jyotish Shstra – ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବାର ସଠିକ ନିୟମ ଜାଣନ୍ତୁ , ପ୍ରସନ୍ନ ହେବେ ମହାଦେବ…

ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ସୋମବାର ଦିନକୁ ଖୁବ୍ ଶୁଭ ମାନା ଯାଇଥାଏ। ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ଖୁବ୍ ଶୁଭ ମାସ ହୋଇଥାଏ। ଏହି ମାସର ପଡ଼ୁଥିବା ସୋମବାରର ବହୁତ୍ ମହତ୍ତ୍ୱ ରହିଛି। ତେବେ ଏହିଦିନ ମହାଦେବଙ୍କୁ ଜଳାଭିଷେକ କରିବାର ବିଧି ରହିଛି। ଭଗବାନ ଭୋଳା ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଜଳାଭିଷେକ କରିଥାନ୍ତି। କିନ୍ତୁ ଜଳାଭିଷେକ କରିବାର କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯଦି ଆପଣ ସେହି ନିୟମ ଅନୁସାରେ ଭୋଳା ଶଙ୍କରଙ୍କୁ ଜଳାଭିଷେକ କରିବେ ତେବେ ତାଙ୍କର ବିଶେଷ କୃପା ପ୍ରାପ୍ତ ହେବ।
ତେବେ ବେଳେ ବେଳେ ଆମେ ଏପରି କିଛି ଭୁଲ କରିଥାଉ ଯେଉଁ କାରଣରୁ ଆମେ ନିଜେ ନିଜର ଦୁର୍ଭାଗ୍ୟକୁ ଟାଣି ଆଣିଥାଉ।ତେବେ ଆଜି ଆମେ ଆପଣ ମାନଙ୍କୁ ଭଗବାନ ଭୋଳା ଶଙ୍କରଙ୍କୁ ଜଳାଭିଷେକ କରିବାର କିଛି ନୀତି ନିୟମ ବାବଦରେ ଜଣାଇବୁ ଯାହାକୁ ପାଳନ କରି ଆପଣ ଭୋଳାନାଥଙ୍କୁ ପ୍ରସନ୍ନ କରି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ନିୟମ ବାବଦରେ।

୧.ଭଗବାନ ଭୋଳା ଶଙ୍କରଙ୍କୁ ଜଳ ଚଢ଼ାଇବା ସମୟରେ ଧ୍ୟାନ ରଖିବା ଉଚିତ୍ କି ଆପଣ କେଉଁ କଳସରେ ଜଳ ଚଢ଼ା ଉଛନ୍ତି। ତେବେ ଜଳାଭିଷେକ କରିବା ପାଇଁ ତମ୍ବା ପାତ୍ରକୁ ସବୁ ଠାରୁ ଶୁଭ ବୋଲି ମାନା ଯାଇଥାଏ। ସେହି ପରି କଂସା ଚାନ୍ଦି ପାତ୍ରରେ ଜଳାଭିଷେକ କରିବା ମଧ୍ୟ ଶୁଭ ମାନା ଯାଇଥାଏ।
କିନ୍ତୁ ଭୁଲରେ ବି ଷ୍ଟିଲ ପାତ୍ରରେ ଜଳାଭିଷେକ କରାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଭୋଳା ଶଙ୍କର ପ୍ରସନ୍ନ ହେବା ବଦଳରେ ଓଲଟି ଆପଣଙ୍କ ଉପରେ ଖୁବ୍ କ୍ରୋଧିତ ହୋଇଥାନ୍ତି। ତେଣୁ ଆପଣ ସର୍ବଦା ଜଳାଭିଷେକ କରିବା ପାଇଁ ତମ୍ବା ପାତ୍ରକୁ ବ୍ୟବହାର କରନ୍ତୁ।ସେହିପରି ତମ୍ବା ପାତ୍ରରେ କେବେ ଭଗବାନ ଶିବ ଶଙ୍କରଙ୍କ ଉପରେ କ୍ଷୀର ଚଢାନ୍ତୁ ନାହିଁ ଏହା ଉଚିତ୍ ହୋଇ ନଥାଏ।
୨. ମହାଦେବଙ୍କୁ କଦାପି ପୂର୍ବ ଦିଗକୁ ମୁଁହ କରି ଜଳାଭିଷେକ କରନ୍ତୁ ନାହିଁ। ପୂର୍ବ ଦିଗକୁ ଭଗବାନ୍ ଶିବ ଶଙ୍କରଙ୍କର ମୁଖ୍ୟ ପ୍ରବେଶ ଦ୍ଵାର କୁହା ଯାଇଥାଏ। ମାନ୍ୟତା ଅନୁସାରେ ଏହି ଦିଗକୁ ମୁଁହ କରିଥିଲେ ମହାଦେବଙ୍କ ଯିବା ଆସିବାରେ ବାଧା ଉତ୍ପନ୍ନ ହୋଇଥାଏ। ଏବଂ ଭଗବାନ୍ ଶିବ ଶଙ୍କର ପ୍ରସନ୍ନ ହେବା ବଦଳରେ ଖୁବ୍ କ୍ରୋଧିତ ହୋଇ ଥାନ୍ତି।

ତେବେ ଭୁଲରେ ବି ଭଗବାନ୍ ଶିବ ଶଙ୍କରଙ୍କୁ ପୂର୍ବ ଦିଗକୁ ମୁଁହ କରି ଜଳାଭିଷେକ କରନ୍ତୁ ନାହିଁ।ଏବଂ ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶିବ ଶଙ୍କରଙ୍କୁ ଜଳାଭିଷେକ କରିବା ଉଚିତ୍ ମାନା ଯାଇଥାଏ। ଏହା ଦ୍ବାରା ଭଗବାନ୍ ଶିବ ଶଙ୍କରଙ୍କବିଶେଷ କୃପା ପ୍ରାପ୍ତ ହୋଇଥାଏ। ମା ପାର୍ବତୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment