ଦେଖନ୍ତୁ ଭିଡ଼ିଓ : ନାଗ ନାଗୁଣୀଙ୍କ ମିଳନ ପାଇଁ ବିଛା ଯାଏ ଲୁଗା, ଵିଶ୍ଵାସ ରହିଛି ମିଳନ ଦେଖିଲେ ମିଳେ ଶୁଭ ସମ୍ବାଦ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ଆମେ ଆମକୁ ଦେଖାଉଥିବା ଏ ଦୃଶ୍ୟ କୌଣସି ଜଙ୍ଗଲର ଦୃଶ୍ୟ ନୁହେଁ କିମ୍ବା ନେସନାଲ ଜେଗ୍ରାଫି ରେ ବାଜୁଥିବା କୌଣସି ଭିଜୁଆଲ ନୁହେଁ।ଏହି ଦୃଶ୍ୟ ହେଉଛି ଗାୟା ଗଣ୍ଡା ଗାଆଁ ର ଦୃଶ୍ୟ। ଆପଣ ଏହି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ।ଏହି ଭିଡିଓ ହେବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ହୁଏତ ଏଭଳି ଦୃଶ୍ୟ ଆପଣ ଆଗରୁ କେବେ ଦେଖି ନଥିବେ। ଏଭଳି ଦୃଶ୍ୟ ହେଉଛି ଏକ ନାଗ ନାଗୁଣୀ ର ଦୃଶ୍ୟ। ଏ ଘଟଣା ପଛରେ ରହିଛି ଲୋକଙ୍କ ଆସ୍ଥା ଏବଂ ଅଜବ ବିଶ୍ୱାସ। ଏ ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ଆଖି ବହୁତ୍ ଭାଗ୍ୟବାନ ବୋଲି କୁହା ଯାଇଥାଏ।

ଆପଣ ଦେଖିଥିବେ ଏଠାରେ ଏକ ଧଳା କପଡା ବି ବିଛା ଯାଇଛି।ତେବେ ଏହି ଧଳା କପଡ଼ାର ମଧ୍ୟ କିଛି ମହାତ୍ମ୍ୟ ରହିଛି। ନାଗ ନାଗୁଣୀ ଙ୍କ ଏଭଳି ମିଳନ ର ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ପ୍ରାୟତଃ ଘର ପଛପଟେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ।ଏବେ ନାଗ ନାଗୁଣୀଙ୍କ ଏଭଳି ଦୃଶ୍ୟ ବା ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗାୟାଗଣ୍ଡା ଗାଆଁ ରେ। ମାନ୍ୟତା ରହିଛି ଯେ ନାଗ ନାଗୁଣୀଙ୍କୁ ଏକା ସାଙ୍ଗରେ କେଉଁଥି ଦେଖିଲେ ସେଠାରେ ଲୋକେ ସାଙ୍ଗେ ସାଙ୍ଗେ ଧଳା କପଡା ବିଛାଇ ଦିଅନ୍ତି।

ଯେଉଁ ଲୁଗା ଉପରେ ନାଗ ନାଗୁଣୀ ମିଳନ କରିଥାନ୍ତି ସେହି ଲୁଗା ବିଛାଇ ଥିବା ବ୍ୟକ୍ତି ଅତ୍ୟନ୍ତ ଖୁସି ହୋଇ ଯାଇଥାନ୍ତି ଏବଂ ସେ ବହୁତ୍ ଭାଗ୍ୟବାନ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି।ଆଉ ଏହା ମଧ୍ୟ କୁହାଯାଏ କି ସେହି ଲୁଗାକୁ ଚଉତି ଘରେ ଆଣି ରଖିଲେ ଘରେ ସୁଖ, ଶାନ୍ତି ଏବଂ ଧନ ଆଦି ବୃଦ୍ଧି ପାଇଥାଏ।ଆଉ ଶୁଭ କାର୍ଯ୍ୟବି ଖୁବ୍ ଶୀଘ୍ର ହୋଇ ଯାଇଥାଏ ସେହି ପରିବାରରେ। ଦର୍ଶକବନ୍ଧୁ ଆପଣ ଏହି ଭିଡିଓ କୁ ଦେଖି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ ଏବଂ ଏଭଳି ମାନ୍ୟତା ବିଷୟରେ ଜାଣି ଖୁସି ହେଉଥିବେ। ଏଭଳି ଘଟଣା ପ୍ରାୟତଃ ଆପଣ ଦେଖିଥିବେ।

କିନ୍ତୁ ଏହା ଏକ ବିରଳ ଘଟଣା ନିଶ୍ଚିତ ଭାବରେ। ଏହା ସତ ଯେ ଏମିତି କିଛି ସାପ ଅଛନ୍ତି ଯାହାଙ୍କ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା କୋକୁଆ ଭୟ ଜାତ ହୁଏ।ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଯାହା ସେୟାର ବା ଭାଇରାଲ ହେଉଛି ଏଭଳି ଦୃଶ୍ୟ ବିରଳ ଅଟେ। ଏବଂ ଏହାକୁ କେବଳ ଭାଗ୍ୟବାନ ଲୋକହିଁ ଦେଖି ପାରନ୍ତି ବୋଲି କୁହାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।