ନାରୀ ହେବ ତ ଏମିତି ! ଶଙ୍ଖା ସିନ୍ଦୁର ଗଲା କୂଳ ଉଜୁଡ଼ିଗଲା ସମ୍ପତ୍ତି କାହା ପାଇଁ ? ମହାନତା ଦେଖାଇଲେ ମିନତୀ ମାଉସୀ, ନିଜର ଘରଦ୍ୱାର ସହ ୧ କୋଟି ଟଙ୍କାର ସମ୍ପତ୍ତି ବୁଢ଼ା ରିକ୍ସାବାଲା ନାଁରେ କରିଦେଲେ..

0

ଆଜିର ଦିନରେ ଏମିତି ମଧ୍ୟ କିଛି ଲୋକମାନେ ରହିଛନ୍ତି ଯେଉଁମାନଙ୍କ ହୃଦୟରେ ଅନ୍ୟ ମାନଙ୍କ ପ୍ରତି ବହୁତ ସାରା ଭଲ ପାଇବା ସାଇତି ହୋଇ ରହିଛି । ସେ ଆପଣାର ଲୋକ ହୋଇ ନଥିଲେ ମଧ୍ୟ ତାକୁ ନିଜର ଲୋକ ପରି ସ୍ନେହ ଆଦର ଭଲପାଇବା ଦେଇଥାନ୍ତି । ଜଣେ ପର ଲୋକ ଆପଣାର ହୋଇଯାଆନ୍ତି ଏବଂ ମାଲିକର ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରି ପାରିଥାନ୍ତି । ବର୍ତ୍ତମାନ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି , ଯିଏକି ନିଜର ସମସ୍ତ ସମ୍ପତ୍ତି ଜଣେ ବୁଢା ରିକ୍ସାବାଲାଙ୍କ ନା ରେ କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ , କଟକ ଜିଲ୍ଲାର ସୂତାହାଟ ଅଞ୍ଚଳର ଜଣେ ମାଉସୀ , ଯାହାଙ୍କ ନା ହେଉଛି ମିନତୀ । ସେ ତାଙ୍କର ସବୁ ସମ୍ପତ୍ତି ଜଣେ ରିକ୍ସା ଚାଳକଙ୍କୁ ଦାନ କରି ଦେଇଛନ୍ତି । କୋଟି କୋଟି ସମ୍ପତ୍ତି ଦାନ କରିଥିବା ଏହି ମଗିଳା ବର୍ତ୍ତମାନ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । ମିନତୀ ମାଉସୀ ଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ମଧ୍ୟ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯାଇଥିଲେ । ସେହି ଦିନ ଠାରୁ ମାଉସୀ ନିଜକୁ ବହୁତ ଏକୁଟିଆ ମନେ କରୁଥିଲେ । ପାଖରେ ଥିବା ଧନ ସମ୍ପତ୍ତିର ମଧ୍ୟ କୌଣସି ମୂଲ୍ୟ ନଥିବାର ସେ ଅନୁଭବ କରିଥିଲେ । କୋଟି କୋଟି ଟଙ୍କାର ଏ ସମସ୍ତ ସମ୍ପତ୍ତି ସେ ଦାନ କରିଦେବାକୁ ସ୍ଥିର କରିଥିଲେ ।

ତେଣୁ ମାଉସୀଙ୍କ ଘର ପାଖରେ ଥିବା ଜଣେ ବୁଢା ରିକ୍ସାବାଲାଙ୍କୁ ସେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଦେଇଛନ୍ତି । ମାଉସୀ ଏହା ମଧ୍ୟ କହିଛନ୍ତି ଆଜକୁ 25 ବର୍ଷର ସମ୍ପର୍କ ମଧ୍ୟରେ ବୁଢା ଅନେକ କିଛି କରିଛି ମିନତୀ ମାଉସୀଙ୍କ ପାଇଁ । ବୁଢାର ଧନ ସମ୍ପତ୍ତି ପ୍ରତି କୌଣସି ଲୋଭ ନାହିଁ , ସେ କେବେ କିଛି ମଧ୍ୟ ମାଗି ନାହିଁ । ଏମିତି କି ମାଉସୀ ଯୁଆଡେଁ ଚାଲିଗଲେ ମଧ୍ୟ ବୁଢା ଘର ଯଗି ବସିଥାଏ । ମାଉସୀ ଙ୍କ ସମସ୍ତ ଦାୟିତ୍ୱ ବିନା କୌଣସି ସ୍ୱାର୍ଥରେ ସେମାନେ କରିଛନ୍ତି , ଏମିତି ମଣିଷ ପଣିଆ ଥିବା ବ୍ୟକ୍ତିଙ୍କୁ ସେ ତାଙ୍କପ ସମସ୍ତ ସମ୍ପତ୍ତି ଦାନ କରିବାକୁ ଉଚିତ୍ ମନେ କରିଛନ୍ତି । ବିନା କୌଣସି ଚାପ ରେ ସେ ଖୁସୀ ଖୁସୀରେ 1 କୋଟି ଟଙ୍କାର ସମ୍ପତ୍ତି ବୁଢାଙ୍କ ନା ରେ କରିଦେଇଛନ୍ତି ।

ମିନତୀ ମାଉସୀ ଏହା ମଧ୍ୟ କହିଛନ୍ତି , ଯେଉଁଠି ସମ୍ପର୍କୀୟ ପଚାରୁ ନାହାନ୍ତି , ସେତେବେଳେ ଜଣେ ଆଜଣା ବା ପର ବୁଢା ରିକ୍ସାବାଲା ମୋର ଏତେ କେୟାର ନେଇଛନ୍ତି ବା ସମସ୍ତ ଦାୟିତ୍ୱ ବୁଝିଛନ୍ତି ତାଙ୍କ ଋଣ ସୁଝିବା ପାଇଁ ଏ ସମ୍ପତ୍ତିର ମୂଲ୍ୟ କିଛି ନୁହଁ । ତେଣୁ ସମସ୍ତ ବଦାନ୍ୟ ବ୍ୟକ୍ତି ଟଙ୍କା ପଇସାକୁ ତୁଚ୍ଛ କାର୍ଯ୍ୟରେ ଖର୍ଚ୍ଚ ନକରି ଏପରି ଗରିବ ଲୋକମାନଙ୍କୁ ଦାନ କରିଦେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।