ନରେନ୍ଦ୍ର ମୋଦୀ, ଇନ୍ଦିରା ଗାନ୍ଧୀ ଏବଂ ନେହେରୁ ଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ ? ଜାଣନ୍ତୁ ସର୍ଭେରେ ଲୋକମାନେ କ’ଣ ଦେଇଛନ୍ତି ଉତ୍ତର…

0

ଦେଶର ରାଜନୈତିକ କ୍ଷେତ୍ରରେ ଅନେକ ସମୟରେ ଏହାର ପରିମାପକ ପାଇଁ ଏହାକୁ ସର୍ଭେ ରେ ଅନ୍ତର୍ଭୁକ୍ତ କରା ଯାଇଥାଏ। ନିର୍ବାଚନ ପୂର୍ବରୁ କେତେବେଳେ ଲୋକଙ୍କ ପସନ୍ଦ ଓ ମତାମତ କାହା ସପକ୍ଷରେ ରହିଛି ତାହା ଜାଣିବା ପାଇଁ ସର୍ଭେ କରା ଯାଇଥାଏ।ଏହାପରେ ଶ୍ରେଷ୍ଠ ସାଂସଦ ଚୟନ, ଶ୍ରେଷ୍ଠ ବିଧାୟକ ଚୟନ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିଏ, ଲୋକଙ୍କ ହିସାବରେ ତାହା ଜାଣିବା ପାଇଁ ମଧ୍ୟ ଅନେକ ସମୟରେ ସର୍ଭେ ହୋଇଥାଏ।

ତେବେ ଯେମିତି ନିକଟରେ ଏକ ଜାତୀୟ ସର୍ଭେ ସଂସ୍ଥା ତରଫରୁ ହୋଇଥିବା ସର୍ଭେ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଶର ସବୁଠାରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ର ମାନ୍ୟତା ମିଳିଥିବା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଓଡିଶା ବାସୀ ପ୍ରଧାନମନ୍ତ୍ରୀ ହିସାବରେ ପ୍ରଥମ ପସନ୍ଦ ବୋଲି କହିଛନ୍ତି।

ସେହିପରି ଭାବରେ ଆଉ ଏକ ସର୍ଭେ ରିପୋର୍ଟ୍ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ଭାରତରେ ଯେତିକି ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେଥି ମଧ୍ୟରୁ ଲୋକେ ସବୁଠାରୁ କାହାର ଶାସନ ଭାର କୁ ଅଧିକ ପସନ୍ଦ କରୁଛନ୍ତି ଏବେ ଲୋକଙ୍କର ସବୁଠାରୁ ଅଧିକ ପସନ୍ଦର ପ୍ରଧାନମନ୍ତ୍ରୀ କିଏ ତାହାର ଏକ ରିପୋର୍ଟ୍ ସାମ୍ନାକୁ ଆସିଛି।ତେବେ ଜାନୁଆରୀ ୩ ରୁ ୧୩ ତାରିଖ ମଧ୍ୟରେ ଇଣ୍ଡିଆ ଟୁଡେ ଦ୍ୱାରା କରା ଯାଇଥିବା ଏକ ସର୍ଭେ ରିପୋର୍ଟ ଯାହା ଅନୁଯାୟୀ ଏହା ସାମ୍ନାକୁ ଆସିଛି ଯେ ଦେଶରେ ଯଦି ହଠାତ୍ ଏବେ ନିର୍ବାଚନ ହୁଏ ତେବେ ଏନଡିଏ କୁ ମିଳିପାରେ ୪୩ ପ୍ରତିଶତ ଭୋଟ ଏବଂ ୩୨୧ ଟି ସିଟ।

ଅନ୍ୟ ପକ୍ଷରେ କଂଗ୍ରେସ ବା ୟୁପିଏକୁ ବହୁତ ଦୟନୀୟ ସ୍ଥିତି ଦେଖିବାକୁ ମିଳିବ ଯଦି ବର୍ତ୍ତମାନ ନିର୍ବାଚନ ହୁଏ।ଏହା ଆମେ କହୁନୁ ବରଂ ଇଣ୍ଡିଆ ଟୁଡେ ଦ୍ୱାରା କରା ଯାଇଥିବା ଏକ ସର୍ଭେ ରିପୋର୍ଟ କହୁଛି। ହୋଇଥିବା ଏହି ସର୍ଭେ ରେ ୩୦ ପ୍ରତିଶତ ଲୋକ ପିଏମ ମୋଦୀଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରିବା ସହିତ ୪୪ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟକୁ ଭଲ ବୋଲି କହିଛନ୍ତି।

ଆଉ ଏହାରି ଭିତରେ ଭାରତର ୧୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ କଳାପକୁ ଏବଂ ତାଙ୍କର ଶାସନ ପଦ୍ଧତି ନିଷ୍ପତ୍ତି କୁ ହାରାହାରି ଭାବରେ ଭଲ ବୋଲି କହିଛନ୍ତି। ସେହି ସମୟରେ ୮ ପ୍ରତିଶତ ଲୋକ ଏହାକୁ ପସନ୍ଦ କରିନଥିବା ବେଳେ ତାଙ୍କ ଶାସନ କୁ ଖରାପ୍ ଏବଂ ଭଲ ନୁହେଁ ବୋଲି ମତାମତ ଦେଇ କହିଛନ୍ତି।

ତେବେ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଙ୍କୁ ଅଧିକ ପସନ୍ଦ କରୁଥିବା ବେଳେ ଅଟଳ ବିହାରି ପାଜପେୟୀ ଙ୍କୁ ଦ୍ବିତୀୟ ପସନ୍ଦର ପ୍ରଧାନମନ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀ ଙ୍କୁ ତୃତୀୟ ଏବଂ ଜବାହରଲାଲ ନେହେରୁ ଙ୍କୁ ଚତୁର୍ଥ ପସନ୍ଦର ପ୍ରଧାନମନ୍ତ୍ରୀ ଭାବରେ ମତ ଦେଇଛନ୍ତି।ଏହି ସର୍ଭେରେ ୧୯ ଟି ରାଜ୍ୟରୁ ୧୨,୨୩୨ ଲୋକ ଅଂଶଗ୍ରହଣ କରିଥିଲେ ବୋଲି କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।