ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ବୁଢୀ ମାଉସୀ, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

ଅନେକ ସମୟରେ ଆପଣ ଦେଖିବା ପାଇଁ ପାଉଥିବେ କିପରି ଭାବରେ କିଛି ଲୋକ ସେମାନଙ୍କର ଏମିତି କାମ ବା ପ୍ରତିଭା ଦେଖାଇଥାନ୍ତି ଯେଉଁ ପାଇଁ ସେମାନେ ଲୋକ ଲୋଚନକୁ ଆସିଥାନ୍ତି। ଆଉ ଆଜିର ଏହି ଇଣ୍ଟରନେଟ ଯୁଗରେ ସେମାନେ ବେଶ୍ ଭାଇରାଲ ହେବାରେ ଲାଗନ୍ତି। ଲୋକ ସେମାନଂକୁ ଦେଖନ୍ତି, ସେମାନଙ୍କ ବିଷୟରେ ଜାଣନ୍ତି ଏବଂ ତାଙ୍କୁ ଯେମିତି ଭାବରେ ଏହା ଅନୁଭବ ହୋଇଥାଏ ସେହିଭଳି ଭାବରେ ସେମାନେ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିଭଳି ଅନେକ ଘଟଣା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ର ପରିସରକୁ ଆସୁଛି ଏବଂ ଅନେକ ମାତ୍ରାରେ ସେୟାର ମଧ୍ଯ ହେଉଛି।

ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆଜି ଜାଣିବା ଯାହା ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣାଟି ହେଉଛି ଓଡିଶାର ଏକ ଗ୍ରାମର। ଯେଉଁଠି ଜଣେ ମହିଳା ତାଙ୍କ ମନକୁ ମନ ଏକ ଗୀତକୁ ପ୍ରସ୍ତୁତ କରି ଗାଉଛନ୍ତି ଏବଂ ତାଙ୍କ ପାଖରେ ଆଉ କିଛି ମହିଳା ମାନେ ବସି ଏହି ଗୀତକୁ ଶୁଣୁ ଛନ୍ତି। ତେବେ ଏହି ମହିଳା ଜଣଙ୍କ ଯେଉଁ ଗୀତ ଗାଉଛନ୍ତି ତାହା ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଖୁସିରେ ମଧ୍ଯ ଗଡି ଯିବେ।ସେ ଏହି ଗୀତରେ କରନା ମହାମାରି ର ଭୟାବହତା ଏବଂ ସରକାର୍ ଏଥିପ୍ରତି ନେଇଥିବା ପଦକ୍ଷେପ ଏବଂ ଓଡ଼ିଶା ସରକାରଙ୍କ ଯୋଜନା ବିଷୟରେ ମଧ୍ଯ କହିଛନ୍ତି।

ତେବେ ସେ ଯେଉଁଭଳି ଭାବରେ ଗୀତର ଗୋଟିଏ ପଦ ସହିତ ଶୁ ଏକ ପଦକୁ ମିଶାଇ ଗାଉଛନ୍ତିି ତାହା ଶୁଣିଲେ ବହୁତ୍ ଖୁସି ଲାଗିବା ସହିତ ସେ ଯେଉଁଭଳି ସ୍ବରରେ ଗାଉଛନ୍ତିି ତାହା ମଧ୍ଯ ବହୁତ୍ କୌତୁକିଆ ଲାଗୁଛି। ତେବେ ଏହି ମହିଳା ଜଣଙ୍କ ଯେମିତି ଗୀତ ବୋଲୁ ଛନ୍ତି ତାହାକୁ ଶୁଣି ତାଙ୍କ ପାଖରେ ବସିଥିବା ଅନ୍ଯ ମହିଳା ମାନେ ବେଶ୍ ଖୁଶି ହେଉଛନ୍ତି। ପ୍ରଥମେ ଏହି ମହିଳା ଜଣଙ୍କ ଗୀତ ଗାଇବାକୁ ଅମଙ୍ଗ ହେଉଥିଲେ ପରେ ଯେତେବେଳେ ସମସ୍ତେ ଗାଇବାକୁ କହିଲେ ତାପରେ ସେ ଗୀତ ଗାଇବାକୁ ଯେ ଆରମ୍ଭ କଲେ ଆଉ ଅଟକିଲେ ନାହିଁ।ସେ ପ୍ରଥମେ ଗାଉଛନ୍ତି ଆଇଲା ଲୋ ଶଙ୍ଖ ଚିହ୍ନ, ଭୋଟ ଦିଅ ଆନନ୍ଦ ମନ।

ତାପରେ ସେ ଗାଉଛନ୍ତିି କରନା ଭାଇରସ ଆସିଲା, ମଣିଷ ଯାକୁ କ୍ଷତି କରିଲା। ସରକାର ଙ୍କ ସପକ୍ଷରେ କେତେବେଳେ ତାଙ୍କର ଯୋଜନା ଦ୍ବାରା ଲୋକଙ୍କ ଉପରେ ଏହାର ପ୍ରଭାବ ବିଷୟରେ, ପୁଅ ଝିଅ ମାନଙ୍କ କଥା ଆଦିକୁ ନେଇ ସେ ବିଭିନ୍ନ ପ୍ରକାରର କଥାକୁ ନେଇ ଗୀତ ଗାଉ ଛନ୍ତି।ଏହିପରି ଭାବରେ ବିଭିନ୍ନ କଥାକୁ ନେଇ ଅନେକ ପ୍ରସଙ୍ଗରେ ଗୀତର ପଦକୁ ପଦ ଯୋଡ଼ି ସେ ସୁନ୍ଦର୍ ଭାବରେ ଗାଉଛନ୍ତି। ଆପଣ ବି ଥରେ ଏହି ବୁଢୀ ମାଉସୀ ଙ୍କ ଗୀତକୁ ଶୁଣନ୍ତୁ ଏବଂ ନିଶ୍ଚିତ ଭାବରେ ଏହା ଆପଣଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment