ଆଜିକାଲି ଦୁନିଆରେ ବହୁ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ସମ୍ଭ୍ରାନ୍ତ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖିବା ପାଇଁ ମିଳୁଛି। ବେଳେ ବେଳେ କଳାକାର ମାନେ ମଧ୍ୟ ଏଥିରେ ସାମିଲ ହୋଇ ଥାଆନ୍ତି। ଯେତେ ବଡ଼ ବ୍ୟକ୍ତି ହୋଇ ଥାଉ ନା କାହିଁକି, ଆଇନ ଆଗରେ ସମସ୍ତେ ସମାନ ଅଟନ୍ତି। କିଛି ଅଫିସର ଏମିତି ଅଛନ୍ତି, ଯେଉଁ ମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସବୁ ଠାରୁ ବଡ଼ ଭାବି ନେଇ ଥାଆନ୍ତି, ଏବଂ ଅପରାଧି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ସେହି ଅଫିସରଙ୍କ ଏଭଳି କାର୍ଯ୍ୟ କରିବାରୁ ବଡ଼ ବଡ଼ ନେତାମାନେ ଅଫିସରଙ୍କ ବିରୁଦ୍ଧରେ ଯାଇ ଥାଆନ୍ତି।
ତେବେ ବନ୍ଧୁଗଣ ଏକ ଖବର ଆସି ସମ୍ନାକୁ ଆସିଛି, ଆରିୟାନ ଖାଁ ଡ୍ରଗ୍ସ ମାମଲାରେ ଏନିସିବି ସମୀର ୱାଖଂଡେ ତାଙ୍କୁ ଗିରଫ କରିଥିଲେ, ସେଥିପାଇଁ ତାଙ୍କ ଉପରେ ଟାର୍ଗେଟ କରି ତାଙ୍କର ଚାକିରୀ ଛଡ଼ାଇବେ ଓ ତାଙ୍କୁ ଜେଲରେ ପଠାଇବେ ବୋଲି ଧମକ ଦିଆ ଯାଇଛି। ତେବେ ଆସନ୍ତୁ ତାଙ୍କୁ କେଉଁମାନେ ଏଭଳି କହିଛନ୍ତି, ସେହି ବିଷୟରେ ଜାଣିବା। ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବିର ଜୋନାଲ ଡ଼ାଇରେକ୍ଟର ସମୀର ୱାଙ୍ଖେଡ଼ଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ଉପରେ ସମସ୍ତେ ରାଗ ରଖିବା ସହିତ ତାଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି।
ଏହି ମାମଲାକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ନବାଵ ମଲିକ ଆରିୟାନ ଖାଁ ର ସମର୍ଥନରେ ଆସି କହିଛନ୍ତି ଯେ, ଏନସିବି ମିଛ ଡ୍ରଗ୍ସ ମାମଲାରେ ବଲିଉଡର କଳାକାର ମାନଙ୍କୁ ଫସାଇ ଟଙ୍କା ଆଣୁଛନ୍ତି। ଏମିତିକି ସୁଶାନ୍ତ ସିଂଙ୍କ ମୃତୁ ପରେ ମିଛ ଡ୍ରଗ୍ସ ମାମଲାରେ ମଧ୍ୟ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ବଲିଉଡର କଳାକାର ମାନଙ୍କ ଉପରେ ଏନସିବି ମିଛ ଆରୋପ ଲଗାଇ ଥିଲେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ଆହୁରି କହିଛନ୍ତି ଯେ, ସେ କଳାକାର ମାନଙ୍କ ଠାରୁ ଟଙ୍କା ଆଦାୟ କରି ବିଦେଶ ବୁଲି ଯାଇ ଥିଲେ ଓ ଏମିତିକି ନିଜ ଭଉଣୀ ସହିତ ମଧ୍ୟ ମାଲଦ୍ୱୀପ ବୁଲି ଯାଇ ଥିଲେ। କିନ୍ତୁ ଏନସିବି କହିଛନ୍ତି, ଯେ ସେ ତାଙ୍କ ଭଉଣୀ ସହିତ ମାଲଦ୍ୱୀପ ଯାଇ ନଥିଲେ।
ସେ ସରକାରଙ୍କ ନିକଟରୁ ଛୁଟି ନେଇ ଆଉ ସେ ତାଙ୍କ ନିଜ ଟଙ୍କାରେ ହିଁ ବିଦେଶ ଯାଇ ଥିଲେ। ମହାରାଷ୍ଟ୍ର ମନ୍ତ୍ରୀ ଏନସିବିଙ୍କର ଚାକିରୀ ଛଡ଼ାଇଦେବେ ଆଉ ତାଙ୍କୁ ଜେଲ ପଠାଇ ଦେବେ ବୋଲି ସେ ଧମକ ଦେଇଛନ୍ତି। ଏହା ଜାଣିବା ପରେ ଏନସିବି ମନ୍ତ୍ରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ମନ୍ତ୍ରୀ ଏନସିବିଙ୍କର ଏହି ଅଭିଯୋଗକୁ ଖଣ୍ଡନ କରି ମିଛ ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।