ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ (Namita Agrawal) ତାଙ୍କ ଦୁଇ ପୁଅଙ୍କ ସହ ଡ୍ୟାନ୍ସ କରୁଥିବା ଭିଡିଓ ଯାହାକୁ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଆପଣ ମାନେ ଜାଣି ଥିବେ ଯେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରି ଥାଆନ୍ତି। ଆଧୁନିକ ବା ଚଳଚ୍ଚିତ୍ର ଗୀତ ସୁପର ହିଟ ହେବା ପଛରେ କଣ୍ଠଶିଳ୍ପୀ ମାନଙ୍କର ହାତ ରହିଥାଏ। ତେବେ ବନ୍ଧୁଗଣ ଓଲିଉଡ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ତାଙ୍କ ଦୁଇ ପୁଅଙ୍କ ସହିତ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଲିଉଡ଼ ଇଣ୍ଡଷ୍ଟ୍ରିର ନମିତା ଅଗ୍ରୱାଲ ବା ନିବେଦିତାଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଭାବରେ ବେଶ ଜଣା ଶୁଣା ଅଟନ୍ତି। ସେ କଟକର ତୁଳସୀ ପୁର ଠାରେ ୧୯୬୯ ମସିହା ଜାନୁଆରୀ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ପ୍ରଥମେ ଭଜନ ଗୀତ ଗାଇବା ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ର ଓ ଆଧୁନିକ ଗୀତ ଗାଇ ଚର୍ଚ୍ଚାରେ ରହିଲେ। ତାଙ୍କ ଗୀତର ଯାଦୁରେ ସାରା ଓଡ଼ିଶାର ଦର୍ଶକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି।

ସେ ତସଙ୍କ ସୁମଧୁର କଣ୍ଠରେ ସୁନ୍ଦର ଗୀତ ଗାଇ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ତାଙ୍କ ଗୀତରେ ଏକ ଯାଦୁ ରହିଛି, ଯେ କୌଣସି ବ୍ୟକ୍ତି ଦେଖିଲେ ସେ ତାଙ୍କର ମନ କିଣି ନେଇ ଯିବେ।ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଗୀତକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଗୀତ ଗାଇବା ଦ୍ୱାରା ସେ ଅନେକ ଗୁଡିଏ ତାଙ୍କୁ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି।

ତେବେ ସେ ସାର୍ଥକ ମ୍ୟୁଜିକ କମ୍ପାନୀର ସୀତାରାମ ଅଗ୍ରୱାଲଙ୍କୁ ୧୯୯୨ ମସିହାରେ ବିବାହ କରିଥିଲେ। ସେ ୧୯୯୩ ମସିହାରେ ଦୁଇ ଯାଆଁଳା ପୁଅଙ୍କୁ ଜନ୍ମ ଦେଇଥିଲେ। ସାର୍ଥକ ଅଗ୍ରୱାଲ ଓ ସିଦ୍ଧାର୍ଥ ଅଗ୍ରୱାଲ ନାମରେ ତାଙ୍କର ଦୁଇ ପୁଅ, କଣ୍ଠଶିଳ୍ପୀ ତାଙ୍କ ଦୁଇ ପୁଅଙ୍କ ଉପରେ ଗୀତ ଗାଇ ଚର୍ଚ୍ଚାରେ ରହିଛନ୍ତି। ସେହି ଗୀତରେ ତାଙ୍କ ଦୁଇ ପୁଅ ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ତାଙ୍କର ସେହି ଗୀତ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଗୀତକୁ ଅଧିକ ଲୋକ ମାନେ ପସନ୍ଦ କରିବା ସହିତ ଲକ୍ଷାଧିକ ଲୋକ ମାନେ ସେୟାର ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।