ଦେଖନ୍ତୁ Viral Video : ନାଲି ପାଣି ପିଇ ବେହୋସ୍ ହୋଇ ବାହାବେଦୀ ରେ ନିଜ ଶାଶୁଙ୍କ ସହ ଏମିତି କଲେ ବର, ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିକଟର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ବୟାନ କରୁଛି ଯେ ମଦ କେଉଁଭଳି ଭାବରେ ଲୋକଙ୍କୁ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ । ସେହିପରି ଭାଇରାଲ ହୋଇଥିବା ଏହି ଭିଡିଓ, ଯେଉଁଠାରେ ଜଣେ ବର କିପରି ନାଲି ପାଣି ପିଇ ବାୟା ହୋଇଛନ୍ତି ତାହା ଦେଖିବକୁ ମିଳିଛି। ନାଲି ପାଣି ପିଇ ବରର ହୋସ ଉଡ଼ିଯିବା ପରେ ସେ ଯେମିତି କାମ କରୁଛନ୍ତି ତାହା ଦେଖିଲେ ଆପଣ ବି କିଛି ସମୟ ଅବାକ୍ ହୋଇ ରହିଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ସତରେ ନିଶା ପାଣି ର ଏତେ କମାଲ୍।ଏହି ନାଲି ପାଣି କଣ କରି ନପାରେ?

ତେବେ ଏହି ଭିଡିଓ କୁ ଥରେ ଆପଣ ଭଲ ଭାବରେ ଦେଖନ୍ତୁ କିପରି ଜଣେ ବର ନାଲି ପାଣି ପିଇ ମଦରେ ବୁଡି ରହିଛନ୍ତି ଏବଂ ଯାହାଙ୍କୁ ବାହା ହେବା ପାଇଁ ଯାଇଛନ୍ତି ତାଙ୍କ ବେକରେ ମାଳ ନଦେଇ କନ୍ୟା ପାଖରେ ଛିଡା ହୋଇ ଥିବା ଝିଅର ମାଆ ବେକରେ ଏହି ମାଳକୁ ପିନ୍ଧାଇ ବାକୁ ଝୁଙ୍କି ଯାଉଛନ୍ତି। ଏହାପରେ ଉଭୟ ଶାଶୁ ଏବଂ ନିଯେ କନ୍ୟା ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଆଉ ଏତିକି ନୁହେଁ ଏହାପରେ ବର ପୁଣି କନ୍ୟା ବେକରେ ମାଳ ଦେବାକୁ ଯାଉଥିବା ବେଳେ କନ୍ୟା ବେକରେ ମାଳ ଦେବା ଯାଏଁ ବି ନିଜର ହୋସ କୁ ରଖି ପାରୁ ନାହାଁନ୍ତି। ନିଶାରେ ଥିବା ବର ଜଣଙ୍କ କନ୍ୟା ବେକରେ ବରଣମାଳ ପିନ୍ଧେଇବା ପୂର୍ବରୁ ତଳେ ଟଳି ପଡ଼ୁଛନ୍ତି।

ତେବେ ବିବାହ ବେଦିରେ ବରର ଏତାଦୃଶ କାର୍ଯ୍ୟ ସମସ୍ତଙ୍କୁ ସେଠାରେ ଚକିତ କରିଛି। ଯେଉଁଭଳି ଭାବରେ ବରଣ ମାଲକୁ ଶାଶୁ ବେକରେ ଏହି ନିଶାସକ୍ତ ବର ଜଣଙ୍କ ପକାଉଛନ୍ତି ତାହା ଦେଖିଲେ ଆପଣ ହସି ହସି ଗଡି ଯିବେ। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ସବୁଠାରୁ ବଡ଼ କଥା ହେଉଛି ମଦ, ନିଶା ଦ୍ରବ୍ୟ ଆଦି ଜିନିଷ ଯଦିଓ ଜୀବନ ପାଇଁ ବିପଦ ରହିଛି ତଥାପି ଆଜିର ଦୁନିଆର ଲୋକେ ଏଥିପ୍ରତି ସଚେତନ ହେଉ ନାହାନ୍ତି।

ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସମାଜ ଗଢ଼ିବା ଏବଂ ସମାଜର ବିକାଶ କରିବାର ଧାରା ଯାହା ହାତରେ ନ୍ୟସ୍ତ ରହିଛି, ଯେଉଁମାନେ ସମାଜର ଆଗାମୀ ଭବିଷ୍ୟତ ସେହି ଯୁବପିଢି ମାନେ ଯେଉଁଭଳି ଭାବରେ ନିଶାସକ୍ତ ରାସ୍ତା କୁ ବାଛୁ ଛନ୍ତି ଏବଂ ମଦ ରେ ବୁଡି ରହୁଛନ୍ତି ତାହା ସମାଜକୁ ଏକ ଭିନ୍ନ ନକାରାତ୍ମକ ପଥରେ ନେଇ ଯାଉଛି। ତେଣୁ ଭିନ୍ନ ସମୟରେ ମଦ ବିରୋଧୀ ଅଭିଯାନ ଆଦି ହେଉଥିବାର ମଧ୍ୟ ଦେଖା ଯାଉଛି ଏବଂ ମଦକୁ ହଟାଇବା ପାଇଁ ସର୍ବଦା ବିଭିନ୍ନ ଉପାୟରେ ସଂଗ୍ରାମ ଜାରି ରହିଛି। କିନ୍ତୁ ଏହାର ଫଳ କିଛି ମିଳୁ ନଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।