭଵ ବଂଶ ସମୟର, ପ୍ରାଚୀନ ନବମ ଦଶମ ଶତାଦ୍ଧିର ଏହି ମନ୍ଦିର ନିର୍ମାଣ ଗଙ୍ଗ ବଂଶ ଯାଏ ଚାଲିଥିଲା। ଶିବ ଲିଙ୍ଗ ଭିତରେ ଥିବା ଶିଳାଲେଖ ଗଙ୍ଗ ବଂଶ ସମୟର ଯାହାକି ଚତୁର୍ଥ ନରସିଂହ ଦେବଙ୍କ ବୋଲି ଗବେଷକ ମତ ରଖିଛନ୍ତି। ତେବେ ସେଠାରେ ଲୋକ ମାନଙ୍କର ଦାବି ଯଦି ଏଠାରେ ଆହୁରି ଖୋଳା ଯାଏ ତାହାଲେ ଆହୁରି କିଛି ପ୍ରାଚୀନ କୀର୍ତ୍ତି ରାଜି ବାହାରିବାର ସମ୍ଭାବନା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।