ନାକ ତଳକୁ ମାସ୍କ ଥିବା ରୁ ପୁଅ ସାମ୍ନାରେ ବାପାକୁ ଅତି ନିର୍ମମ ଭାବେ ମାଡ଼ ମାରିଲା ପୋଲିସ୍, ଦେଖନ୍ତୁ ଭିଡିଓ

0

ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମ ସରକାର ପୋଲିସ କୁ ନିଯୁକ୍ତି ଦେଇଥାନ୍ତି। ସେମାନଙ୍କ ଦାୟିତ୍ୱ ଲୋକଙ୍କ ସେବା କରିବା, ଏଥିପାଇଁ ସରକାର ପୋଲିସ କୁ ପ୍ରତିମାସ ଦରମା ଦେଇଥାନ୍ତି। କିନ୍ତୁ ପୋଲିସ ନିଜର କର୍ତ୍ତବ୍ୟ କରିବା ପରିବର୍ତ୍ତେ , ଅଧିକାଂଶ ପୋଲିସ ନିଜ କ୍ଷମତାର ଅପ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ରକ୍ଷକ ହୋଇ ଭକ୍ଷକ ସାଜିବେ ସାଧାରଣ ଜନତା କାହା ପାଖକୁ ଯିବେ ? ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ଦିନ ପୋଲିସ ବାବୁ ମାନେ ନିଜ କ୍ଷମତାର ଅପ ବ୍ୟବହାର କରୁଥିବାର, ତେବେ ବର୍ତ୍ତମାନ ପୁଣି ପୋଲିସ ବାବୁ ନିଜ କ୍ଷମତାକୁ ଅପ ବ୍ୟବହାର କରିଥିବା ଘଟଣା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ତେବେ ମାସ୍କ ପିନ୍ଧି ନଥିବାରୁ ଦୁଇ ଜଣ ପୋଲିସ ଗୋଟିଏ ଲୋକକୁ ନିଜ ପୁଅ ସାମ୍ନାରେ ମରୁଥିଲେ ଏବଂ ପୁଅଟି କାନ୍ଦି କାନ୍ଦି ଯେତେ ନେହୁରା ହେଉଥିଲେ ମଧ୍ୟ ପୋଲିସ ମାଡ଼ ମାରି ଚାଲିଥିଲେ, ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଳି ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକି ପୋଲିସ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣା ଘଟିଛି ଇନ୍ଦୋରର ପାର୍ଡିଶିପୁରା ଅଞ୍ଚଳରେ, ମଙ୍ଗଳବାର ଦିନ କୃଷ୍ଣକାନ୍ତ ନାମକ ଜଣେ ଅଟୋ ଡ୍ରାଇଭର ନିଜ ୧୧ ବର୍ଷର ପୁଅ ସହିତ ଅଟୋ ଚଳାଇ ଆସୁଥିଲେ, ଅଟୋ ଚଲାଉ ଥିବା ସମୟରେ ସେ ମାସ୍କ ପିନ୍ଧି ନଥିଲେ, ମାସ୍କ ପିନ୍ଧି ନଥିବା ଦେଖି ପୋଲିସ ତାଙ୍କୁ ଅଟକାଇ ଥିଲେ, ଏବଂ ଉଭୟ ପୋଲିସ ଏବଂ ଅଟୋ ଡ୍ରାଇଭର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଅଟୋ ଡ୍ରାଇଭର ଯୁକ୍ତି ଦେଖି ପୋଲିସ ବାବୁ ହଠାତ ରାଗିଯାଇ ତାଙ୍କୁ ମାରିବା ଆରମ୍ଭ କରିଦେଇଥିଲେ। ଅଟୋ ଡ୍ରାଇଭର ର ୧୧ ବର୍ଷର ପୁଅ ପୋଲିସ କୁ ଯେତେ ପ୍ରାଥନା କଲେ ମଧ୍ୟ ପୋଲିସ ବାବୁ ନିଜ ପୁଅ ସାମ୍ନାରେ ବାପାକୁ ପିଟି ଚାଲିଥିଲେ।

ମାଡ ମାରିବା ଭିଡ଼ିଓ ଟି ଭାଇରାଲ ହେଲା ପରେ ଏସିପି ଦୁଇଜଣ ପୋଲିସ ଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଏବଂ ଘଟଣାର ତନାଘନା ଜାରି ରହିଛି। ଏପଟେ ମାଡ ମାରିଥିବା ଦୁଇଜଣ ପୋଲିସ କହିଛନ୍ତି ଯେ , ଅଟୋ ଡ୍ରାଇଭର ନିଶା ଖାଇ ଗାଡି ଚଳାଉ ଥିଲା, ଏବଂ ପୋଲିସ ପଚାରିବାରୁ ତାଙ୍କୁ ଅଭାଦ୍ରାମି କରିଥିଲେ।

ଏବଂ ଏହି ସମୟରେ କିଏ ଜଣେ ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଥିଲା, ଏବଂ ଭିଡ଼ିଓ ଟି ଭାଇରାଲ ହୋଇ ଯାଇଛି। ସେପଟେ ମାଡ ଖାଇଥିବା ଅଟୋ ଡ୍ରାଇଭର କହିଛନ୍ତି, ଯେ ତାଙ୍କ ମାସ୍କ ଟିକିଏ ତଳକୁ ହୋଇ ଯାଇଥିବାରୁ ତାଙ୍କୁ ଅତି ନିର୍ମମ ଭାରେ ମାଡ ମାରିଥିଲେ ପୋଲିସ, ପୁଅ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ମାରିଚାଲିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।