ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ…

0

ପ୍ରେମ ଶାଶ୍ୱତ , ଚିରନ୍ତନ , ଅମର ଏବଂ ପ୍ରେମର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ । ପ୍ରେମ କୌଣସି ବି ମୁହୁର୍ତ୍ତରେ ହୋଇପାରେ , ତାର କୌଣସି ନିର୍ଦ୍ଦିଷ୍ଟ ବୟସ ସାମୀ ମଧ୍ୟ ନଥାଏ । ପ୍ରେମ କେବେହେଲେ ଧନୀ ଗରିବ , ଉଚ୍ଚ , ନୀଚ ଭେଦଭାବ ରଖି ନଥାଏ । ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇଥାଏ , ମାତ୍ର ଆଜିର ଆଧୁନିକ ସମାଜରେ ପ୍ରେମ ର ସଂଜ୍ଞା ଓ ମହତ୍ତ୍ୱକୁ ହରାଇ ବସିଲାଣି । ପ୍ରତିଦିନ କିଛି ନା କିଛି ପ୍ରେମକୁ ନେଇ ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସୁଛି । ପ୍ରେମ ଶବ୍ଦକୁ ଅପବ୍ୟବହାର ଓ ଅସମ୍ମାନ କରୁଛନ୍ତି ସମାଜରେ ଥିବା କେକେକ ଅସାମାଜିକ ଲୋକ ।

କୁହାଯାଏ ପ୍ରେମର କୌଣସି ବୟସ ନଥାଏ ଏବଂ ଏହା କୌଣସି ବି ମୁହୁର୍ତ୍ତରେ ବି ହୋଇପାରେ । ଏହି କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ , କିନ୍ତୁ ଏହି ଘଟଣା ଆଜି ସତ ପାଲଟି ଯାଇଛି । ପ୍ରେମରେ ଅନ୍ଧ ହୋଇ ନିଜର ବୟସକୁ ଭୁଲି ପ୍ରେମରେ ବାନ୍ଧି ହୋଇ ଏବଂ ନିଜ ପ୍ରେମକୁ ସାକାର କରିବା ପାଇଁ ବାଲିକୁଦା ଅଞ୍ଚଳର ଦୁଇ ଜଣ ବୟସ୍କ ବ୍ୟକ୍ତି ଘରୁ ଫେରାର ହୋଇ ଯାଇଛନ୍ତି ।ଫେରାର ହୋଇଯାଇଥିବା ଦୁଇ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଥିବା ମହିଳା ଜଣକ ନିଜ ପୁଅ ଝିଅ ବାହାଘର କରି ନାତି ନାତୁଣୀ ଦେଖି ସାରିଲେଣି । ଅନ୍ୟ. ବୃଦ୍ଧ ଜଣକ ମଧ୍ୟ ନିଜ ନାତି ନାତୁଣୀଙ୍କ ସହ ଘରେ ଏକାଠି ରହୁଛନ୍ତି ।

ତେବେ ଉକ୍ତ ମହିଳା ଜଣକଙ୍କର ପୁଅ ବାହାରେ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଛନ୍ତି । ମାତ୍ର ଉଭୟ ବୟସ୍କ ହୋଇଥିଲେ ମଧ୍ୟ ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଏବଂ ନିଜ ପ୍ରେମର ଏତେ ନିବିଡ ହୋଇ ଯାଇଥିଲେ ଯେ ପରିଶେଷରେ ନିଜ ସମ୍ପର୍କର ନାମ ଦେବା ପାଇଁ ଘରୁ ଫେରାର ହୋଇ ଯାଇଥିଲେ । ପରିବାର ସମାଜକୁ ଭୁଲି ଦୁହେଁ ଦୁହିଁଙ୍କ ସହ ଘରୁ ବାହାରି ଚାଲିଗଲେ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅନ୍ତର୍ଗତ କୃଷ୍ଣଦାସପୁର ଅଞ୍ଚଳରୁ ।

ତେବେ କିଛି ଦିନ ପୂର୍ବେ ସେହି ବାଲିକୁଦ ଅଞ୍ଚଳରେ ଜଣେ ଜିଆରେସେ ନିଜ ବିବାହିତ ପତ୍ନୀ ଏବଂ ପିଲା ଛୁଆ ଘର ସଂସାରକୁ ଭୁଲି ନିକଟସ୍ଥ ଡାକ୍ତରଖାନା ର ଏକ କର୍ମଚାରୀ ପତ୍ନୀଙ୍କ ସହିତ ଫେରାର୍ ହୋଇ ଯାଇଥିଲେ । ଏହି ଘଟଣାର କିଛି ଦିନ ନଯାଉଣୁ ପୁଣି ଏମିତି ଏକ ଘଟଣା ଘଟିଥିଲା , ଏହି ଘଟଣା ଘଟିବା ପରେ ଲୋକ ମାନଙ୍କ ମନରେ ବିଭିନ୍ନ ପ୍ରକାର ଧାରଣା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକମାନଙ୍କ କହିବା କଥା ଫେରାର୍ ହୋଇଥିବା ବୟସ୍କ ବ୍ୟକ୍ତି ଜଣକ ସ୍ୱୟଂ ସହାୟକ ଗୋଷ୍ଠୀରୁ କିଛି ଟଙ୍କା ଉଠାଇଥିଲେ । ସେହି ଟଙ୍କାକୁ ନେଇ ଫେରାର୍ ହୋଇ ଯାଇଥିବାର ଶୁଣିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।